ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଦଶ ବଖରା ଘର , କାଣି କଉଡ଼ିଟିଏ ବି କରିପାରିଲେନି ଉଦ୍ଧାର

Published By : Prameya-News7 Bureau | March 25, 2019 IST

ଆନନ୍ଦପୁର ୨୫/୩-  ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଦଶ ବଖରା ଘର । ଅଗ୍ନିକାଣ୍ଡ ଏତେ ବ୍ୟାପକ ଥିଲା ଘରୁ କାଣି କଉଡ଼ିଟିଏ ବି ବାହାର କରିବା ନ ଥିଲା ସମ୍ଭବ ।

{"id":96771}

ଏଭଳି ଅଭାବନୀୟ ଘଟଣା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନପଙ୍ଗା ଗାଁରେ ଘଟିଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡରେ ଦଶ ବଖରାରୁ ଅଧିକ ଘରପୋଡ଼ିଜଳି ହୋଇଯାଇଛି ପାଉଁଶ । ଆଜି ମଧ୍ୟାହ୍ନରେସୌମେନ୍ଦ୍ର ଦାସଙ୍କ ଘରେ ରୋଷେଇ ଚାଲିଥିବା ସମୟରେ  ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେଥିଲା ଏହା କମ୍ ସମୟ ଭିତରେ ଅମରେନ୍ଦ୍ର ଦାସ, ଶିବପ୍ରସାଦ ଦାସଙ୍ଗ ଘରକୁ ମଧ୍ୟ ବ୍ୟାପି ଯାଇଥିଲା । ଫଳରେ ୧୦ ବଖରାରୁ ଅଧିକ ଘର ପୋଡ଼ି ଭସ୍ମ ହୋଇଯାଇଥିଲା ।

{"id":96772}

ନିଆଁ ଲାଗିବା ସମୟରେ ପ୍ରାଣ ବିକଳରେ ସମସ୍ତେ ଘରୁ ବାହାରି ଦୌଡ଼ି ପଳାଇଯାଇଥିଲେ । ଘରଭିତରେ ଥିବା ଲକ୍ଷଲକ୍ଷ ଟଂକାର ଆସବାବପତ୍ର, ସୁନାଗହଣା ଓ ଅନେକ ମୂଲ୍ୟବାନ ଜିନିଷ ପୋଡ଼ି ଛାରଖାର ହୋଇଯାଇଛି । ଏପରିକି ପିନ୍ଧିବାକୁ ଖଣ୍ଡେ ଲୁଗା କିମ୍ବା ଖାଇବାକୁ ଘରେ ସଂଚିତଥିବା ଗଣ୍ଡାଏ ଧାନଚାଉଳ ବି ଉଦ୍ଧାର କରିପାରିନାହାଁନ୍ତି ପରିବାର ଲୋକ ।

{"id":96773}

ଏହି ଅଗ୍ନିକାଣ୍ଡର ପ୍ରକୋପ ଏତେଥିଲା ଗାଁଲୋକ ଓ ଅଗ୍ନିଶମ ବିଭାଗକୁ ଆୟତ୍ତ କରିବାକୁ ନାକେଦମ୍ ହେବାକୁ ପଡ଼ିଥିଲା । ସ୍ଵର୍ବସ୍ବାନ୍ତ ହୋଇପଡ଼ିଥିବା ଏହି ପରିବାରଲୋକଙ୍କ ପାଖରେ କୌଣସି ସରକାରୀ ସାହାର୍ଯ୍ୟ ପହଂଚିପାରି ନାହିଁ । କେବଳ ସ୍ଥାନୀୟ ଆର.ଆଇ କ୍ଷୟକ୍ଷତିର ଆକଳନ ପାଇଁ ପହଂଚିଛନ୍ତି ।

{"id":96774}

ସବୁଠି ବଡ଼କଥା ହେଲା ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ହୋଇଥିବା ଏହି ୩ ପରିବାରର ଲୋକ ମୁଣ୍ଡ ଗୁଂଜିବାକୁ କିମ୍ବା ଗଣ୍ଡେ ଖାଇବାକୁ କିଛି ସାହାରା ନାହିଁ । ସରକାରୀସ୍ତରରେ ସାହାର୍ଯ୍ୟ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.