Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଗରିବ ଝିଅର ଖାତାକୁ ହଠାତ ଆସିଗଲା ୧୦ କୋଟି ଟଙ୍କା, ତାପରେ…

22/09/2020 at 5:34 PM

ଲକ୍ଷ୍ନୌ, ୨୨ ।୦୯:  ଯଦି ଆପଣଙ୍କ ବ୍ୟାଙ୍କ୍ ଖାତାରେ ୨ ହଜାର ଟଙ୍କା ନଥିବ କିନ୍ତୁ ମୋବାଇଲକୁ ମେସେଜ୍ ୧୦ କୋଟି ଟଙ୍କା ଡିପୋଜିଟ୍ ହୋଇଛି, ତେବେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଯଦି ଏହି ଅର୍ଥ ଲଟେରୀ ଦ୍ୱାରା ମିଳିଥାଏ ତେବେ ଆପଣ ଖୁସି ହେବେ । କିନ୍ତୁ ବିନା କୌଣସି କାରଣରେ ଆକାଉଣ୍ଟରେ ଟଙ୍କା ଜମାହେଲେ ଆପଣ ଡରିଯିବେ ।

କିଛି ଏପରି ଘଟିଛି ଉତ୍ତର ପ୍ରଦେଶର ବାଲିୟା ଜିଲ୍ଲାରେ ରହୁଥିବା ଜଣେ ନାବାଳିକାଙ୍କ ସହ । ତାଙ୍କ ଆକାଉଣ୍ଟରେ ୯ କୋଟି ୯୯ ଲକ୍ଷ ଟଙ୍କା ଜମା ହୋଇଛି । ମାତ୍ର ୧୬ ବର୍ଷର ସରୋଜା ଏହା ଜାଣିବା ପରେ କିଛି ସମୟ ପାଇଁ ସ୍ତବ୍ଧ ହୋଇ ପଡିଥିଲେ ।

ସରୋଜା ଆହ୍ଲାବାଦ ବ୍ୟାଙ୍କର ବାଂସଡୀହ ଶାଖାରେ ୨୦୧୮ରେ ଏକ ଆକାଉଣ୍ଟ ଖୋଲିଥିଲେ । ଥରେ ସେ ବ୍ୟାଙ୍କ ପହଁଚି ନିଜ ଆକାଉଣ୍ଟରେ କେତେ ଟଙ୍କା ଅଛି ବୋଲି ପଚାରିଥିଲେ । ତେବେ ତାଙ୍କ ଖାତାରେ ହଜାର ନୁହେଁ ବରଂ କୋଟି କୋଟି ଟଙ୍କା ଥିବା ସେ ଜାଣିବାକୁ ପାଇଥିଲେ । ବ୍ୟାଙ୍କ୍ ତାଙ୍କ ଖାତାରେ ଏତେ ଟଙ୍କା ଦେଖି ସମସ୍ତ ନେଣଦେଣ ଉପରେ ରୋକ୍ ଲଗାଇଛି ।

ସରୋଜା କହିଛନ୍ତି ଯେ, କାନପୁରରେ ରହୁଥିବା ନିଲେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇବା ପାଇଁ ତାଙ୍କ ଆଧାର କାର୍ଡ ନେଇଥିଲେ । ଏହାସହ ଅନ୍ୟ କାଗଜପତ୍ର ଓ ଫଟୋ କପି ମଧ୍ୟ ନିଲେଶ ନେଇଥିଲେ । ଏହା ସାହାଯ୍ୟରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯାଇଥିଲା ।

ବ୍ୟାଙ୍କ୍ କର୍ମଚାରୀ କହିଛନ୍ତି ଯେ, ସରୋଜାଙ୍କ ଆକାଉଣ୍ଟରେ ଲଗାତାର ଭାବେ ନେଣଦେଣ ହେଉଥିଲା । କିନ୍ତୁ ଏକଥା ସରୋଜା ଜାଣିନଥିଲେ । ଏବେ ନିଲେଶଙ୍କ ମୋବାଇଲ ଫୋନ୍ ଅଫ୍ ଅଛି । ତେବେ ଏତେ ଟଙ୍କା କେଉଁଠୁ ଆସିଛି ତାହାର ତଦନ୍ତ ଆରମ୍ଭ ହୋଇଛି ।

   Related Posts