Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ବିବାହର ଦେଢ ବର୍ଷ ପରେ ହେଲା ଅଞ୍ଜଳି ଓ ଇବ୍ରାହିମଙ୍କ ମିଳନ, ଜାଣନ୍ତୁ ସେମାନଙ୍କ ବୈବାହିକ ଜୀବନରେ କ’ଣ ଥିଲା ପ୍ରତିବନ୍ଧକ

20/11/2019 at 4:18 PM

ରାୟପୁର :  ଭଲ ପାଇ ବିବାହ କରିବା ଯୋଗୁ ଦୀର୍ଘ ସଂଘର୍ଷ ପରେ ବୁଧବାର ଏକ ଦମ୍ପତ୍ତିଙ୍କ ମିଳନ ହୋଇଛି। ଏମାନେ ହେଲେ ଛତିଶଗଡ ଧମତରୀର ଅଞ୍ଜଳି ଜୈନ ଓ ଇବ୍ରାହିମ ସିଦ୍ଦିକି  ଓରଫ ଆର୍ୟନ ଆର୍ୟ। ସେମାନେ ଗତ ଦେଢ ବର୍ଷ ହେଲା କୋର୍ଟରେ ଆଇନ ଲଢେଇ ଲଢୁଥିଲେ। ଶେଷରେ କୋର୍ଟଙ୍କ ରାୟ ସେମାନଙ୍କ ସୁଖୀ ଦାମ୍ପତ୍ୟ ଜୀବନ ସପକ୍ଷରେ ଯାଇଛି। ଯେହେତୁ ସେମାନେ ସାବାଳକ ଓ ଉଚ୍ଚଶିକ୍ଷିତ ସେମାନଙ୍କର ବିବାହ ଓ ଦାମ୍ପତ୍ୟ ଜୀବନରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ ବୋଲି କହିଛନ୍ତି କୋର୍ଟ।

କୋର୍ଟଙ୍କ ଏହି ରାୟ ପରେ ସଖୀ ୱାନଷ୍ଟପ ସେଣ୍ଟରରେ କୈଦୀଙ୍କ ଭଳି ଦିନ କାଟୁଥିବା ଅଞ୍ଜଳି ତାଙ୍କ ସ୍ୱାମୀ ଆର୍ୟନଙ୍କ ନିକଟକୁ ଫେରିଛନ୍ତି। ଇବ୍ରାହିମ ତାଙ୍କୁ ନେବାକୁ ସଖୀ ସେଣ୍ଟରକୁ ଆସିଥିବା ବେଳେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେଖୀ ସେଣ୍ଟରରୁ ଇବ୍ରାହିମଙ୍କ ହାତ ଧରି ଅଞ୍ଜଳି ବାହାରି ଯାଇଛନ୍ତି।

ତେବେ ସେମାନଙ୍କ ବୈବାହିକ ଜୀବନରେ କ’ଣ ଥିଲା ବାଧକ ?
ଅଞ୍ଜଳୀ ଜୈନ ଭଲପାଇଥିବା ପୁଅଟି ଇସ୍ଲାମଧର୍ମାବଲମ୍ବୀ ଥିଲେ। ଏଣୁ ସେମାନଙ୍କ ବିବାହରେ ଧର୍ମ ପ୍ରତିବନ୍ଧକ ଜାଣିବା ପରେ ଅଞ୍ଜଳିଙ୍କୁ ଭଲପାଉଥିବା ଇବ୍ରାହିମ ସ୍ୱଧର୍ମ ମଧ୍ୟ ତ୍ୟାଗ କରିଥିଲେ। ଆର୍ଯ୍ୟ ସମାଜରେ ସେ ହିନ୍ଦୁତ୍ୱ ଗ୍ରହଣ କରିବା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତେବେ ଅଞ୍ଜଳିଙ୍କ ପିତା ଏହି ବିବାହକୁ ସ୍ୱୀକାର କରିନଥିଲେ। ‘ଲଭ ଜିହାଦ’ରେ ତାଙ୍କ ଝିଅକୁ ମୁସଲମାନ ପୁଅ ଫସାଇ ବିବାହ କରିଥିବା ଅଭିଯୋଗ କରିଥିଲେ।

ଏ ନେଇ ଧାର୍ମିକ ବିବାଦ ସୃଷ୍ଟି ହୋଇଥିବା ବେଳେ ଅଞ୍ଜଳିଙ୍କ ପିତା ରାଜ୍ୟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ୭ଟି ମୋକଦ୍ଦମା ରୁଜୁ କରିଥିଲେ। ଏଣୁ ଆଇନ ସେମାନଙ୍କ ପ୍ରେମ ପ୍ରସଙ୍ଗରେ ଦଖଲ ଦେବା ସହ ଇବ୍ରାହିମଙ୍କ ଠାରୁ ଅଞ୍ଜଳିଙ୍କୁ ପୃଥକ କରାଯାଇଥିଲା। ଅଞ୍ଜଳିଙ୍କୁ ଘରେ ପରିବାର ଲୋକେ ବନ୍ଦି କରି ରଖିବା ଯୋଗୁ ତାଙ୍କ ଅଭିଯୋଗକ୍ରମେ ପୋଲିସ ତାଙ୍କୁ ମୁକ୍ତ କରି ସଖୀ ୱାନଷ୍ଟପ ସେଣ୍ଟରରେ ରଖିଥିଲା। ହେଲେ ସେଠାରେ ମଧ୍ୟ ଅଞ୍ଜଳି  ପିତାଙ୍କ ହସ୍ତକ୍ଷେପରୁ ମୁକ୍ତ ନଥିଲେ। ଶେଷରେ ମୋକଦ୍ଦମା ସୁପ୍ରିମକୋର୍ଟରେ ପହ଼ଞ୍ଚିଥିବା ବେଳେ  କୋର୍ଟଙ୍କ ନିର୍ଦ୍ଦେଶରେ ଇବ୍ରାହିମ ଓରଫ  ଆର୍ୟନ ଆର୍ୟ ଅଞ୍ଜଳିଙ୍କୁ  ସାଙ୍ଗରେ ନେଇଯାଇଛନ୍ତି।

   Related Posts