ଦିଲ୍ଲୀ ଏୟାରପୋର୍ଟରୁ ୧୦ କୋଟିର ହେରୋଇନ୍‌ ଜବତ, ଦୁଇ ଆଫଗାନୀ ଗିରଫ

Published By : Prameya-News7 Bureau | October 15, 2020 IST

ନୂଆଦିଲ୍ଲୀ ୧୫/୧୦: ଦିଲ୍ଳୀ ଏୟାରପୋର୍ଟରୁ ୧୦ କୋଟି ଟଙ୍କାର ହେରୋଇନ୍‌ ଜବତ କରାଯାଇଛି। ଦିଲ୍ଳୀ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଦୁଇ ଆଫଗାନ୍‌ ନାଗରିକଙ୍କ ପାଖରୁ ୧୦ କୋଟିର ହେରୋଇନ୍‌ ଜବତ କରିଛନ୍ତି ସୀମା ଶୁଳ୍କ ଅଧିକାରୀ। ଦୁଇ ଅଭିଯକ୍ତ କାବୁଲରୁ ମଙ୍ଗଳବାର ଦିଲ୍ଳୀ ଏୟାରପୋର୍ଟରେ ପହଞ୍ଚିଥିଲେ ବୋଲି ଗୁରୁବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସେମାନଙ୍କୁ ଦେଖି ସନ୍ଦେହ ହେବାରୁ ସେମାନଙ୍କ ଲଗେଜ୍‌ ଯାଞ୍ଜ କରାଯାଇଥିଲା। ଯାଞ୍ଚ ସମୟରେ ସେମାନଙ୍କ ପାଖରୁ ୪.୭୯ କିଲୋଗ୍ରାମ୍‌ର ହେରୋଇନ୍‌ ଜବତ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ହେବ ବୋଲି ଜଣେ କଷ୍ଟମ ଅଧିକାରୀ କହିଛନ୍ତି।

ଆଶ୍ଚର୍ଯ୍ୟର କଥା ଦୁଇ ଅଭିଯୁକ୍ତ ନିଜ ଜ୍ୟାକେଟରେ ହେରାଇନ୍‌ ଲୁଚାଇ ଆଣିଥିଲେ। ଯାଞ୍ଚ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପରେ ତଦନ୍ତ ଜାରି ରହିବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.