ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ, ଜଳସ୍ତର ୬୦୯.୯୩ ଫୁଟ

Published By : Prameya-News7 Bureau | July 26, 2021 IST

ସମ୍ବଲପୁର ୨୬।୭: ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ସ୍ଲୁଇସ୍ ଗେଟ୍ । ସମୁଦାୟ ୧୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବଢୁଛି । ଫଳରେ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ପୁଣି ୨ଟି ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି ।

ତେବେ ଶନିବାର ଜଳଭଣ୍ଡାରର ୪ଟି ସ୍ଲୁଇସ୍ ଗେଟ୍ ଖୋଲିଥିବା ବେଳେ ସୋମବାର ୩ଟି ପର୍ଯ୍ୟାୟରେ ଆହୁରି ୬ଟି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ତେବେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୯.୯୩ ଫୁଟ ରହିଛି । ତେବେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରକୁ ୧ ଲକ୍ଷ ୫୮ ହଜାର ୭୪୫ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ମୁଣ୍ଡଳୀରେ ବର୍ତ୍ତମାନ ପ୍ରତି ସେକେଣ୍ଡରେ ୯୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.