ୱାଶିଂଟନ୍ ୨୨।୧୦ : ବୟସ ମାତ୍ର ବର୍ଷେ । କିନ୍ତୁ ରୋଜଗାରେ କୌଣସି ବୟସ୍କଙ୍କଠାରୁ କମ୍ ନୁହେଁ । ବର୍ଷକର ଛୁଆ ମାସକୁ ହଜାର ହଜାର ଟଙ୍କାର ରେଜଗାର କରୁଛନ୍ତି। ବଡ ବଡ ଚାକିରିଆଙ୍କୁ ମାତ ଦେଉଛି ଏହି ଛୁଆ। ମାସିକ ୭୫ ହଜାର ଟଙ୍କା ରୋଜଗାର କରି ସମସ୍ତଙ୍କୁ ଚକିତ କରିଛି ବର୍ଷକର ଛୁଆ । ଆମେରିକାର ଜଣେ ବର୍ଷକର କୁନି ଛୁଆ ପ୍ରତି ମାସରେ ୭୫ ହଜାର ଟଙ୍କା ରୋଜଗାର କରୁଛି । ଏହି ଛୁଆଟି ‘ବେବି ବ୍ରିଗ୍ସ’ ନାମରେ ପରିଚିତ ଏହି ଛୁଆ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହି କୁନି ଛୁଆଟିକୁ ପ୍ରଶଂସା ମଧ୍ୟ କରୁଛନ୍ତି। ବେବି ବିଗ୍ସ ହେଉଛି ଏବେ କାର ସବୁଠୁ କନି ଭ୍ରମଣକାରୀ।
wp:html/wp:html
ସୂଚନା ଅନୁଯାୟୀ, ଏହି ଶିଶୁର ନାମ ବ୍ରିଗ୍ସ। ସେ ଆମେରିକାରୁ ଅନ୍ୟ ସହରକୁ ଯାତ୍ରା କରେ। ନିଜ ମା’ ସହ ସାରା ବିଶ୍ୱ ଭ୍ରମଣ କରି ମାସରେ ପ୍ରାୟ ଏକ ହଜାର ଡଲାର ଅର୍ଥାତ ୭୫ ହଜାର ଟଙ୍କା ରୋଜଗାର କରେ। ମାତ୍ର ଗୋଟିଏ ବର୍ଷ ବୟସରେ ସେ ଏପର୍ଯ୍ୟନ୍ତ ୪୫ ଟି ବିମାନରେ ଯାତ୍ରା କରିସାରିଲାଣି। ଆଲାସ୍କା, କାଲିଫର୍ନିଆ, ଫ୍ଲୋରିଡା, ଉଟାହ, ଆଇଡାହୋ ସମେତ ଆମେରିକାର ୧୬ଟି ରାଜ୍ୟ ଭ୍ରମଣ କରିସାରିଲାଣି ଏହି କୁନି ଛୁଆ। ବେବି ବ୍ରିଗ୍ସ’ ନାମରେ ପରିଚିତ ଏହି ଛୁଆ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକେ ଏହି କୁନି ଛୁଆକୁ ଭୁରିଭୁରି ପ୍ରଶଂସା ମଧ୍ୟ କରୁଛନ୍ତି। ବେବି ବିଗ୍ସ ହେଉଛି ଏବେକାର ସବୁଠୁ କନିଷ୍ଠ ଭ୍ରମଣକାରୀ। ସେ ଆମେରିକାରୁ ଅନ୍ୟ ସହରକୁ ଯାତ୍ରା କରେ।
wp:html/wp:html
ବ୍ରିଗ୍ସଙ୍କ ମା’ ଜେସ୍ କହିଛନ୍ତି ଯେ, ସେ ଗତ ବର୍ଷ ଅକ୍ଟୋବର ୧୪ରେ ଜନ୍ମ ହୋଇଥିଲେ ଏବଂ ଜନ୍ମର ମାତ୍ର ତିନି ସପ୍ତାହ ମଧ୍ୟରେ ସେ ତା’ର ପ୍ରଥମ ଯାତ୍ରା କରିଥିଲା । ସେ ଆଲାସ୍କା ଯାଇ ଭାଲୁ ଦେଖିଥିଲେ। ୟେଲୋଷ୍ଟୋନ ଜାତୀୟ ଉଦ୍ୟାନରେ ଗଧିଆ ଏବଂ ଉଟାହୋର ଡେଲିକେଟ୍ ଆର୍କ ଓ କାଲିଫର୍ଣ୍ଣିଆରେ ସମୁଦ୍ରର ମଜା ନେଇସାରିଲାଣି। ବ୍ରିଗ୍ସ ଏବେ ସୋସିଆଲ ମିଡିଆର ଭାଇରାଲ ବେବି। ବ୍ରିଗ୍ସଙ୍କ ଇନ୍ଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୩୦ ହଜାରରୁ ଅଧିକ। ତାଙ୍କ ମା ଜେସ୍ ପୂର୍ବରୁ ‘ପାର୍ଟ ଟାଇମ୍ ଟୁରିଷ୍ଟ’ ନାମକ ଏକ ବ୍ଲଗ୍ ଚଳାନ୍ତି। ତାଙ୍କୁ ସମସ୍ତ ଯାତ୍ରା ପାଇଁ ଟଙ୍କା ମିଳେ ଏବଂ ସେ ଟ୍ରାଭେଲିଂକୁ ନେଇ ରିଭ୍ୟୁ ଲେଖିବା କାମ କରନ୍ତି।