୫୦ ହଜାର ତଳକୁ ଆସିଲା ୧୦ ଗ୍ରାମ ସୁନାର ମୂଲ୍ୟ, ଜାଣନ୍ତୁ ଆଜିର ଦର
23/12/2020 at 10:22 PM

ନୂଆଦିଲ୍ଲୀ ୨୩।୧୨: ଆଜି ୧୦ ଗ୍ରାମ ସୁନାର ମୂଲ୍ୟ ୫୦ ହଜାର ତଳକୁ ଖସିଛି। ସରାଫା ବଜାରରେ ଆଜି ସୁନା ଓ ରୂପା ଦାମରେ ହ୍ରାସ ଦେଖିବାକୁ ମିଳିଛି। ସୁନା ଦାମ ୧୯୯ ଟଙ୍କା ତଳକୁ ଖସି ୪୯,୯୪୦ ଟଙ୍କାରେ ରହିଛି। ଅନ୍ୟପଟେ ରୂପା ଦାମ ୧୫୩୮ ଟଙ୍କା ଖସି ୬୫,୫୭୬ ଟଙ୍କାରେ ରହିଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ((ibjarates.com) ପକ୍ଷରୁ ଏହି ତଥ୍ୟ ହସ୍ତଗତ କରିଛି।
ଉଲ୍ଲେଖଯୋଗ୍ୟ, ଆଇବିଜେଏ ଦ୍ଵାରା ଜାରି ଅଳଙ୍କାର ସମଗ୍ର ଦେଶରେ ସର୍ବମାନ୍ୟ ଅଟେ। ଓ୍ଵେବସାଇଟ୍ର ଏହି ଦରରେ ଜିଏସଟି ସାମିଲ କରାଯାଇ ନାହିଁ। ସଂପ୍ରତି ସେୟାର ବଜାରରେ ପ୍ରତି ଦିନ ନୂତନ ରେକର୍ଡ ଛୁଉଁଛି। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ମୂଲ୍ୟରେ ବୁଧବାର କିଛି ବୃଦ୍ଧି ଘଟିଥିଲା।