ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ : ୧୦ ଗିରଫ

Published By : Prameya-News7 Bureau | October 29, 2019 IST

ନୂଆପଡା ୨୯।୧୦:  ନୂଆପଡାର ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ୧୦ ଜଣକୁ ଗିରଫ କରିଛି ନୂଆପଡା ପୋଲିସ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

{"id":176455}

ଆଲୋକର ପର୍ବକୁ ଧନଲକ୍ଷ୍ମୀଙ୍କ ପର୍ବ ଉଦ୍ଦେଶ୍ୟରେ ଅନେକ ସ୍ଥାନରେ ଅନେକ ଲୋକ ଜୁଆ ଖେଳିଥାନ୍ତି । ଠିକ୍ ଏହି ସମୟରେ ପୋଲିସ ମଧ୍ୟ ଜୁଆଡିମାନଙ୍କୁ ଧରିବା ପାଇଁ କଳବଳ କୌଶଳ ଲଗାଇ ଦେଇଥାଏ । କେଉଁଠି ସଫଳ ହୁଏ ତ ଆଉ କେଉଁଠି ଜୁଆଡି ଫେରାର ହୋଇଯାଆନ୍ତି ।

{"id":176456}

ତେବେ ଗତକାଲି ରାତିରେ ନୂଆପଡା ଥାନା ଅଞ୍ଚଳର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ କରି ଜୁଆ ଖେଳୁଥିବା ସମୟରେ ୧୦ଜଣଙ୍କୁ କାବୁ କରିବା ସହ ୧୯ ହଜାର ଟଙ୍କା, ୭ ମୋବାଇଲ, ୧୦ ବାଇକ ଜବତ କରିଛି । ଆଜି ସମସ୍ତ ୧୦ ଜୁଆଡିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନୂଆପଡା ଥାନା ଅଧିକାରୀ ଆଦିତ୍ୟ ମହାକୁର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.