ଲକ ଡାଉନ ଯୋଗୁଁ ଗୋଟିଏ ମାସରେ ୧୦ କୋଟି ଡଲାର ହ୍ରାସ ପାଇଲା ଟ୍ରମ୍ପଙ୍କ ସମ୍ପତ୍ତି
11/04/2020 at 11:18 AM

ନ୍ୟୁୟର୍କ ୧୧/୦୪ : କରୋନା ମହାମାରୀ ଯୋଗୁଁ ଚାଲିଥିବା ଲକଡାଉନ କାରଣରୁ ଦୁନିଆର ଅନେକ ଧନୀ ବ୍ୟକ୍ତିଙ୍କର କ୍ଷତି ହୋଇଛି | ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପତ୍ତି ଗତ ଗୋଟିଏ ମାସରେ ୧ କୋଟି ଡଲାର ହ୍ରାସ ପାଇଛି | ଫୋର୍ବସ ଦ୍ୱାରା ଜାରି କରାଯାଇଥିବା ୨୦୨୦ କୋଟିପତି ତାଲିକାରେ ଟ୍ରମ୍ପ ୨୦.୧ କୋଟି ଡଲାର ନେଟୱର୍ଥ ସହ ଦୁନିଆର ୨୦୦୧ ସ୍ଥାନରେ ଅଛନ୍ତି |
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଜଣେ ରିୟଲ ଇଷ୍ଟେଟ ବ୍ୟବସାୟୀ | ତାଙ୍କ ବ୍ୟବସାୟ ଆମେରିକାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ବ୍ୟାପିଛି | ଫୋର୍ବସ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ ୧୮ ତାରିଖ ମଧ୍ୟରେ ତାଙ୍କ କମ୍ପାନୀ ଵେଷ୍ଟନ ପ୍ରପର୍ଟିଜ ଓ ବୋର୍ନଡୋ ରିୟାଲିଟି ଟ୍ରଷ୍ଟର ସେୟାରରେ ପାଖାପାଖି ୩୭ ପ୍ରତିଶତ ହ୍ରାସ ପାଇଛି | ଏକ କେବଳ କରୋନା ପ୍ରକୋପ ପାଇଁ ହ୍ରାସ ପାଇଛି | ତାଙ୍କର ହସ୍ପିଟାଲିଟି, ଆପାର୍ଟମେଣ୍ଟ ଓ ଗଲ୍ଫ ବ୍ୟବସାୟରେ ମଧ୍ୟ ବହୁତ କ୍ଷତି ଘଟିଛି |
ଫୋର୍ବସ ଅନୁଯାୟୀ, ମାସେ ପୂର୍ବରୁ ୭୩ ବର୍ଷ ବୟସ୍କ ଟ୍ରମ୍ପଙ୍କ ମୋଟ ସମ୍ପତ୍ତି ୩୦.୧ କୋଟି ଡଲାର ଥିଲା | ୨୦୧୭ ମସିହା ଜାନୁଆରୀ ମାସରେ ଯେତେବେଳେ ସେ ଆମେରିକାର ରାଷ୍ଟ୍ରପତି ଚୟନ ହୋଇଥିଲେ ସେତେବେଳେ ସେ ଇତିହାସର ପ୍ରଥମ କୋଟିପତି ରାଷ୍ଟ୍ରପତି ଥିଲେ | ନ୍ୟୁୟର୍କର ମେନହଟ୍ଟନ ଅଞ୍ଚଳରେ ତାଙ୍କର ପାଖାପାଖି ଅଧା ଡଜନ ଆପାର୍ଟମେଣ୍ଟ ରହିଛି | ସେ ନିଜ ପିତା ଫ୍ରେଡ଼ଙ୍କ ସହ ବ୍ୟବସାୟ ଆରମ୍ଭ କରିଥିଲେ | ଟ୍ରମ୍ପଙ୍କ ପିତା ଫ୍ରେଡ଼ ବୃକଳିନ ଏବଂ କ୍ୱିନସରେ ବହୁତ ସୁନ୍ଦର ଘର ତିଆରି କରିଥିଲେ | ବର୍ତ୍ତମାନ ତାଙ୍କର ଦୁଇ ପୁଅ ଟ୍ରମ୍ପ ଓ ଜୁନିଅର ଏରିକ ତାଙ୍କ ବ୍ୟବସାୟ ସମ୍ଭାଳୁଛନ୍ତି |
ଟ୍ରମ୍ପ ୧୯୮୨ ମସିହାରେ ପ୍ରଥମଥର ନିଜ ପିତାଙ୍କ ସହ ଫୋର୍ବସ ୪୦୦ ତାଲିକାରେ ସ୍ଥାନ ପାଇଥିଲେ | ସେତେବେଳେ ପିତା ପୁତ୍ରଙ୍କ ମୋଟ ସମ୍ପତ୍ତି ୨୦ କୋଟି ଡଲାର ଥିଲା |
ଭାରତରେ ପ୍ରଥମଥର ଟ୍ରମ୍ପଙ୍କ କମ୍ପାନୀ ୨୦୧୩ ମସିହାରେ ପ୍ରବେଶ କରିଥିଲା | ଗତ ୭ ବର୍ଷରେ ଟ୍ରମ୍ପଙ୍କ ବ୍ୟବସାୟ ଭାରତର ଅନେକ ବଡ ବଡ ସହରରେ ବିସ୍ତାର କରିଛି | ଟ୍ରମ୍ପଙ୍କ କମ୍ପାନୀ ଦ ଟ୍ରମ୍ପ ଅର୍ଗାନାଇଜେସନ ଭାରତୀୟ କମ୍ପାନୀ ସହ ମିଶି ୫ ଲକ୍ଜରୀ ରେସିଡେନ୍ସିଆଲ ପ୍ରୋଜେକ୍ଟ ଲଞ୍ଚ କରିଛନ୍ତି | ଭାରତରେ ରିୟଲ ଇଷ୍ଟେଟ ବ୍ୟବସାୟରେ ଟ୍ରମ୍ପଙ୍କ ପରିବାର ଅଧିକ ନିବେଶ କରିଛନ୍ତି | ପ୍ରୋଜେକ୍ଟର ନାଁ ମଧ୍ୟ ଟ୍ରମ୍ପଙ୍କ ସହ ଜଡିତ | ମୁମ୍ବାଇ, ପୁନେ, ଗୁରୁଃଗ୍ରାମ ଓ କୋଲକାତାରେ ଟ୍ରମ୍ପ ଟାୱାର ରହିଛି |