ବଲିଉଡ ସେଲିବ୍ରିଟିଙ୍କ ୧୦ଟି ବିବାଦୀୟ ଏବଂ ଚର୍ଚ୍ଚିତ ଚୁମ୍ବନ ଘଟଣା: ଜାଣନ୍ତୁ କିଏ ଏମାନେ

Published By : Prameya-News7 Bureau | October 20, 2018 IST

.ଝିଅ ସହ ମହେଶ ଭଟ୍ଟଙ୍କ ଓଷ୍ଠଗଣ୍ଠି ଚୁମ୍ବନ: ବଲିଉଡରେ ଏମିତି ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଚୁମ୍ବନ ପାଇଁ ବେଶ୍ ଚର୍ଚ୍ଚିତ ଓ ବିବାଦୀୟ ହୋଇଛନ୍ତି। ୭୦ବର୍ଷ ବୟସ୍କ ନିର୍ଦ୍ଦେଶକ ପ୍ରଯୋଜକ ମହେଶ ଭଟ୍ଟ ସେଥିରୁ ଅନ୍ୟତମ। ନିଜ ଝିଅ ଅଭିନେତ୍ରୀ ପୂଜା ଭଟ୍ଟଙ୍କ ସହ ‘ଲିପଲକ୍’ ଚୁମ୍ବନ ଓ ଏ ପରିପ୍ରେକ୍ଷୀରେ ସେ ଦେଇଥିବା ବକ୍ତବ୍ୟ ପାଇଁ ବେଶ୍ ବିବାଦୀୟ ହୋଇଥିଲେ। ଏମିତି କହିବାକୁ ଗଲେ ମହେଶ ଭଟ୍ଟ ଆହୁରି ବିଭିନ୍ନ କାରଣ ପାଇଁ ଭିନ୍ନ ଭିନ୍ନ ସମୟରେ ବିବାଦୀୟ ହୋଇଛନ୍ତି। କିନ୍ତୁ ନିଜ ଝିଅ ପୂଜା ଭଟ୍ଟଙ୍କ ସହ ତାଙ୍କର ‘ଲିପ୍ ଲକ୍’ ଫଟୋ ବେଶ୍ ଚହଳ ସୃଷ୍ଟି କରିଥିଲା। କିଛି ବର୍ଷ ତଳେ ‘ଷ୍ଟାରଡଷ୍ଟ’ ଫିଲ୍ମ ମାଗାଜିନ୍ ପାଇଁ ଏକ ଫଟୋସୁଟ୍ ହୋଇଥିଲା। ଏହି ଫଟୋସୁଟବେଳେ ମହେଶ ଭଟ୍ଟ ଓ ପୂଜା ଭଟ୍ଟଙ୍କ ଲିପଲକ୍ ଫଟୋ ସମ୍ପୃକ୍ତ ମାଗାଜିନର କଭର ପେଜରେ ସ୍ଥାନ ପାଇଥିଲା। କେବଳ ଫଟୋ ଛପିଥିଲେ ମଧ୍ୟ ଏତେ ବିବାଦ ହୋଇନଥାନ୍ତା ଯଦି ମହେଶ ଭଟ୍ଟ ଏହି ଫଟୋକୁ ଆଧାର କରି ଏକ ଅଦ୍ଭୁତ ବୟାନ ଦେଇନଥାନ୍ତେ। ମହେଶ ଭଟ୍ଟ ଏହି ମାଗାଜିନକୁ ଏକ ବିବୃତ୍ତି ଦେଇଥିଲେ ଯେ,ଯଦି ପୂଜା ତାଙ୍କ ଝିଅ ହୋଇନଥାନ୍ତେ ତାହେଲେ ତାଙ୍କୁ ସେ ବିବାହ କରିଥାନ୍ତେ। ଏହାକୁ ନେଇ ଯେତେବେଳେ ବିବାଦ ଓ ସମାଲୋଚନା ଉଗ୍ର ରୂପ ଧାରଣ କଲା ସେତେବେଳେ ପୂଜା ଏବଂ ମହେଶ ଭଟ୍ଟ ଏହି ଫଟୋ ରିଅଲ ନୁହେଁ ବୋଲି କହିବା ସହ ଫଟୋସପ୍ ହୋଇଥିବା ସଫେଇ ଦେଇଥିଲେ। ୨.