ଶୀତଦିନେ ଏହି ୧୦ଟି ଜିନିଷ ଖାଉଛନ୍ତି କି? ତେବେ ସ୍ବାସ୍ଥ୍ୟ ପ୍ରତି କରୁଛନ୍ତି ଅବହେଳା

Published By : Prameya-News7 Bureau | January 09, 2020 IST

ଶୀତଦିନେ ମଣିଷର ରୋଗ ପ୍ରତିରୋଧକ ଶକ୍ତି ଭଲ ଭାବେ କାମ କରିଥାଏ। ଏହା ସତ୍ବେ ମନୁଷ୍ୟର ସ୍ବାସ୍ଥ୍ୟ ସୁଧୁରିବା ବଦଳରେ ଖରାପ ହୋଇଥାଏ। ଏହାର ଏକ ମୁଖ୍ୟ କାରଣ ଆପଣଙ୍କ ଡାୟେଟ ସହ ଜଡ଼ିତ ଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଶୀତଦିନେ ଯେଉଁ ଜିନିଷଗୁଡ଼ିକୁ ଆପଣ ଅତ୍ୟନ୍ତ ମଜାରେ ଖାଇଥାଆନ୍ତି ସେଗୁଡ଼ିକ ଖାଇବା ଅନୁଚିତ୍। ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ ବିଷୟରେ ଯାହା ଶୀତଦିନେ ଆପଣଙ୍କୁ ରୋଗଗ୍ରସ୍ତ କରିଥାଏ।

{"id":208841,"sizeSlug":"large"}

୧.ଟମାଟୋ : ଶୀତଦିନେ ଲୋକେ ସାଲାଡ ଏବଂ ତରକାରୀରେ ଟମାଟୋର ସ୍ବାଦ ନିଶ୍ଚୟ ନେଇଥାଆନ୍ତି। ଏହି ଋତୁରେ ମିଳୁଥିବା ଟମାଟୋ କେବଳ ଦେଖିବାକୁ ଲାଲ ହୋଇଥାଏ। ଏହାର ସ୍ବାଦ ଗ୍ରୀଷ୍ମ ଋତୁରେ ମିଳୁଥିବା ଟମାଟୋ ପରି ନୁହେଁ। ଏଥିପାଇଁ ଶରୀରକୁ ହାନି ପହଞ୍ଚିବା ପୂର୍ବରୁ ଟମାଟୋ ଖାଇବାଠୁ ନିବୃତ୍ତ ରୁହନ୍ତୁ।

{"id":208842,"sizeSlug":"large"}

୨.ଷ୍ଟ୍ରବେରୀ : ଶୀତଦିନ ଆସିବା କ୍ଷଣି ବଜାରରେ ମିଳୁଥିବା ଷ୍ଟ୍ରବେରୀର ରଙ୍ଗ ବି ହାଲୁକା ପଡ଼ିଯାଇଥାଏ। ଷ୍ଟ୍ରବେରୀ ରଙ୍ଗର ଫାଇଟୋନ୍ୟୁଟ୍ରିସନ୍ ସହ ସମ୍ବନ୍ଧ ରହିଛି। ଡାକ୍ତରଙ୍କ ଅନୁସାରେ ହାୟର ନ୍ୟୁଟ୍ରିସନ୍ ଫୁଡ ଗ୍ରୀଷ୍ମ ଦିନେ ଖାଇବା ଅଧିକ ଲାଭଦାୟକ ହୋଇଥାଏ।

{"id":208843,"sizeSlug":"large"}

୩. ଚକଲେଟ୍ କୁକିଜ : ଚକଲେଟ କୁକିଜର ଅତ୍ୟନ୍ତ ସୁଆଦିଆ ହୋଇଥାଏ କିନ୍ତୁ ସାଚୁରେଟେଡ ଫ୍ୟାଟର ମାତ୍ରା ଅଧିକ ଥିବାରୁ ଏହା ଶୀତଦିନେ ଖାଇବା ଅନୁଚିତ୍।

{"id":208844,"sizeSlug":"large"}

୪.ନାଲି ଲଙ୍କା : ଶୀତଦିନେ ନାକ ବନ୍ଦ ହୋଇଗଲେ ନାଲି ଲଙ୍କା ଖାଇବା ଲାଭଦାୟକ ହୋଇଥାଏ। କିନ୍ତୁ ଏହା ଆପଣଙ୍କ ପେଟ ପାଇଁ ଲାଭଦାୟକ ହୋଇନଥାଏ। ଏପରି ପାଗରେ ନାଲି ଲଙ୍କା ଖାଇବା ପରିବର୍ତେ କଳା ଲଙ୍କା ଖାଇବା ଉଚିତ୍।

