୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର, କୁକୁର ଆକ୍ରମଣରେ କ୍ଷତାକ୍ତ

Published By : Prameya-News7 Bureau | November 27, 2019 IST

ଆଠଗଡ ୨୭।୧୧: ଉଦ୍ଧାର ହେଲା ୧୦ ଫୁଟ ଲମ୍ବର ଅଜଗର ସାପ । ବାଙ୍କୀ ଥାନା ଅନ୍ତର୍ଗତ ନୂଆ ଓସ୍ତିଆ ଗ୍ରାମରେ କୁକୁର ସାପଟିକୁ ଆକ୍ରମଣ କରୁଥିବା ସ୍ଥାନୀୟ ଲୋକ ଦେଖି ଭୟଭୀତ ହୋଇଯାଇଥିଲେ ।

{"id":190547,"sizeSlug":"large"}

ଫଳରେ କିଛି ସ୍ଥାନୀୟ ସାହସୀ ଯୁବକ ସାପଟିକୁ ଉଦ୍ଧାର କରି ସାପ ଉଦ୍ଧାର କାରୀ ସଦସ୍ୟଙ୍କୁ ଖବର ଦେଇଥିଲେ । ଖବର ପାଇ ସୁଶାନ୍ତ ପାତ୍ର ଏବଂ ବାବୁ ପ୍ରସାଦ କବି ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଆଣି ଆଠଗଡ଼ ପଶୁ ଚିକିତ୍ସାଳୟରେ ଚିକିତ୍ସା କରାଇଛନ୍ତି ।

{"id":190548,"sizeSlug":"large"}

ତେବେ  ସାପଟି ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ସ୍ଥାନୀୟ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.