ଆଶ୍ଚଯ୍ୟଜନକ ଭାବେ ପହଁରୁଛି ବର୍ଷକର ଶିଶୁ : ବ୍ୟାକ ଷ୍ଟ୍ରୋକ ସହ ସ୍ପିନ ମଧ୍ୟ କରୁଛି, ଭିଡିଓ ଭାଇରାଲ

Published By : Prameya-News7 Bureau | May 16, 2019 IST

ଶିଶୁ ଭଗବାନଙ୍କ ଏକ ରୁପ ବୋଲି କୁହାଯାଏ । ବେଳେବେଳେ ଶିଶୁମାନେ ଏମିତି ଚମତ୍କାର କରିଥାନ୍ତି ଯାହା ବଡମାନେ ମଧ୍ୟ କରିପାରିନଥାନ୍ତି । ଫ୍ଲୋରିଡାର ଜଣେ ଶିଶୁଙ୍କ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ବର୍ଷକର ଏହି ଶିଶୁ ସ୍ୱିମିଙ୍ଗ ପୁଲରେ ଆଶ୍ଚଯ୍ୟଜନକ ଭାବେ ପହଁରୁଛି, ସେ ପୁଣି ବିନା କାହା ସାହାଯ୍ୟରେ ।

{"id":112607}

ଶିଶୁଟି ପାଣି ଭିତରେ ବ୍ୟାକ ଷ୍ଟ୍ରୋକ, ଫ୍ରଣ୍ଟ କ୍ରଲ, ସ୍ପିନ କରୁଥିବା ଦେଖିବାକୁ ମିଳିଛି । ଜଣେ ବର୍ଷକର ଶିଶୁ ଏହିଭଳି ପହଁରିବା କୌଣସି ଚମତ୍କାର ଠାରୁ କମ୍ ନୁହେଁ ।

{"id":112606}

ରିପୋର୍ଟ ଅନୁଯାୟୀ, ଫ୍ଲୋରିଡାର ଗ୍ରେସ ଫନେଲି ନିଜ ପିଲାଙ୍କୁ କମ୍ ବୟସରୁ ହିଁ ପହଁରା ଶିଖାଇବାକୁ ଚାହୁଁଥିଲେ । ଗ୍ରେସ ଫନେଲିଙ୍କ ୨ ଝିଅ । ବଡ ଝିଅକୁ ୩ ବର୍ଷ ହୋଇଥିବାବେଳେ ସାନ ଝିଅକୁ ୧ ବର୍ଷ ହୋଇଛି । ଏତେ କମ୍ ବୟସରେ ଫନେଲି ନିଜ ୨ ଝିଅଙ୍କୁ ସ୍ୱିମିଙ୍ଗ ମାଷ୍ଟର କରିସାରିଲେଣି ।

wp:html https://videos.dailymail.co.uk/preview/mol/2018/09/13/7474944474910835053/636x382_MP4_7474944474910835053.mp4 /wp:html

ସେ ଦୁନିଆର ସବୁ ବାପା ମା’ମାନଙ୍କୁ ଏକ ସନ୍ଦେଶ ଦେବା ପାଇଁ ଚାହୁଁଛନ୍ତି ଯେ, ପହଁରା ଏକ ଜରୁରୀ ସ୍କିଲ । ସବୁ ଶିଶୁ ପିଲାଦିନୁ ହିଁ ପହଁରା ଶିକ୍ଷିବା ଉଚିତ । ଯେପରିକି ଦରକାର ସମୟରେ ନିଜକୁ ରକ୍ଷା କରିବାରେ କାମରେ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.