ମଞ୍ଚରେ ଶିଳ୍ପା ସେଟ୍ଟୀ ଓ ରିଚାର୍ଡ ଗେରେଙ୍କ ଦୀର୍ଘ ଚୁମ୍ବନ: ଏଡସ୍ ସମ୍ପର୍କରେ ସଚେତନତା ଲାଗି ଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିଜ ପତଳା ଶରୀର ପାଇଁ ସର୍ବଦା ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ଆମେରିକୀୟ ଅଭିନେତା ରିଚାର୍ଡ ଗେରେ ମଧ୍ୟ ଯୋଗ ଦେଇଥିଲେ। ଏହିସମୟରେ ଶିଳ୍ପା ସେଟ୍ଟୀଙ୍କ ଅଣ୍ଟାକୁ ଧରି ତାଙ୍କ ଘେରକୁ ଝୁଙ୍କି ପଡ଼ିବା ସହ ଦୀର୍ଘ ଚୁମ୍ବନ ଦେଇଥିଲେ। ଥରେ ନୁହେଁ ସର୍ବସମ୍ମୁଖରେ ଏମିତି ସେ ଦୁଇଥର କରିଥିଲେ। ଏହି ଚୁମ୍ବନକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ହୋଇଥିଲା। ଶିଳ୍ପା ମଧ୍ୟ ଏହାକୁ ଅଶାଳୀନ ବୋଲି ସ୍ବୀକାର କରିଥିଲେ। ପରେ ନିଜର ଏଭଳି ଅଭଦ୍ର ବ୍ୟବହାର ପାଇଁ ରିଚାର୍ଡ ଗେରେ କ୍ଷମା ପ୍ରାର୍ଥନା କରିଥିଲେ। ରାଜସ୍ଥାନର ଏକ ଅଦାଲତ ଏଭଳି ସର୍ବସାଧାରଣରେ ଚୁମ୍ବନ ପାଇଁ ଉଭୟ ଶିଳ୍ପା ଓ ରିଚାର୍ଡ ଗେରେଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୩.ଶାହରୁଖ ଖାନ୍ ଏବଂ ଜନାଥନ୍ ରସ୍:   ପୁଅ-ଝିଅଙ୍କୁ ଚୁମ୍ବନ କରିବା ବା ଝିଅ-ପୁଅଙ୍କୁ ଚୁମ୍ବନ କରିବା ଏକ ଭିନ୍ନ ପ୍ରସଙ୍ଗ। କିନ୍ତୁ ଦୁଇଜଣ ପୁରୁଷ ସେଲିବ୍ରିଟିଙ୍କ ମଧ୍ୟରେ ଚୁମ୍ବନ କଥା ଶୁଣିଲେ ନିଶ୍ଚୟ ଅଡ଼ୁଆ ଲାଗିପାରେ। ତାହା ପୁଣି ଶାହାରୁଖ ଖାନ୍ ଏବଂ ଜନାଥନ୍ ରସଙ୍କ ଭଳି ଖ୍ୟାତନାମା ବ୍ୟକ୍ତିଙ୍କ ମଧ୍ୟରେ ଯଦି ହୋଇଥାଏ। ସୂଚନାଯୋଗ୍ୟ ଯେ, ଜନାଥନ୍ ରସ୍ ତାଙ୍କର ଏକ ରିୟଲିଟି ଶୋ କୁ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ଆମନ୍ତ୍ରଣ କରିଥିଲେ। ଶୋ ମଧ୍ୟ ଅତି ଭଲରେ ସରିଥିଲା। ତେବେ ପରେ ପରେ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହୋଇଥିଲା। ଏହି ଫଟୋରେ ଶାହାରୁଖ ଜଣେ ବ୍ୟକ୍ତିଙ୍କୁ ସ୍ମୁଚ୍ ଭଙ୍ଗୀରେ ଦେଖିବାକୁ ମିଳିଥିଲା। ତେବେ ଏହି ଫଟୋକୁ କେହିକେହି ସତ ବୋଲି ପ୍ରଚାର କରିଥିବାବେଳେ ଆଉ କେହି କେହି ଏହାକୁ ଫଟୋସପର କମାଲ ବୋଲି କହିଥିଲେ। ଶାହାରୁଖ ନିଜେ ଏହି ଫଟୋ ସମ୍ପର୍କରେ କିଛି ବି ଟିପ୍ପଣୀ ଦେଇନଥିଲେ। କିନ୍ତୁ ଫଟୋଟି ଯେତିକି ଭାଇରାଲ ହୋଇଥିଲା ସେତିକି ମଧ୍ୟ ବିବାଦୀୟ ଥିଲା। ୪.ଦୀପିକା ପାଦୁକୋନ ଏବଂ ସିଦ୍ଧାର୍ଥ ମାଲ୍ୟା:  ଦୀପିକା ପାଦୁକୋନ ଓ ସିଦ୍ଧାର୍ଥ ମାଲ୍ୟାଙ୍କ ମଧ୍ୟରେ ସର୍ବସାଧାରଣରେ ଚୁମ୍ବନ ଘଟଣା ବେଶ୍ ଚର୍ଚ୍ଚିତ ହୋଇଥିଲା। ୨୦୧୩ ମସିହାରେ କୋଲକାତାର ଇଡେନ୍ ଗାର୍ଡେନରେ ଚାଲିଥିବା ଆଇପିଏଲ ମ୍ୟାଚ୍ ବେଳର ଏହି ଘଟଣା। ସେଦିନ ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡରସ ମଧ୍ୟରେ ଘମାଘୋଟ ମୁକାବିଲା ଚାଲିଥିଲା। ସିଦ୍ଧାର୍ଥ ମାଲ୍ୟାଙ୍କ ସହ ବସି ଦୀପିକା ପାଦୁକୋନ ଖେଳ ଦେଖୁଥିଲେ। ମ୍ୟାଚରେ ଯେମିତି ନାଇଟ ରାଇଡରସକୁ ପରାଜିତ କରିଚ ରୟାଲ ଚାଲେଞ୍ଜର ବିଜୟୀ ହୋଇଛି ଠିକ୍ ସେତିକିବେଳେ ଭରପୂର ଷ୍ଟାଡିୟମରେ ସୀପିକାଙ୍କୁ ସିଦ୍ଧାର୍ଥ ଗଭୀର ଚୁମ୍ବନ କରିଥିଲେ। ସିଦ୍ଧାର୍ଥ ଭୁଲିଯାଇଥିଲେ ଯେ, ଷ୍ଟାଡିୟମରେ ୫୦ହଜାର ଦର୍ଶକ ତାଙ୍କ ସହ ଅଛନ୍ତି ଓ ସମଗ୍ର ଘଟଣାର ସିଧା ପ୍ରସାରଣ ଟେଲିଭିଜନରେ ଚାଲିଛି। ୫.