Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଅରଡ ଗାଁରେ ଘର ବାଡି ପଟେ କୁମ୍ଭୀରର ଘର, ୫୯ଟି ଅଣ୍ଡା ସହ ୧୦ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର

19/05/2019 at 6:52 PM

କେନ୍ଦ୍ରାପଡା ୧୯|୫: ଘର ବାଡି ପଛରେ କୁମ୍ଭୀର ଘର । ଏମିତି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଜମ୍ବୁ ରେଞ୍ଜ୍ ଅନ୍ତର୍ଗତ କଂସାର ବଡଦାଣ୍ଡୁଆ ପଂଚାୟତର ଅରଡ ଗ୍ରାମରେ । ଗୋବରି ନଦୀ ନିକଟ ଏହି ଗାଁରେ ରବୀନ୍ଦ୍ର ପାତ୍ରଙ୍କ ଘର ପଛ ପଟେ ୧୦ଫୁଟ ଲମ୍ବର ଏକ ବିରାଟ କୁମ୍ଭୀର ବସା କରି ୫୯ଟି ଅଣ୍ଡା ଦେଇ ଜଗି ରହିଥିଲା ।

ଆଜି ସକାଳେ ରବୀନ୍ଦ୍ର ବାଉଁଶ କାଟୁଥିବା ବେଳେ କୁମ୍ଭିୀର ହ୍ରିଂସ ହୋଇ ଗୋଡାଇ ଥିଲା । ଭୟରେ ରବୀନ୍ଦ୍ର ସେହି ସ୍ଥାନ ଛାଡି ପଳାଇ ଆସିଥିଲେ । ଏକଥା ପ୍ରଘଟ ହେବାପରେ ଶହ ଶହ ଲୋକ କୁମ୍ଭୀର ଦେଖିବାକୁ ପଂହଚିଥିଲେ । ଗ୍ରାମବାସୀ କୁମ୍ଭୀରକୁ ବାନ୍ଧି ପକାଇଥିଲେ ।

ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପଂହଚି କୁମ୍ଭୀରକୁ ଉଦ୍ଧାର କରିବା ସହିତ ୫୯ଟି ଅଣ୍ଡାକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରି ଭିତରକନିକା ଜାତୀୟ ଉଦ୍ୟାନ କୃତ୍ରିମ ପ୍ରଜଜନ କେନ୍ଦ୍ରକୁ ପଠାଇଛନ୍ତି । କୁମ୍ଭୀରକୁ ଖରନାସୀ କନଟିଆନାଳ ସଂରକ୍ଷିତ ଲୁଣା ଜଙ୍ଗଲ ନିକଟ ନାଳରେ ଛାଡି ଦେଇଛନ୍ତି ।

କୁମ୍ଭିର ସାଧାରଣତଃ ଏହି ସମୟରେ ପ୍ରଜଜନ ପାଇଁ ଏହି ସ୍ଥାନକୁ ସୁରକ୍ଷିତ ସ୍ଥାନ ଭାବି ଅଣ୍ଡାଦାନ କରିବାକୁ ଆସିଥିଲା । ମାତ୍ର ଆଜି ଗ୍ରାମବାସୀଙ୍କ ହାତରେ ଧରାପଡିଥିଲା । ଗ୍ରାମବାସୀମାନେ ନଦୀରେ ଚଳପ୍ରଚଳ କରନ୍ତି । ମାତ୍ର କୁମ୍ଭୀର ଆକ୍ରମଣରେ କାହାର କୌଣସି କ୍ଷତି ଘଟିନାହିଁ । କୁମ୍ଭୀର ନଦୀରେ ଭାସୁଥିବାର ଦେଖିଥିଲେ ଗ୍ରାମବାସୀ ।

ଏଭଳି କୁମ୍ଭୀର ବସା ଠାବ କରିବା ଘଟଣା ପ୍ରଥମ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଆଜିର ଘଟଣା ପରେ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ତେଣୁ ବନ ବିଭାଗ ଏହାର ପ୍ରତିକାର କରିବା ପାଇଁ ସଧାରଣରେ ଦାବି ହେଉଛି ।  

   Related Posts