{"id":208845,"sizeSlug":"large"}

୫.ଶତାବରୀ : ଅଧିକାଂଶ ଲୋକେ ଗ୍ରୀଷ୍ମ ଦିନେ ଶତାବରୀ ଖାଇଥାଆନ୍ତି କିନ୍ତୁ ଏବେ ଲୋକେ ଶୀତଦିନେ ବି ଏହା ଖାଇବାକୁ ଲାଗିଲେଣି। ଏହି ଋତୁରେ ମିଳୁଥିବା ଶତାବରୀ ପେରୁ ଏବଂ ଚାଇନାରୁ ଆସିଥାଏ। ଶୀତଦିନେ ଏହା ଖାଇବା ଦ୍ବାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ ହୋଇଯାଇଥାଏ।

{"id":208846,"sizeSlug":"large"}

୬.ହଟ୍ କଫି : ଶୀତଦିନେ କମ୍ ପାଣି ପିଇବା କାରଣରୁ ଲୋକଙ୍କ ଶରୀରରୁ ଆର୍ଦ୍ରତା କମିଯାଇଥାଏ। ଗରମ କଫିରେ ଅତ୍ୟଧିକ କେଫିନ୍ ଥିବା ଯୋଗୁଁ ବାରମ୍ବାର ପରିସ୍ରା ମାଡ଼ିଥାଏ। ଏହାର ପ୍ରଭାବ ଆପଣଙ୍କ ତ୍ବଚାରେ ଦେଖାଯାଇଥାଏ।

{"id":208847,"sizeSlug":"large"}

୭.ସବୁଜ ପନିପରିବା : ଅନେକ ଥର ଲୋକମାନେ ସମୟ ବଞ୍ଚାଇବା ପାଇଁ ପୂର୍ପରୁ ଧୁଆ ଏବଂ କଟାଯାଇଥିବା ପରିବା ବ୍ୟବହାର କରିଥାଆନ୍ତି। କିନ୍ତୁ ଆପଣ ଏହା ଅନୁମାନ ମଧ୍ୟ କରି ପାରିବେ ନାହିଁ ଯେ ଏହା କେତେ କ୍ଷତିକାରକ ହୋଇପାରେ। ଶୀତଦିନେ ଏହା ଖାଇବା ଦ୍ବାରା ଆପଣ ରୋଗଗ୍ରସ୍ତ ହୋଇପାରନ୍ତି।

{"id":208848,"sizeSlug":"large"}

୮.ନାଲି ମାଂସ : ନାଲି ମାଂସ ଏବଂ ଅଣ୍ଡାରେ ସବୁଠୁ ଅଧିକ ପ୍ରୋଟିନ୍ ରହିଥାଏ। କିନ୍ତୁ ଶୀତଦିନେ ଅଧିକ ପ୍ରୋଟିନ୍ ଖାଇବା ଦ୍ବାରା ଆପଣଙ୍କ ଗଳାରେ କଫ ହୋଇପାରେ। ମାଂସ ବଦଳରେ ଆପଣ ମାଛ ଖାଇ ପାରିବେ। ମାଛରେ ମଧ୍ୟ ପ୍ରୋଟିନ୍ ଥାଏ ଏବଂ ଏହା ଖାଇବା ଦ୍ବାରା କୌଣସି ପ୍ରକାରର ହାନି ହୋଇନଥାଏ।

{"id":208850,"width":592,"height":444,"sizeSlug":"large"}

୯.ଅଫ ସିଜନ୍ ଫ୍ରୃଟ୍ : ଶୀତଦିନେ କେବେ ବି ଅଫ ସିଜନ୍ ଫ୍ରୃଟ୍ ଖାଆନ୍ତୁ ନାହିଁ। କାରଣ ଫ୍ରେଶ୍ ନ ଥିବା ଯୋଗୁଁ ଏପରି ଫଳ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।

{"id":208851,"sizeSlug":"large"}

୧୦. ଆଲକୋହଲ୍ : ଶୀତଦିନେ ଅଧିକାଂଶ ଲୋକେ ପାଣି କମ୍ ପିଇଥାଆନ୍ତି,ଯାହା ଫଳରେ ଶରୀରରେ ଆର୍ଦ୍ରତା କମିଯାଇଥାଏ। ଶୀତଦିନେ ଅଧିକାଂଶ ଲୋକ ନିଜକୁ ଗରମ ରଖିବା ପାଇଁ ଆଲକୋହଲ୍ ଅତ୍ୟଧିକ ସେବନ କରିଥାଆନ୍ତି। କିନ୍ତୁ ଅତ୍ୟଧିକ ଆଲକୋହଲ୍ ଯୋଗୁଁ ଶରୀରରେ ଆର୍ଦ୍ରତା କମିଯାଇଥାଏ,ଯାହା ଆପଣଙ୍କ ପାଇଁ ହାନିକାରକ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.