ଇ-ଶ୍ରମ ଯୋଜନାରେ ପଞ୍ଜିକୃତ ହେଲେ ୧୦ କୋଟି ଦେଶବାସୀ; ଜାଣନ୍ତୁ କଣ ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | December 01, 2021 IST

ନୂଆଦିଲ୍ଲୀ ୦୧/ ୧୨ : ଦେଶର ବିଭିନ୍ନ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ ଇ-ଶ୍ରମ ପୋର୍ଟାଲ ଲୋକାର୍ପିତ କରାଯାଇଥିଲା। ଏହି ପୋର୍ଟାଲରେ ଦେଶର ୧୦ କୋଟି ଲୋକ ପଞ୍ଜିକରଣ କରାଇ ନିଜର ଇ-ଶ୍ରମ କାର୍ଡ ମଧ୍ୟ ପାଇ ସାରିଛନ୍ତି। ଏହା ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇ-ଶ୍ରମ ଯୋଜନା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ମୋଦୀ କହିଛନ୍ତି ‘’ଏହାକୁ ସଂକଳ୍ପରୁ ସିଦ୍ଧି ଆଡ଼କୁ ଯାତ୍ରା ବୋଲି କୁହାଯାଏ। ଦେଶର କୋଟି କୋଟି ଶ୍ରମଜୀବି ଓ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଦେଶବାସୀମାନଙ୍କ ଦ୍ୱାରା ନୂଆ ଭାରତର ମୂଳଦୁଆ ତିଆରି ହେଉଛି। ସେମାନଙ୍କ ସାମାଜିକ ସୁରକ୍ଷାରେ ଦେଶର ଆଗାମୀ ସୁଦୃଢ଼ ଭବିଷ୍ୟତ ଲୁଚି ରହିଛି।‘’

wp:html /wp:html

ଇ-ଶ୍ରମ ଯୋଜନାର ଲାଭ

ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିବା ଦ୍ୱାରା କର୍ମଚାରୀ ମାନଙ୍କର ଡାଟାବେସ ପ୍ରସ୍ତୁତ ହେବ।

ପୋର୍ଟାଲ ଦ୍ୱାରା ଯୋଡ଼ିଥିବା କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା ଅଧୀନରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିମା ରାଶି ପାଇ ପାରିବେ।

ଏହି ବୀମା ଯୋଜନା ପାଇଁ ପ୍ରିମିୟମ୍‌ର ଜରୁରୀ ଆବଶ୍ୟକତା ନାହିଁ।

ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ରୂପେ ଦିବ୍ୟାଙ୍ଗ ହେଲେ ୨ ଲକ୍ଷ ଟଙ୍କାର ବୀମା ଓ ଆଂଶିକ ଭାବେ ଦିବ୍ୟାଙ୍ଗ ହେଲେ ୧ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ।

ବିଭିନ୍ନ ପ୍ରକାରର ସାମାଜିକ ସୁରକ୍ଷା ଯୋଜନାର ବିତରଣ ଏହି ଇ-ଶ୍ରମ ଯୋଜନା ଦ୍ୱାରା କରାଯିବ।

ଏହାଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ବା ମହାମାରୀ ଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ମିଳିବା ସହଜ ହେବ। ଯଦି ଏହି ପୋର୍ଟାଲ୍‌ରେ ନିଜର ନାମ ପଞ୍ଜିକରଣ କରିବା ପାଇଁ ଚାହୁଁଛନ୍ତି ;ତେବେ ନିଜର ଆଧାର କାର୍ଡ ଓ ଜନଧନ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ନେଇ ଆପଣ ନିଜର ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ତଳେ ଦିଆ ଯାଇଥିବା ୱେବସାଇଟ୍‌ରେ ଲଗ୍ଇନ କରନ୍ତୁ। http://eshram.gov.in ଏହି ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ୧୪୪୩୪ ହେଲ୍ପ ଲାଇନ ନମ୍ବରରେ ମଧ୍ୟ ଯୋଗାଯୋଗ କରି ବିସ୍ତୃତ ସୂଚନା ପାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.