ରେଳ ଷ୍ଟେସନରୁ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର, ଛଡାଗଲା ଜଙ୍ଗଲରେ
30/11/2020 at 5:22 PM

ଖଲ୍ଲିକୋଟ ୩୦।୧୧: ଗଞ୍ଜାମ ଜିଲ୍ଲା ଛତ୍ରପୁର ବଡରେଳ ଷ୍ଟେସନ ପ୍ଲାଟଫର୍ମ ନିକଟରୁ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମ ଉପରେ ଅଜଗର ସାପଟି ବୁଲୁଥିବାର କିଛି ଲୋକ ଦେଖିଥିଲେ । ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ପରେ ଘଟଣା ସଂପର୍କରେ ଛତ୍ରପୁର ପୋଲିସ ଓ ବନ ବିଭାଗ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ନେଇ ଟାମଣା ଜଙ୍ଗଲରେ ଛଡାଯାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଛତ୍ରପୁରର ବହୁ ସ୍ଥାନରୁ ଅଜଗର ସାପ ଉଦ୍ଧାର ହୋଇଥିବା ନଜିର ରହିଛି।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021