Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜପଥ ଉପରେ ବିନା ଭୟରେ ଚାଲୁଛି ବିରାଟକାୟ କୁମ୍ଭୀର : ଭାଇରାଲ୍ ଭିଡିଓ ଦେଖିଲେ ବି ଡର ଲାଗିବ

8/08/2020 at 4:15 PM

ଶିବପୁରୀ ୮/୮: ମଧ୍ୟପ୍ରଦେଶର ଶିବପୁରୀର ରନ୍ନୌଦ ଗାଁର ସ୍ଥାନୀୟ ଲୋକେ ରାଜରାସ୍ତାରେ ୧୦ଫୁଟ ଲମ୍ବର କୁମ୍ଭୀରକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ବିଶେ​ଷ ଭାବେ, ମଇଁଷି ଚରାଳିମାନେ ଏଗୁଡ଼ିକ ଦେଖିବାକୁ ପାଇଥାନ୍ତି।

କୁମ୍ଭୀରଟି ବୁଦାରେ ଟ୍ରାଫିକ୍ ରୋକିବାର ଅପେକ୍ଷା କରିଥିଲା। ଟ୍ରାଫିକ୍ କ୍ଲିୟର ହେବା ପରେ କୁମ୍ବୀରଟି ରାସ୍ତା ପାର କରିଥିଲା। ପଥଚାରୀମାନେ ନିଜ ମୋବାଇଲ୍ ଫୋନରେ ଏହି ଦୁର୍ଲଭ ଦୃଶ୍ୟର ଭିଡିଓ ସୁଟିଂ କରିଥିଲେ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ପରେ ଗାଁଲୋକେ ବନ ବିଭାଗ ଅଧିକାରୀଙ୍କୁ ସୂଚିତ କରିଥିଲେ। ଏହା ପରେ ବନ ବିଭାଗ କର୍ମଚାରୀ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରି ପୋଖରୀରେ ଛାଡ଼ି ଦେଇଥିଲେ।

ଗାଁ ବାସିନ୍ଦାମାନେ କହିଥିଲେ ଯେ ବର୍ଷାଦିନେ କୁମ୍ଭୀର ପୋଖରୀ ବା ନଦୀରୁ ବାହାରକୁ ବାହାରି ଆସନ୍ତି। ଗାଁରେ କୁମ୍ଭୀର ବାହାରିବାର ଏପରି ଅନେକ ଉଦାହରଣ ପୂର୍ବରୁ ଦେଖାଯାଇସାରିଛି।

   Related Posts