୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର
4/10/2019 at 9:42 AM

ସମ୍ବଲପୁର ୪।୧୦: ସମ୍ବଲପୁରରୁ ବିଶାଳ ଅଜଗର ଉଦ୍ଧାର ହୋଇଛି । ସମ୍ବଲପୁର ଅଇଁଠାପାଲି ଛକ ନିକଟ ବାଟ ମଙ୍ଗଳା ମନ୍ଦିର ସମ୍ମୁଖରୁ ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ଅଜଗରର ଲମ୍ବ ପ୍ରାୟ ୧୦ ଫୁଟ ହେବ ବୋଲି ଜଣାପଡିଛି ।

ରାସ୍ତା ପାର ହେଉଥିବା ବେଳେ ୨ ଜଣ ବାଇକ୍ ଆରୋହୀ ଅଜଗରକୁ ଦେଖିଥିଲେ । ତେବେ ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।