Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବଲିଉଡ୍‌ର ୧୦ଟି ଚର୍ଚ୍ଚିତ ଆତ୍ମହତ୍ୟା : କାହିଁକି ମାୟା ନଗରୀର ମାୟାରେ ରହି ବି ଜୀବନ ପ୍ରତି ହେଲେ ବିମୁଖ ?

28/12/2019 at 1:52 PM

ମୁମ୍ବାଇ୨୮/୧୨:  କୁଶାଲଙ୍କ ଅପମୃତ୍ୟୁ ପରେ ପୁଣି ଚର୍ଚ୍ଚାକୁ ଆସିଛି କଳାକାରଙ୍କ ଆତ୍ମହତ୍ୟା ଆଲୋଚନା । ବଲିଉଡ୍‌ର ଅନେକ କଳାକାରଙ୍କ ଆତ୍ମହତ୍ୟା ଘଟଣା ସଂପର୍କରେ ଉଣାଅଧିକେ ଜଣା। ତେବେ ବେଶି ଚର୍ଚ୍ଚିତ ଫିଲ୍ମଜଗତର ଏହି ୧୦ ଜଣ ଲୋକପ୍ରିୟ କଳାକାର ଆତ୍ମହତ୍ୟା ଘଟଣା ।

୧-ଅଭିନେତା କୁନାଲ ସିଂ । ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ସହ ତାମିଲ ଫିଲ୍ମ କାଧାଲାର ଧିନମ୍ ଫିଲ୍ମରେ ଅଭିନୟ ସହ କୁନାଲ ଫିଲ୍ମ ଜଗତରେ ପାଦ ଥାପିଥିଲେ। ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ ମଧ୍ୟ ଫିଲ୍ମରେ କାମ କରିଛନ୍ତି। ତେବେ କୁନାଲ ସିଂ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣାରେ ପୂରା ଫିଲ୍ମ ଜଗତ ସ୍ତବ୍ଧ ହୋଇଯାଇଥିଲା। କୁନାଲଙ୍କ ଆତ୍ମହତ୍ୟା ଘଟଣାରେ କିନ୍ତୁ ତାଙ୍କ ବାପା କହିଥିଲେ ଯେ, କୁନାଲଙ୍କୁ ହତ୍ୟା କରାଯାଇଛି। ପ୍ରେମ ସଂପର୍କରୁ କୁନାଲ ଆତ୍ମହତ୍ୟା କରିଥିବା କୁହାଯାଉଛି। ସେଥିପାଇଁ ଅଭିନେତ୍ରୀ ଲଭିନା ଭାଟ୍ଟିଆଙ୍କୁ ପୋଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ପ୍ରମାଣ ନଥିବାରୁ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା। ୧୮ଟି ଫିଲ୍ମରେ କୁନାଲ ଅଭିନୟ କରିଥିଲେ। ୨୦୦୮ ମସିହା ଫ୍ରେବୃଆରି ମାସ ୭ ତାରିଖରେ କୁନାଲ ଆତ୍ମହତ୍ୟା କରିଥିଲେ।

୨- ସେହିପରି ସିଏଟିଏସ ସ୍ପେଶାଲ ସ୍କ୍ବାଡ୍‌ ଓ କୋହୀନୂର ଭଳି ସୋ’ ରେ ଅଂଶ ଗ୍ରହଣ କରିଥିବା କୁଲଜିତ୍‌ ରାନ୍ଧାଓ୍ବା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେ ମଧ୍ୟ ଗୋଟିଏ ଫିଲ୍ମରେ ଅଭିନୟ କରିଛନ୍ତି । ଏକ ଲୋକପ୍ରିୟ ଧାରାବାହିକରେ କୁଲଜିତ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ମୃତଦେହ ପାଖରୁ ଦୁଇଟି ସୁଇସାଇଡ୍ ନୋଟ୍‌ ଜବତ ହୋଇଥିଲା। ପାରିବାରିକ ସମସ୍ୟା ପାଇଁ କୁଲଜିତ୍ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟ୍‌ ରେ ଉଲ୍ଲେଖ ରହିଥିଲା। ୨୦୦୬ ମସିହା ଫ୍ରେବୃଆରି ୮ ତାରିଖରେ କୁଲଜିତ ଆତ୍ମହତ୍ୟା କରିଥିଲେ।

