ଅନୁଗୋଳରେ ବ୍ୟାପିଲା କରୋନା, ହାଇସ୍କୁଲର ୧୦ଛାତ୍ରୀ ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | December 07, 2021 IST

ଅନୁଗୋଳ ୭।୧୨: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟା ପଞ୍ଚାୟତ ହାଇସ୍କୁଲର ୧୦ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲିପଟା ପଂଚାୟତ ହାଇସ୍କୁଲର ଛାତ୍ରୀନିବାସରେ ଆଣ୍ଟିଜେନ୍ ଟେଷ୍ଟ ପରେ ୧୦ ଜଣ ପଜିଟିଭ ଥିବା ସୂଚନା ମିଳିଛି । ତେବେ ମୋଟ୍ ୬୦ଜଣଙ୍କର କୋଭିଡ୍ ଟେଷ୍ଟ ହୋବଇଥିବା ବେଳେ ସେଥିମଧ୍ୟରୁ ୧୦ଜଣ ପଜିଟିଭ ଥିବା ଜଣାପଡିଛି । ସେମାନଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି । ଏ ନେଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ  ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.