Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଏଇତ ବାପା-ଝିଅର ସଂପର୍କ! ୧୦ ଦିନ ହେଲା ପଡି ରହିଲା ମୃତଦେହ, ବାହାରୁଥିଲା ଦୁର୍ଗନ୍ଧ, ୨ ଝିଅଙ୍କ ଏକାଜିଦ୍‌ ‘ଆମ ବାପା ଫେରି ଆସିବେ’

9/01/2021 at 10:42 PM

ବରଗଡ଼୯/୧: ଜନ୍ମ-ମୃତ୍ୟୁ ଚିରନ୍ତନ ସତ୍ୟ। ସେଥିପାଇଁ ତ କଥାରେ ଅଛି, ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ’। କିନ୍ତୁ ଏହି କଥାକୁ ମାନିବାକୁ ପରିବାର ଲୋକେ ନାରାଜ। ସ୍ତ୍ରୀ କହୁଛି, ମୋ ସ୍ବାମୀ ଫେରି ଆସିବେ। ମୃତଦେହ ପାଖରେ ୨ ଝିଅ ବସି କହୁଛନ୍ତି, ବାପା ତମେ ଫେରି ଆସ। ୧୦ ଦିନ ଧରି ମୃତଦେହ ପାଖରେ ବସି କଇଁ କଇଁ ହୋଇ କାନ୍ଦୁଥିଲେ ପରିବାର ଲୋକେ। ମଣିଷର ମୃତ୍ୟୁ ପରେ ସେ ଆଉ କେବେ ଜୀବନ ପାଏ ନାହିଁ। ଏହି କଥା ସମସ୍ତେ ଜାଣିଛନ୍ତି। ବହୁ ପୁରାତନ କାଳରେ ମୃତଦେହକୁ ଯତ୍ନ କରି ସାଇତି ରଖୁଥିଲେ। କାଳେ ମୃତକର ଜୀବନ ଫେରି ଆସିବ କି? ଏହାକୁ ଅନ୍ଧ ବିଶ୍ବାସ କହିପାରିବେ, ହେଲେ ଏତେ ଶ୍ରୀଘ୍ର ମୃତକଙ୍କଠାରୁ ସ୍ନେହ ମମତା ତୁଟାଇ ପାରନ୍ତି ନାହାନ୍ତି ପରିବାର ଲୋକେ। ସେଥିପାଇଁ ମୃତଦେହକୁ ବହୁଦିନ ପର୍ଯ୍ୟନ୍ତ ସାଇତି ରଖିଥିଲେ।

ବର୍ତ୍ତମାନ ଆଧୁନିକ ଯୁଗରେ ମଧ୍ୟ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ବରଗଡ ବରଡୋଲ ପଞ୍ଚାୟତ ଡାଙ୍ଗଛକ ଅଞ୍ଚଳରେ ଏଭଳି ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ମହେନ୍ଦ୍ର ବାଗ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରର ଦୁଇ ଝିଅ, ସ୍ତ୍ରୀ ଓ ଶାଶୁ ତାଙ୍କ ମୃତଦେହକୁ ଶବ ସତ୍କାର କରିବାକୁ ଦେଉ ନଥିଲେ।। ଘରେ ମହେନ୍ଦ୍ର କେବଳ ରୋଜଗାରିଆ ଥିଲେ। ମୃତଦେହରୁ ଦୁର୍ଗନ୍ଧ ବାହାରୁଥିଲା। ନାକ ଫାଟି ପଡୁଛି। ଏହି ମୃତଦେହକୁ କୋଠରୀ ରଖାଯାଇଥିଲା। ପରିବାର ଲୋକଙ୍କ ଏକାଜିଦ୍, ତାଙ୍କ ଜୀବନ ଫେରି ଆସିବ। ଏମିତି ଭାବି ୧୦ ଦିନ ଧରି ମୃତଦେହକୁ ଘରେ ରଖିଥିଲେ। ତେବେ ବରଗଡର ସଂକଳ୍ପ ପରିବାର ବରଗଡ ଟାଉନ ପୋଲିସର ସହାୟତାରେ ପରିତ୍ୟକ୍ତ ଶବକୁ ଉଦ୍ଧାର କରି ଶବ ସତ୍କାର କରିଥିଲେ |

   Related Posts