ଦାନିପାଲି ହତ୍ୟାକାଣ୍ଡ ଘଟଣା, ୧୦ ଗିରଫ

Published By : Prameya-News7 Bureau | September 12, 2021 IST

ସମ୍ବଲପୁର ୧୨।୦୯: ଦାନିପାଲି ହତ୍ୟାକାଣ୍ଡ ଘଟଣା । ମାମଲାରେ ୧୦ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ,  ଗତକାଲି ନୂଆଁଖାଇ ଦିନରେ ସମ୍ବଲପୁର ସହରର ଦାନିପାଲିରେ କୌଣସି ଏକ କଥାକୁ ନେଇ ଗୋଷ୍ଠି ସଂଘର୍ଷ ହୋଇଥିଲା । ଏଥିରେ ବୋହିଦାର ବନ୍ଧ ଅଂଚଳର ସୌମ୍ୟରଂଜନ ବାଗ ଓରଫ ଶନିଙ୍କର ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ପରେ ଆକ୍ସନକୁ ଆସିଥିଲେ ପୋଲିସ । ଘଟଣାରେ ୨ଟି ସ୍ପେଶାଲ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲେ । ଶେଷରେ ମୋଟ ୧୦ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଳାଣ କରାଯାଇଛି । ହତ୍ୟାକାଣ୍ଡର ୧୨ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ଧରାପଡିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.