ଏପ୍ରିଲ ୧ରେ ୧୦ ବ୍ୟାଙ୍କର ମିଶ୍ରଣ, ଜାଣନ୍ତୁ ଆପଣଙ୍କ ବ୍ୟାଙ୍କର ସ୍ଥିତି

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୦୩: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରାଇବା ଦେଶରେ ବଡ ବ୍ୟାଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଏପ୍ରିଲ ୧ ମଧ୍ୟ ରାତ୍ରରୁ ୧୦ ସାର୍ବଜନୀନ ବ୍ୟାଙ୍କର ମିଶ୍ରଣକୁ ମଞ୍ଜୁରୀ ଦେଇଛି । ଏହି ଆଧାରରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆର ମିଶ୍ରଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହେବ । ଏହି ପରି ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ କାନାରା ବ୍ୟାଙ୍କ ସହିତ ହେବ । ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ କରାଯିବ । ସେହି ପରି  ଆହ୍ଲାବାଦ ବ୍ୟାଙ୍କର ବିଲୟ ଇଣ୍ଡିଆନ ବ୍ୟାଙ୍କରେ କରାଯିବ।

{"id":245920,"sizeSlug":"large"}

ରିଜର୍ଭ ବ୍ୟାଙ୍କ ଚାରି ଅଲଗା ଅଲଗା ବୟାନରେ କହିଛି ଯେ, ଏହି ବିଲୟ ଏପ୍ରିଲ ୧ରୁ  ଲାଗୁ ହୋଇଯିବ । ଆରବିଆଇ ଅନୁସାରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆର ସମସ୍ତ ଶାଖା ଏପ୍ରିଲ ୧ରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି)ର ଶାଖା ହିସାବରେ କାମ କରିବ ।

{"id":245921,"sizeSlug":"large"}

ଅନ୍ୟପଟେ ସିଣ୍ଡିକେଟ୍ ବ୍ୟାଙ୍କର ଶାଖା କାନାରା ବ୍ୟାଙ୍କର ଶାଖା ଭାବେ କାମ କରିବ । ଏହି ପରି ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ସମସ୍ତ ଶାଖା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ଭାବେ କାମ କରିବ । ଆହ୍ଲାବାଦ ବ୍ୟାଙ୍କର ଶାଖା ଇଣ୍ଡିଆନ ବ୍ୟାଙ୍କର ଶାଖା ରୂପେ କାମ କରି ।

{"id":245922,"sizeSlug":"large"}

ଉଲ୍ଲେଖନୀୟ ବିଲୟ ପରେ ଦେଶରେ ବଡ ଆକାରର ସରକାରୀ ବ୍ୟାଙ୍କ ଏବଂ ଛୋଟ ଆକାରର ସରକାରୀ ବ୍ୟାଙ୍କ ସଂଖ୍ୟା ୭ ହେବ। ୨୦୧୮ରେ ଦେଶରେ ୨୭ଟି ସରକାରୀ ବ୍ୟାଙ୍କ ରହିଥିଲା । ମିଶ୍ରଣ ପରେ ରାଷ୍ଟ୍ରୀୟସ୍ତରରେ ୭ଟି ବଡ ବ୍ୟାଙ୍କ  ରହିବ । ମିଶ୍ରଣ ପରେ  ହେବାକୁ ଥିବା ପ୍ରତିଟି ନୂତନ ବ୍ୟାଙ୍କର କାରବାର ୮ ଲକ୍ଷ କୋଟିରୁ ଅଧିକ ହେବ ।

{"id":245925,"sizeSlug":"large"}

ଏହି ବିଲୟ ପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ  ଏସବିଆଇ ପରେ ଦେଶର ଦ୍ୱିତୀୟ ସବୁଠୁ ବଡ ବ୍ୟାଙ୍କ ହବ । ଏହାର କାରବାର ୧୭.୯୪ ଲକ୍ଷ କୋଟି ହେବ । ସଂପ୍ରତି ଏସବିଆଇର କାରବାର ୫୨ ଲକ୍ଷ କୋଟି ଟଙ୍କା ହେଉଛି ।

{"id":245926,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.