ପାରାଦୀପରେ ମାଲ୍ ବାହି ଟ୍ରେନ ର ୧୦ଟି ବଗି ଲାଇନଚ୍ୟୁତ

Published By : Prameya-News7 Bureau | August 02, 2018 IST

ପାରାଦୀପ ଅଠରବାଙ୍କି ଠାରେ ଆଜି ଏକ ମାଲ୍ ବାହି ଟ୍ରେନ ର ସ୍ବତନ୍ତ୍ର ବଗି ମଧ୍ୟରୁ ୧୦ଟି ବଗି ଲାଇନଚ୍ୟୁତ ହୋଇ ଯାଇଛି। ତେବେ ଏହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ କି ହତାହତ ହୋଇ ଥିବା ର ସୂଚନା ନାହିଁ। ଏହି ସ୍ବତନ୍ତ୍ର ମାଲବାହୀ ଟ୍ରେନ ତାଳଚେରରୁ କୋଇଲା ବୋଝେଇ କରି ଆଣି ଏବଂ ସିଧାସଳଖ ବନ୍ଦର ର ଯାନ୍ତ୍ରିକ ପଦ୍ଧତି ରେ ଖଲାସ କରାଯାଉଥିବା ୱ।ଗନ୍ ଟିପ୍ଲର୍ ସାଇଡ଼ରେ ଖଲାସ କରି ଫେରିବା ସମୟରେ ଏପରି ଅଘଟଣ ଘଟିଛି। ତେବେ ଖବର ପାଇ ରେଳ ବିଭାଗ ର କର୍ମଚାରୀ ମାନେ ଆସି ଘଟଣା ସ୍ଥଳରେ ଯାଞ୍ଚ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.