Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଅଟୋ ଉପରେ ଚଢିଗଲା ଟ୍ୟାଙ୍କର, ଡ୍ରାଇଭରଙ୍କ ସମେତ ୧୦ମୃତ, ଜଣେ ଗୁରୁତର

25/09/2019 at 3:17 PM

ହିସାରା ୨୫।୯: ହରିୟାଣା ହିସାରାରେ ମର୍ମନ୍ତୁଦ ସଡର ଦୁର୍ଘଟଣା ହୋଇଛି । ଏକ ଅଟୋକୁ ଟ୍ୟାଙ୍କର ଧକ୍କା ଦେବା ଫଳରେ ଅଟୋ ଡ୍ରାଇଭରଙ୍କ ସମେତ ୧୦ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଜଣେ ଯୁବକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଜିଲ୍ଲାର ବିଭିନ୍ନ ଗାଁର ଯୁବକ ଏକ କୋଚିଂ ଏକାଡେମୀରେ ପଢୁଥିଲେ । କୋଚିଂ ସେଣ୍ଟରର କିଛି ଯୁବକ ହିସାରାରେ ଚାଲିଥିବା ସେନାରେ ପ୍ରବେଶ ପାଇଁ ହୋଇଥିବା କ୍ୟାମ୍ପରେ ଯୋଗଦେବା ପାଇଁ ଯାଇଥିଲେ । ସୋମବାର ଦିନ ଯେଉଁମାନେ ଶାରିରୀକ ଦକ୍ଷତାରେ ସଫଳ ହୋଇଥିଲେ ସେମାନଙ୍କର ମଙ୍ଗଳବାର ଦିନ ମେଡିକାଲ ପରୀକ୍ଷା ହେବାର ଥିଲା । ମେଡିକାଲ ପରୀକ୍ଷା ସରିବା ପରେ ଯୁବକମାନେ ବିଳମ୍ବିତ ରାତିରେ ଅଟୋ ଯୋଗେ ଫେରୁଥିଲେ । ରାସ୍ତାରେ ଟ୍ୟାଙ୍କର ସହ ଅଟୋ ଧକ୍କା ହୋଇଥିଲା । ଫଳରେ ଅଟୋ ଡ୍ରାଇଭରଙ୍କ ସମେତ ୧୦ଜଣଙ୍କର ମୃତ୍ୟୁହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହ ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲା ।

   Related Posts