ମାଛ ଧରା ଜାଲରେ ଫସିଲା ୧୦ ଫୁଟ ଲମ୍ବର ଅଜଗର

Published By : Prameya-News7 Bureau | October 29, 2020 IST

ସୋର ୨୯।୧୦: ଜାଲରେ ଫସିଲା ୧୦ଫୁଟ ଲମ୍ବର ଅଜଗର । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ନୂଆସାହି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ନୂଆସାହିର ଗ୍ରାମର ଭଗିଆ ହାତୀ ମାଛ ଧରିବା ପାଇଁ ନଦୀରେ ଜାଲ ପକାଇଥିବା ବେଳେ ଜାଲରେ ୧୦ ଫୁଟ ଲମ୍ବର ଅଜଗର ସାପ ଛନ୍ଦି ହୋଇଯାଇଥିଲା । ଲୋକମାନେ ଏହାକୁ ଦେଖି ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥଲେ । ସାପଟିକୁ ଦେଖିବା ପାଇଁ ଗାଁରେ ଭିଡ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.