ସ୍ମାର୍ଟଫୋନ୍ ବ୍ୟାଟରୀ ଶୀଘ୍ର ସରିବାର ମୁଖ୍ୟ କାରଣ ହେଉଛି ଏହି ୧୦ଟି ଲୋକପ୍ରିୟ ଆପ୍…
3/07/2019 at 5:03 PM

ସ୍ମାର୍ଟଫୋନ୍ ଆସିବା ପରେ ପ୍ରତି ସପ୍ତାହ ବଜାରରେ ବିଭିନ୍ନ ପ୍ରକାରର ଆପ୍ ଲଞ୍ଚ ହେଉଛି। ଏଥିମଧ୍ୟରୁ କିଛି ଆପ୍ ବହୁତ ଲାଭଦାୟକ ହୋଇଥାଏ। ଆଜିକାଲି ଜୀବନରେ ସ୍ମାର୍ଟଫୋନ୍ ବହୁତ ଉପଯୋଗୀ ହୋଇଯାଇଛି। କିନ୍ତୁ ଅନେକ ଆପ୍ ଏମିତି ମଧ୍ୟ ଥାଏ ଯାହା ଅଧିକ ବ୍ୟାଟରୀ ଖର୍ଚ୍ଚ କରେ। ସେହି ଆପ୍ ଗୁଡିକ ମଧ୍ୟରେ ରହିଛି ସପିଂ ଆପ୍, ସୋସିଆଲ ମିଡିଆ ଆପ୍, ୱେଦର ରିପୋର୍ଟ ଆପ୍ ଇତ୍ୟାଦି। ତେବେ ଏହି ୧୦ଟି ଆପ୍ କଣ ପଢନ୍ତୁ ଏହି ରିପୋର୍ଟ।
କ୍ୟାଣ୍ଡି କ୍ରସ ସାଗା- କ୍ୟାଣ୍ଡି କ୍ରସ ସାଗା ଗେମ୍ ଖେଳିବାର ସଉକ ଅନେକ ଲୋକଙ୍କର ଥାଏ। ବିଶ୍ବର ପପୁଲାର ଗେମ୍ସ ମଧ୍ୟରୁ ଗୋଟେ ହେଉଛି କୈଂଡି କ୍ରଶ ସାଗା।ଏହି ଆପ୍ ଦ୍ବାରା ଫୋନ୍ର ବ୍ୟାଟରୀ ବହୁତ ଖର୍ଚ୍ଚ ହୋଇଥାଏ। କେବଳ ବ୍ୟାଟରୀ ନୁହେଁ ଫୋନ୍ର ଡାଟା ମଧ୍ୟ ଅଧିକ ଖର୍ଚ୍ଚ ହୁଏ ଓ ଶୀଘ୍ର ସରିଥାଏ।ଟ୍ରେନ୍ ବା ବସରେ ଯାତ୍ରା କରୁଥିବା ସମୟରେ ଅଧିକାଂଶ ଏହି ଗେମ୍ ଖେଳନ୍ତି।ଏହି ଗେମ୍ ଆପ୍ ଦ୍ବାରା ଫୋନ୍ ଉପରେ ଖରାପ ପ୍ରଭାବ ପଡିଥାଏ।
ପେଟ୍ ରେସ୍କ୍ୟୁ ସାଗା- କ୍ୟାଣ୍ଡି କ୍ରସ ସାଗା ଭଳି ପେଟ୍ ରେସ୍କ୍ୟୁ ସାଗା ମଧ୍ୟ ଏକ ଲୋକପ୍ରିୟ ଗେମ୍ ଆପ୍।ଏହି ଗେମ୍ ଫୋନ୍ ବ୍ୟାଟରୀ ଉପରେ ଖରାପ ପ୍ରଭାବ ପକାଏ।
ଗୁଗୁଲ ପ୍ଲେ ସର୍ଭିସେସ- ଏହି ଆପ ସବୁ ସ୍ମାର୍ଟଫୋନ୍ରେ ପ୍ରଥମରୁ ଥାଏ। ଏହି ଆପ ମଧ୍ୟ ଫୋନ୍ର ବହୁତ ଅଧିକ ବ୍ୟାଟରୀ ଖର୍ଚ୍ଚ କରାଏ। ତେଣୁ ଏହି ଆପ ବ୍ୟବହାର ନକରିଲେ ଏହା ଫୋନରୁ ଡିଲିଟ୍ କରିଦେବା ଉଚିତ୍।