ବିପାଶା ବସୁ ଏବଂ କ୍ରିଷ୍ଟିଆନୋ ରୋନାଲ୍ଡୋ: ଖ୍ୟାତନାମା ଫୁଟବଲ୍ ଖେଳାଳିଙ୍କୁ ନେଇ ଅଭିନେତ୍ରୀ ବିପାଶା ପସୁ ବେଶ୍ ଚର୍ଚ୍ଚାରେ ରହିଥିଲେ। ୨୦୦୭ମସିହାରେ ରୋନାଲ୍ଡୋ ଏବଂ ବିପାଶା ପରସ୍ପରକୁ ଅତି ନିବିଡ଼ଭାବେ ଚୁମ୍ବନ ଦେଇଥିବା ଏକ ଫଟୋ ବଜାରକୁ ଆସିଥିଲା। ଏହି ଫଟୋଟି କୈାଣସି ଏକ ପାର୍ଟି ଅବସରରେ ନିଆଯାଇଥିଲା। ତେବେ ଏହି ଫଟୋକୁ ନେଇ ଦୀର୍ଘଦିନ ପର୍ଯ୍ୟନ୍ତ ଏକ ପ୍ରକାର ହଙ୍ଗାମା ସୃଷ୍ଟି ହୋଇଥିଲା ଦେଶରେ। ୬.ଲିନା ଚନ୍ଦ୍ରଭାରକର ଏବଂ ରାମ ଜେଠମାଲାନି: ୨୦୧୫ମସିହାରେ ‘ହମଲୋଗ୍ ଆଓ୍ବାର୍ଡ’ ଉତ୍ସବରେ ଅଭିନେତ୍ରୀ ଲିନା ଚନ୍ଦ୍ରଭାରକର ଏବଂ ବରିଷ୍ଠ ଓକିଲ ରାମ ଜେଠମାଲାନି ପାଖାପାଖି ବସିଥିଲେ। ଯେତେବେଳେ ଉଭୟଙ୍କୁ ମଞ୍ଚଘେରକୁ ଆମନ୍ତ୍ରଣ କରାଗଲା ସେତେବେଳେ ଜେଠମାଲାନି ପ୍ରଥମେ ଲିନାଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ ଦେଇଥିଲେ। ପରେ ପରେ ଏହି ଦୃଶ୍ୟ ବେଶ୍ କିଛିଦିନ ପର୍ଯ୍ୟନ୍ତ ଭାଇରାଲ ହେବା ସହ ଚର୍ଚ୍ଚିତ ହୋଇଥିଲା। ତେବେ ଏହାକୁ ନେଇ ଲିନା ବା ଜେଠମାଲାନି କେହି କିଛି ମନ୍ତବ୍ୟ କି ପ୍ରତିକ୍ରିୟା ରଖିନଥିଲେ। ୭.ପଦ୍ମିନୀ କୋହ୍ଲାପୁରୀ ଏବଂ ପ୍ରିନ୍ସ ଚାଲ୍ସ: ୧୯୮୦ମସିହାରେ ଇଂଲଣ୍ଡର ରାଜକୁମାର ପ୍ରିନ୍ସ ଚାର୍ଲ୍ସ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀ ମଧ୍ୟ ତାଙ୍କ କ୍ୟାରିୟରର ଶୀର୍ଷରେ ଥିଲେ। ପ୍ରିନ୍ସ ଚାର୍ଲ୍ସଙ୍କ ଏକ କାର୍ଯ୍ୟକ୍ରମରେ ଦର୍ଶକ ଭାବେ ପଦ୍ମିନୀ ଯୋଗ ଦେଇଥିଲେ। କିନ୍ତୁ କ’ଣ ହେଲା କେଜାଣି ସବୁ ସୁରକ୍ଷା ବ୍ୟବସ୍ଥା ଏବଂ ଶାଳୀନତାକୁ ନଜର ଅନ୍ଦାଜ କରି ପଦ୍ମିନୀ ପ୍ରିନ୍ସ ଚାର୍ଲ୍ସଙ୍କ ପାଖରେ ପହଞ୍ଚିଥିଲେ ଓ ତାଙ୍କ ଗାଲକୁ ଚୁମ୍ବନ ଦେଇଥଲେ। ପ୍ରିନ୍ସ ଚାର୍ଲ୍ସ କିଛି ସମୟ ପାଇଁ ହତଚକିତ ହୋଇଯାଇଥିଲେ। ତେବେ ଏହି ଚୁମ୍ବନ ସମଗ୍ର ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୮. ରେଖା ଓ ହ୍ରିତିକ ରୋଶନ: ମୁମ୍ବାଇରେ ଅନୁଷ୍ଠିତ ଏକ ଫିଲ୍ମ ଆଓ୍ବାର୍ଡ ଉତ୍ସବରେ ହ୍ରିତିକଙ୍କୁ ଅଭିନେତ୍ରୀ ରେଖା ଗଭୀର ଭାବେ ଚୁମ୍ବନ ଦେଇଥିଲେ। କେହି ଜଣେ ଫଟୋଗ୍ରାଫର ଏହି ଘଟଣାକୁ ଅତି ସତର୍କଭାବେ ତାଙ୍କ କ୍ୟାମେରାରେ ତୋଳି ଧରିଥିଲେ। ଏହି ଫଟୋକୁ ନେଇ ବେଶ୍ କିଛିଦିନ ଚର୍ଚ୍ଚା ଲାଗିରହିଥିଲା। ଫଟୋ ସମ୍ପର୍କରେ ହ୍ରିତିକ ବିଭିନ୍ନ ପ୍ରକାର ସଫେଇ ଦେଇଥିଲେ। କିନ୍ତୁ ରେଖା ମୁହଁ ଖୋଲିନଥିଲେ। ୯.ଶବାନା ଆଜମି ଏବଂ ନେଲସନ ମାଣ୍ଡେଲା: ୧୯୯୩ମସିହାରେ ଦକ୍ଷିଣ ଆଫ୍ରିକାର କେପ୍ ଟାଉନରେ ନେଲସନ ମାଣ୍ଡେଲାଙ୍କ ସମ୍ମାନ ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଶବାନା ଆଜମୀ ମଧ୍ୟ ଯୋଗ ଦେଇଥିଲେ। ମାଣ୍ଡେଲାଙ୍କୁ ସମ୍ମାନ କରାଯିବାପରେ ଶବାନା ମଞ୍ଚ ଘେରରେ ମାଣ୍ଡେଲାଙ୍କ ଗାଲକୁ ଚୁମ୍ବନ ଦେଇଥିଲେ। ଏହି ଘଟଣାପରେ ମୈାଳବାଦୀ ମୁସଲିମ ଏବଂ କେତେକ ମୁସଲିମ ନେତା ଏହି ଘଟଣାର ପ୍ରବଳ ନିନ୍ଦା କରିଥିଲେ। ଘଟଣାଟି ଦୀର୍ଘଦିନ ଯାଏଁ ଚର୍ଚ୍ଚିତ ହୋଇ ରହିଥିଲା। ୧୦.ଧର୍ମେନ୍ଦ୍ର ଓ ରାମ ଜେଠମାଲାନି: ୨୦୧୪ମସିହାରେ ବିଶିଷ୍ଟ ଆଇନଜୀବୀ ରାମ ଜେଠମାଲାନିଙ୍କ ଜନ୍ମଦିନ ଉତ୍ସବରେ ଅଭିନେତା ଧର୍ମେନ୍ଦ୍ର ପହଞ୍ଚିଥିଲେ। ଜେଠମାଲାନିଙ୍କୁ ଧର୍ମେନ୍ଦ୍ର ପୁଷ୍ପଗୁଛ୍ଛ ଦେଇ ଶୁଭେଛ୍ଚା ଜଣାଇବା ସହ ଜେଠମାଲାନିଙ୍କୁ ଗଭୀରଭାବେ ଚୁମ୍ବନ ଦେଇଥିଲେ। ଏହି ଚୁମ୍ବନ ଫଟୋ ବେଶ୍ ଭାଇରାଲ ହୋଇଥିଲା। ଗଣମାଧ୍ୟମରେ ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମଧ୍ୟ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.