୧୦ ଫୁଟ ଲମ୍ବର ବିରଳ ଅଜଗର ସାପ ଉଦ୍ଧାର

Published By : Prameya-News7 Bureau | August 29, 2019 IST

ଚଣ୍ଡିଖୋଲ ୨୯୮: ଯାଜପୁର ଜିଲ୍ଲା ଧର୍ମଶାଳା ନିକଟ କାଏମା ସଂରକ୍ଷିତ ଜଙ୍ଗଲରୁ ଜନବସତି ଆଡକୁ ଚାଲିଆସିଥିବା ଏକ ବିରଳ ଅଜଗର ସାପକୁ ଉଦ୍ଧାର କରାଯାଇଛି । ସାପଟି ରାତି ପ୍ରାୟ ୮ଟା ସମୟରେ ପାହାଡରୁ ଖସି ଜନବସତି ଆଡକୁ ଆସି ରାସ୍ତାପାର ହେଉଥିବା ସମୟରେ ଲୋକେ ଦେଖିଥିଲେ ।

{"id":150555}

ପରେ ଲୋକେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ତପନ ପୃଷ୍ଟିଙ୍କୁ ଖବର ଦେଇଥିଲେ ।  ସେ ଆସି ସାପଟିକୁ ଉଦ୍ଧାର କରିଥିଲେ । ସାପଟିର ଲମ୍ବ ୧୦ ଫୁଟ ହୋଇଥିବା ବେଳେ ଓଜନ ୨୦କେଜି ପାଖାପାଖି ହେବ। ଉଦ୍ଧାର ହୋଇଥିବା ସାପଟିର ବୟସ ଦୁଇବର୍ଷ ହେବ ବୋଲି ସ୍ନେକ ହେଲ୍ପ ଲାଇନର ସଦସ୍ୟ ତପନ କହିଛନ୍ତି ।

{"id":150557}

ଅନ୍ୟପଟରେ କାଏମା ପାହାଡରୁ ଏଭଳି ବିରଳ ଅଜଗର ଉଦ୍ଧାର ହେବା ପ୍ରଥମ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ସାପଟିକୁ ଆଜି ମହାବିନାୟକ ବାରୁଣାବନ୍ତ ଜଙ୍ଗଲରେ ଛାଡିଦିଆଯିବ ବୋଲି ତପନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.