କ୍ଲାସ୍ ଅଫ କ୍ଲାନ୍ସ- କ୍ଲାସ୍ ଅଫ କ୍ଲାନ୍ସ ମଧ୍ୟ ଏକ ଗେମିଂ ଆପ୍। ଏହି ଗେମିଂ ଆପ୍ ଖୁବ ଶୀଘ୍ର ଫୋନ୍ର ବ୍ୟାଟରୀ ସରାଏ। ଅଧିକାଂଶ ଲୋକେ ଏହି ଗେମ୍ ଖେଳିବା ପସନ୍ଦ କରନ୍ତି କାରଣ ଏହି ଗେମ୍ ଅନ୍ୟ ଗେମ୍ଠୁ ବେଶ ଅଲଗା। ଖେଳିବାରେ ଯେମିତି ଅଲଗା ଫୋନ୍ ବ୍ୟାଟ୍ରୀ ଉପେରେ ପ୍ରଭାବ ପକାଇବାରେ ମଧ୍ୟ ସେତିକି ଭିନ୍ନ। ଅନ୍ୟ ଗେମ୍ଠୁ ଏହି ଗେମ୍ ଖେଳିଳେ ଫୋନ୍ର ବ୍ୟାଟରୀ ଶୀଘ୍ର ସରିଥାଏ।
ଫେସବୁକ୍- ଆଜିକାଲି ଫେସବୁକ୍ ଆପ କାହାର ବା ନାହିଁ। ସୋସିଆଲ ମିଡିଆରେ ଆକ୍ଟିବ ନରହୁଥିବା ଲୋକେ ବହୁତ କମ୍ ଅଛନ୍ତି। ବିଶ୍ବର ସବୁଠୁ ଲୋକପ୍ରିୟ ସୋସିଆଲ ନେଟୱାର୍କିଂ ସାଇଟ୍ ଫେସବୁକ୍ ବ୍ୟବହାର କରିଲେ ମଧ୍ୟ ଫୋନ୍ର ବ୍ୟାଟରୀ ଶୀଘ୍ର ସରେ।
ଓଏଲ୍ଏକ୍ସ- ପୁରୁଣା ଜିନିଷ କିଣିବା ଓ ବିକ୍ରି କରିବା ମାମଲାରେ ଏହି ଆପ୍ ସବୁଠୁ ଆଗରେ ଅଛି। ଏହି ଆପ୍ ରହିଲେ ଫୋନ୍ର ବ୍ୟାଟରୀ ଅଧିକ ଖର୍ଚ୍ଚ ହୋଇଥାଏ।
ହ୍ବାଟ୍ସଅପ- ଏହି ଆପ୍ର ନାଁ ଲିଷ୍ଟରେ ଦେଖି ଅନେକ ଜଣ ଆଶ୍ଚାର୍ଯ୍ୟ ହୋଇଥିଲେ ମଧ୍ୟ ଏହା ସତ ଯେ, ହ୍ବାଟ୍ସଅପ୍ ଫୋନ୍ର ଅଧିକ ବ୍ୟାଟ୍ରୀ ସାରିଥାଏ।
ଲୁକ୍ଆଉଟ୍ ସିକ୍ୟୁରିଟି ଏଣ୍ଡ ସର୍ଭିସେସ- ଏହି ମୋବାଇଲ ସିକ୍ୟୁରିଟି ଆପ୍ ବ୍ୟାଟ୍ରୀ ଖର୍ଚ୍ଚ କରିବା ମାମଲାରେ ବହୁତ ଆଗରେ । ଏହି ଆପ୍ ସ୍ମାର୍ଟଫୋନ୍ ସେଫ୍ ରଖିବାରେ ସାହାଯ୍ୟ କରେ ସତ କିନ୍ତୁ ଫୋନ୍ର ଅଧିକରୁ ଅଧିକ ବ୍ୟାଟ୍ରୀ ଖର୍ଚ୍ଚ କରିଥାଏ।
ଆଣ୍ଡ୍ରଏଡ ୱେଦର- ଏହି ଆପ୍ ମଧ୍ୟ ଫୋନ୍ର ବହୁତ ଅଧିକ ବ୍ୟାଟ୍ରୀ ସାରିଥାଏ।
ସଲିଟାଏର- ଶେଷରେ ଆସେ ସ୍ମାର୍ଟଫୋନ୍ରେ ଥିବା ଏହି ଆପ୍ ଯାହା ନାଁ ହେଉଛି ସ୍ପାଇଡର ସଲିଟାଏର। ବୟସ୍କ ଲୋକଙ୍କଠୁ ଆରମ୍ଭ କରି ଛୋଟ ପିଲା ମଧ୍ୟ ସଲିଟାଏର ବା ତାସ ଫୋନ୍ରେ ଖେଳିବା ପସନ୍ଦ କରନ୍ତି। କିନ୍ତୁ ଏହି ଆପ୍ ଫୋନ୍ର ଆପ୍ ଖର୍ଚ୍ଚ କରିଥାଏ।