୩- ବଲିଉଡ୍‌ର ପ୍ରଖ୍ୟାତ ଅଭିନେତ୍ରୀ ଡିମ୍ପଲ୍ କାପାଡ଼ିଙ୍କ ଭଉଣୀ ରିମ୍‌ କାପାଡ଼ିଆ ଆତ୍ମହତ୍ୟା କରିଥିଲେ। ସେ ରାକେଶ ରୋଶନଙ୍କ ସହ ହାଭେଲି ଫିଲ୍ମରେ ଅଭିନୟ କରିଥିଲେ। ଅତ୍ୟଧିକ ନିଶା ସେବନ କରି ରିମ୍ ଆତ୍ମହତ୍ୟା କରିଥିଲେ। ୨୦୦୯ ମସିହା ନଭେମ୍ବର ୯ ତାରିଖରେ ଘଟିଥିଲା ସେହି ଦୁଃଖଦ ଘଟଣା।

୪-ନାଫିଶା ଜୋସେଫ୍‌ ଜଣେ ମଡେଲ ଥିଲେ। ସେ ସିଏଟିଏସରେ ମଧ୍ୟ ସେ ଅଂଶ ଗ୍ରହଣ କରିଥିଲେ। ଏମଟିଭି ଭିଜେ ହଣ୍ଟରେ ଜଜ୍‌ ମଧ୍ୟ ଥିଲେ। ବିବାହର ଏକ ସପ୍ତାହ ପରେ ପଙ୍ଖାରେ ରଶି ଲଗାଇ ନାଫିଶା ଆତ୍ମହତ୍ୟା କରିଥିଲେ। ସେ ଜଣେ ବିଜନେସ୍‌ମ୍ୟାନ ଗୌତମ କାନ୍ଦୁଜାଙ୍କୁ ବିବାହ କରିଥିଲେ। ଡିପ୍ରେସନ ହେତୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ୨୦୦୪ ମସିହା ଜୁଲାଇ ୯ ତାରିଖରେ ନାଫିଶା କରିଥିଲେ ଆତ୍ମହତ୍ୟା ।

୫- ବଲିଉଡ୍‌ର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଜିହା ଖାନ୍। ଘରେ କେହି ନଥିବା ବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ଜିହା ଖାନ। ଅଭିନେତା ସରୋଜ ପାଞ୍ଚୋଲିଙ୍କ ସହ ତାଙ୍କର ଥିଲା ପ୍ରେମ ସଂପର୍କ।  ଏ ନେଇ ସରୋଜଙ୍କୁ ପୋଲିସ ଗିରଫ କରିଥିଲା। କିଛିମାସ ପରେ  ସରୋଜ ଜେଲରୁ ମୁକୁଳି ଥିଲେ। ପ୍ରେମ ସଂପର୍କକୁ କେନ୍ଦ୍ରକରି ଜିହା ଆତ୍ମହତ୍ୟା କରିଥିଲେ। ୨୦୧୩ ମସିହା ଜୁନ ୩ ତାରିଖରେ ଘଟିଥିବା ଜିହାଙ୍କ ଆତ୍ମହତ୍ୟା ଘଟଣା ଏବେ ବି ବିବାଦୀୟ ହୋଇ ରହିଛି ।

୬- ୩୭ ବର୍ଷୟ ଅଭିନେତା କୁଶାଲ ପଞ୍ଜାବି ରଶି ଲଗାଇ ଗତ ଗୁରୁବାର ଆତ୍ମହତ୍ୟା କରିଛନ୍ତି। କୁଶଲଙ୍କ ୨୦ ବର୍ଷର ସାଙ୍ଗ ଚେତନ ହଂସରାଜ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ନେଇ କହିଛନ୍ତି ଯେ,  କୁଶଲ କିଛି ଦିନ ହେବ ଡିପ୍ରେସନରେ ଥିଲେ। ପତ୍ନୀଙ୍କ ସହ  ବିବାହ ବିଚ୍ଛେଦ ପରଠୁ ସେ ବହୁତ ଡିସ୍‌ଟର୍ବଡ୍‌ ରହୁଥିଲେ।ତାଛଡା ଅସୁସ୍ଥତା ଏବଂ ଅଭାବ ଆଦି କାରଣରୁ କୁଶାଲ ଆତ୍ମହତ୍ୟା କରିଥିବା କୁହାଯାଉଛି।

