ହୀରାକୁଦର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ, ବର୍ଷା ଲାଗି ରହିଲେ ଆହୁରି ଗେଟ୍ ଖୋଲିବା ସମ୍ଭାବନା

Published By : Prameya-News7 Bureau | July 28, 2021 IST

ସମ୍ବଲପୁର ୨୮।୭: ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡ ଓ ଉପରମୁଣ୍ଡରରେ ଲାଗି ରହିଛି ବର୍ଷା । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ବର୍ଷା ଯଦି ଲାଗି ରହେ ଓ ଜଳଭଣ୍ଡାରକୁ ଜଳପ୍ରବେଶ ବଢେ ତେବେ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ରହିଛି । ବର୍ତ୍ତମାନ ଜଳ ଭଣ୍ଡାରରକୁ ପ୍ରତି ସେକେଣ୍ଡରେ ୮୬୨୫୮ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ୧୭୧୩୧୭ କ୍ୟୁସେକ ଜଳ ଛଡାଯାଉଛି ।

ତେବେ ବାରମୂଲରେ ୧ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ମୁଣ୍ଡଳୀରେ ୯୫ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ବୁର୍ଲାରେ ୪୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୮.୩୩ ଫୁଟ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.