Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦୂର ହେବ ଭ୍ୟାକସିନ୍‌ ଅଭାବ, ଜୁନ୍‌ରେ ୧୦ କୋଟି ଡୋଜ୍‌ ଯୋଗାଇବ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌

30/05/2021 at 7:39 PM

ନୂଆଦିଲ୍ଲୀ ୩୦/୫: ଦେଶରେ କରୋନା ଟିକା ଅଭାବକୁ ନେଇ ଖବର ମିଳୁଥିବା ବେଳେ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଖୁସି ଖବର ଆଣିଛି। ଜୁନ ମାସରେ ସିରମ ୧୦ କୋଟି କୋଭିସିଲ୍ଡ ଡୋଜ୍‌ ସରକାରଙ୍କୁ ଦେବ ବୋଲି କହିଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଲେଖିଥିବା ଚିଠିରେ ସିରମ୍‌ ପକ୍ଷରୁ ଲେଖାଯାଇଛି, କରୋନା ମହାମାରୀ ସମୟରେ ମଧ୍ୟ ବହୁ ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ କର୍ମଚାରୀ ୨୪ ଘଣ୍ଟା କାମ କରୁଛନ୍ତି।

ମେ’ ମାସର ଉତ୍ପାଦନ କ୍ଷମତାଠୁ ଜୁନରେ ଉତ୍ପାଦନ ବୃଦ୍ଧି ହେବାକୁ ଥିବା ବେଳେ ସରକାରଙ୍କୁ ୧୦ କୋଟି କୋଭିସିଲ୍ଡ ଟିକା ଦେବାକୁ ନେଇ ଆମେ ଖୁସି ଅଛୁ ବୋଲି ଏସଆଇଆଇରେ ସରକାରୀ ଏବଂ ନିୟାମକ ନିର୍ଦେଶକ ପ୍ରକାଶ କୁମାର ସିଂହ ଚିଠିରେ ଉଲ୍ଲେଖ କରିଛନ୍ତି। ସେପଟେ ଜୁନ୍‌ରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ଏବଂ ସମସ୍ତ ସମ୍ମୁଖ ଯୋଦ୍ଧା, ୪୫ ଓ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ୬.୦୯ କୋଟି ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ମନ୍ତ୍ରାଳୟ ଅନୁସାରେ ମେ ମାସରେ ୪୦୩୪୯୮୩୦ ଟିକା ଡୋଜ୍‌ ରାଜ୍ୟଗୁଡ଼ିକୁ ଦିଆଯାଇଛି। ଏହା ବ୍ୟତୀତ ରାଜ୍ୟ ଏବଂ ଘରୋଇ ଡାକ୍ତରଖାନା ୩୯୦୫୫୩୭୦ ଟିକା ଡୋଜ୍‌ କ୍ରୟ କରିଛନ୍ତି। ଏହାକୁ ମିଶାଇ ମେ ମାସରେ ଟିକାକରଣ କାର୍ଯ୍ୟକ୍ରମ ପାଇଁ ମୋଟ ୭୯୪୦୫୨୦୦ ଭ୍ୟାକସିନ୍‌ ଡୋଜ୍‌ ଉପଲବ୍ଧ କରାଯାଇଥିଲା।

   Related Posts