୭- ସାଉଥ୍‌ ଇଣ୍ଡିଆନ ଫିଲ୍ମରେ ସିଲକ୍‌ ସ୍ମିତା ବେଶ ଜଣାଶୁଣା ଥିଲେ। ସେ ନିଜେ ଘରେ ଶାଢ଼ିରେ ରଶି ଦେଇ ଆତ୍ମହତ୍ୟା କରିଥିଲେ। କିନ୍ତୁ ସେତେବେଳେ ସ୍ମିତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଆଶଙ୍କା କରାଯାଉଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କର ଆତ୍ମହତ୍ୟା ଘଟଣାକୁ କେହି ବିଶ୍ବାସ କରି ନାହାନ୍ତି। ଏବେ ବି ତାଙ୍କ ଆତ୍ମହତ୍ୟା ଘଟଣା ରହସ୍ୟ ଭିତରେ ରହିଛି। ୧୯୯୬ ମସିହା ସେପ୍ଟେମ୍ବର ୨୬ ତାରିଖରେ ସ୍ମିତା ଆତ୍ମହତ୍ୟା କରିଥିଲେ।

୮- ଲୋକପ୍ରିୟ ଧାରାବାହିକ ବାଳିକା ବଧୂରେ ଅଭିନୟ କରୁଥିବା ପ୍ରତ୍ୟୁଷା ବାନାର୍ଜୀ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମାତ୍ର ୨୪ ବର୍ଷ ବୟସରେ ପ୍ରତ୍ୟୁଷା ଆରପାରିକୁ ଚାଲି ଯାଇଥିଲେ। ମୃତ୍ୟୁ ପାଇଁ ପ୍ରତ୍ୟୁଷାଙ୍କ ପରିବାର ଲୋକେ ତାଙ୍କ ପ୍ରେମିକକୁ ଦାୟୀ କରିଥିଲେ। ତାଙ୍କ ମୃତଦେହ ପାଖରୁ ଦୁଇଟି ସୁଇସାଇଡ ନୋଟ୍‌ ମିଳିଥିଲା। କୌଣସି ଏକ କାରଣରୁ ସେ ସବୁବେଳେ ଡିପ୍ରେସନରେ ରହୁଥିଲେ। ସେଥିପାଇଁ ପ୍ରତ୍ୟୁଷା ଆତ୍ମହତ୍ୟା କରିଥିବା କୁହାଯାଉଛି। ୨୦୧୬ ମସିହା ଏପ୍ରିଲ ୧ ତାରିଖରେ ପ୍ରତ୍ୟୁଷା ଆତ୍ମହତ୍ୟା କରିଥିଲେ।

୯- ବି. ଏ ପାସ୍‌ ଫିଲ୍ମରେ ଅଭିନୟ କରିଥିବା ଶିଖା ଯୋଶୀ ବ୍ଲେଡ୍‌ରେ ନିଜ ଗଳା କାଟି ଆତ୍ମହତ୍ୟା କରିଥିଲେ। ବନ୍ଧୁ ମଧୁ ଭାରତୀଙ୍କ ସହ ଶିଖା ଗୋଟିଏ ରୁମ ରହୁଥିଲେ। କୌଣସି ଏକ କାରଣରୁ ଶିଖା ବ୍ଲେଡ୍‌ରେ ନିଜ ଗଳା କାଟି ଦେଇଥିଲେ।  ତେବେ  ତାଙ୍କୁ ବିଳମ୍ବରେ ତାଙ୍କ ସାଙ୍ଗ ହସ୍ପିଟାଲକୁ ନେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଶିଖାଙ୍କ ଭାଇ ଅଭିଯୋଗ କରିଥିଲେ। ଅନ୍ୟପଟେ ଶିଖାଙ୍କ ମାଆ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି କହିଥିଲେ।  ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୧୫ ମସିହା ମେୟ ୪ ତାରିଖରେ ଶିଖା ଆତ୍ମହତ୍ୟା କରିଥିଲେ।

୧୦- ସେହିପରି ବଲିଉଡ୍‌ର ଜଣେ ଦକ୍ଷ କଳାକାର ଥିଲେ ଗୁରୁଦତ୍ତ। ଏକାଧାରରେ ସେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜ ଥିଲେ। ଅତ୍ୟଧିକ ନିଦ ଟାବଲେଟ୍ ଖାଇଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ୧୯୬୪ ମସିହା ଅକ୍ଟୋବର ୧୦ ତାରିକରେ ତାଙ୍କର ମୃତ୍ୟୁ ହୋଇଥିଲା।

   Related Posts