ଲକ୍ ଡାଉନ୍‌ ବେଳେ ଗଙ୍ଗା କୂଳରେ ବୁଲୁଥିଲେ ୧୦ ବିଦେଶୀ, ପୋଲିସ ଦେଲା ଏଭଳି ଦଣ୍ଡ

Published By : Prameya-News7 Bureau | April 13, 2020 IST

ଋଷିକେଶ ୧୩।୪: କରୋନା ଭାଇରସ୍ ବିସ୍ତାର ନହେବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛିୀ । ଏହି ସମୟରେ ଉତ୍ତରାଖଣ୍ଡର ଋଷିକେଶରେ ଲକ୍ ଡାଉନ୍ ବେଳେ ୧୦ ଜଣ ବିଦେଶୀଙ୍କୁ ଅଭିନବ ଉପାୟରେ ଦଣ୍ଡ ମିଳିଛି । ଏହି ୧୦ ଜଣ ବିଦେଶୀ ଶନିବାର ଦିନ ଗଙ୍ଗା କୂଳରେ ସାଇ ଘାଟରେ ଜଗିଂ କରୁଥିବା ବେଳେ ଧରାପଡିଥିଲେ । ଲକ୍ ଡାଉନ୍ ଯୋଗୁଁ ପୋଲିସ ଏମାନଙ୍କୁ ଅଭିନବ ଉପାୟରେ ଦଣ୍ଡ ଦେଇଛି । ପୋଲିସ ଏମାନଙ୍କୁ କାଗଜରେ ୫୦୦ ଥର ‘ଆଇ ଆମ୍ ସରି’ ଲେଖାଇଛି । ଇସ୍ରାଏଲ, ଅଷ୍ଟ୍ରେଲିଆ, ମେକ୍ସିକୋ ଏବଂ କେତେକ ୟୁରୋପୀୟ ଦେଶରୁ ଆସିଥିବା ଏହି ବିଦେଶୀ ନାଗରିକମାନେ ପ୍ରତ୍ୟେକ କାଗଜରେ ୫୦୦ ଥର ଲେଖିଥିଲେ, ‘ମୁଁ ଲକ୍ ଡାଉନ୍ ଉଲଂଘନ କରିଛି, ମୋତେ କ୍ଷମା କର।’

ସୂଚନାଯୋଗ୍ୟ ଯେ, ସକାଳ ୭ ରାତି ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବ୍ୟକ୍ତିବିଶେଷଙ୍କୁ କେବଳ ଯାତାୟତ ପାଇଁ ଅନୁମତି ମିଳିଛି । କିନ୍ତୁ ସେହି ଅଞ୍ଚଳରେ ରହୁଥିବା ବିଦେଶୀମାନେ ଜଗିଂ ପାଇଁ ନିମ୍ ବିଚରେ ସାଇ ଘାଟରେ ପହଞ୍ଚିଥିଲେ । ସ୍ନାନ କରିବା ପରେ ଗଙ୍ଗା ଘାଟରେ ଚାଲିବା ଆରମ୍ଭ କରିଥିଲେ । ପାଟ୍ରୋଲିଂରେ ତପୋଭାନ ଆଉଟପୋଷ୍ଟ ପୋଲିସ ସାଇ ଘାଟରେ ପହଞ୍ଚିବା ପରେ ବିଦେଶୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୋଲିସ ବିଦେଶୀ ନାଗରିକଙ୍କୁ ଲକ୍ ଡାଉନ୍ ରେ କଣ ପାଇଁ ଆସିଛ ବୋଲି ପରାରିବାରୁ ବିଦେଶୀ ନାଗରିକ କହିଥିଲେ ଯେ ସକାଳଠାରୁ ଅପରାହ୍ନ ପର୍ଯ୍ୟନ୍ତ ଅନୁମତି ରହିଛି ବୋଲି କହିଥିଲେ ।

ପୋଲିସ କହିଛି ଯେ ଏହା କେବଳ ଦୋକାନ ଏବଂ ଜରୁରୀ ସେବା ପାଇଁ ସପିଂ କରୁଥିବା ଲୋକଙ୍କୁ ଅନୁମତି ପ୍ରଦାନ କରାଯାଇଛି । ବିଦେଶୀମାନେ ଏହା ଜାଣିନଥିବା କହିଥିଲେ । ତପୋଭାନ ଆଉଟପୋଷ୍ଟ ଇନଚାର୍ଜ ବିନୋଦ କୁମାର ଶର୍ମା କହିଛନ୍ତି ଯେ, ମୁଁ ୧୦ ଜଣ ବିଦେଶୀଙ୍କୁ ଲକ୍ ଡାଉନ୍ ଉଲଂଘନ କରି ଘାଟରେ ବୁଲାବୁଲି କରୁଥିବାର ଦେଖିବାକୁ ପାଇଥିଲି ।

ଏହାପରେ ପୋଲିସ ଏହି ବିଦେଶୀମାନଙ୍କୁ ଏକ ଅଭିନବ ଉପାୟରେ ଦଣ୍ଡ ଦେଇଥିଲା । ଯେଉଁଥିରେ ସେମାନେ ୫୦୦ ଥର କାଗଜରେ ଲେଖିଥିଲେ, ‘ମୁଁ ଲକ୍ ଡାଉନ୍ ଉଲଂଘନ କରିଛି, ମୋତେ କ୍ଷମା କର ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.