ରାଜ୍ୟରେ ୧୦ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨୯୬କୁ ବୃଦ୍ଧି

Published By : Prameya-News7 Bureau | August 11, 2020 IST

ଭୁବନେଶ୍ବର ୧୧।୮: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ମୃତ ୧୦ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ବାଲେଶ୍ବର, ପୁରୀ, ରାୟଗଡା, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଗଞ୍ଜାମ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।

wp:html /wp:html

ଗଞ୍ଜାମ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ଖୋର୍ଦ୍ଧାର ଜଣେ ୮୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ବ୍ରୋଙ୍କିଆଲ୍ ଆଜମା, ପ୍ରୋଷ୍ଟେଟର ବେନିନ୍ ହାଇପରପ୍ଲାସିଆ, ଓଲ୍ଡ ସେରେବ୍ରୋ ଭାସ୍କୁଲାର ଆକ୍ସିଡେଣ୍ଟରେ ମଧ୍ୟ ପୀଡିତ ଥିଲେ ।

wp:html /wp:html

ଖୋର୍ଦ୍ଧା ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ପୀଡିତ ଥିଲେ । ଖୋର୍ଦ୍ଧା ଜିଲ୍ଲାର ଜଣେ ୨୬ ବର୍ଷ ବୟସ୍କା ମହିଳା ଯିଏ କ୍ରୋନିକ୍ କିଡନୀ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ସୁନ୍ଦରଗଡର ଜଣେ ୫୭ ବର୍ଷ ବୟସ୍କା ମହିଳା ।

wp:html /wp:html

ବାଲେଶ୍ବର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ପୁରୀ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ । ରାୟଗଡା ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ ।

wp:html /wp:html wp:html /wp:html

ସେହିଭଳି ଅନ୍ୟ ରୋଗ କାରଣରୁ ୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତ୍ୟୁ କରୋନାଜନିତ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି । ଭୁବନେଶ୍ବରର ଜଣେ ୪୮ ବର୍ଷ ବୟସ୍କ ପୁରୁଷ ଯାହାଙ୍କର ଲେଫ୍ଟ ଭେଣ୍ଟ୍ରିକୁଲାର ଡିସଫଙ୍କସନ ସହ ଆକ୍ୟୁଟ୍ ମାୟୋକାର୍ଡିଆଲ୍ ଇନଫାର୍କସନ ଯୋଗୁଁ ମୃତ୍ୟୁ ହୋଇଛି । ନବରଙ୍ଗପୁର ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଯାହାଙ୍କର ଏଣ୍ଡ ଷ୍ଟେଜ୍ କ୍ରୋନିକ୍ କିଡନୀ ରୋଗ ଯୋଗୁଁ ମୃତ୍ୟୁ ହୋଇଛି ।

wp:html /wp:html wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୮୭୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫୪୨୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୦୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୯୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୯୨୩୦୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.