Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧ ହଜାର ବର୍ଷ ପରେ ହେଉଛି ଅମାବାସ୍ୟା ରାତ୍ରିରେ ମହାସଂଯୋଗ, ଚମକିବ ୬ଟି ରାଶିଙ୍କ ଭାଗ୍ୟ

30/08/2019 at 6:04 PM

ସପ୍ତପୁରୀ ଅମାବାସ୍ୟାକୁ ବର୍ଷର ସବୁଠାରୁ ପବିତ୍ର ଦିନ ମନେ କରାଯାଏ। ପ୍ରାୟ ୧ହଜାର ୧ଶହ ବର୍ଷ ପରେ ଚଳିତବର୍ଷ ଏହି ଅମାବାସ୍ୟା ରାତ୍ରିରେ ହେବାକୁ ଯାଉଛି ମହାସଂଯୋଗ। ଯାହାର ସିଧା ଲାଭ ମିଳିବ ରାଶିଚକ୍ରର ୬ଟି ରାଶିଙ୍କୁ। ଏହି ସଂଯୋଗ ଯୋଗୁ ଏହି ସବୁ ରାଶି ଜାତକଙ୍କ ଜୀବନରେ ବିଶାଳ ପରିବର୍ତ୍ତନର ଆଶା କରାଯାଉଛି। ଯେଉଁଥିରେ ରାଶିର ଜାତକମାନେ ସବୁ ବାଧାବିଘ୍ନକୁ ଅତିକ୍ରମ କରି ସଫଳତା ଆଡକୁ ଅତିକ୍ରମ କରିବେ। ତେବେ କେଉଁ ରାଶି ଜାତକଙ୍କ ଲାଗି ଏହି ମହା ସଂଯୋଗର କିପରି ଫଳ ମିଳିବ ଆସନ୍ତୁ ଜାଣିବା।

ରାଶି ଚକ୍ରର ପ୍ରଥମ ରାଶିଟି  ହେଉଛି ମେଷ ରାଶି।  ଏହି ରାଶି ଜାତକଙ୍କ ଲାଗି ଏହି ମହାସଂଯୋଗକୁ ଅତ୍ୟନ୍ତ ଶୁଭଙ୍କର ମନେ କରାଯାଉଛି। ଏହି ରାଶି ଜାତକଙ୍କ ଘରେ ପୁଣି ହସଖୁସି ଲେଉଟିବା ସହ ପାରିବାରିକ ଆର୍ଥିକ ସ୍ଥିତିରେ ମଧ୍ୟ ପରିବର୍ତ୍ତନର ଆଶା କରାଯାଉଛି। କେବଳ ସେତିକି ନୁହେଁ ଶତ୍ରୁମାନେ ଏବେ ଚାହିଁଲେ ବି ରାଶି ଜାତକଙ୍କର କୌଣସି କ୍ଷତି କରିପାରିବେ ନାହିଁ। । କେବଳ ମେଷ ରାଶି ଜାତକ ନୁହଁନ୍ତି ରାଶି ଚକ୍ରର ଚତୁର୍ଥ ରାଶି କର୍କଟ ମଧ୍ୟ ସଂଯୋଗର ଶୁଭଫଳ ପାଇବେ। ସମସ୍ତ କାର୍ଯ୍ୟରେ କର୍କଟ ରାଶି ଜାତକ ସଫଳ ହେବା ସହ ଘରେ ଖୁସିଖବର ପାଇବେ। ସେହିପରି ଭୂମି ଓ ସମ୍ପତ୍ତି ପ୍ରସଙ୍ଗରେ ମଧ୍ୟ ଜାତକଙ୍କୁ ଶୁଭ ଫଳ ମିଳିବ ବୋଲି ଆଶା କରାଯାଉଛି।

ସେହିପରି ସିଂହ ରାଶି ଜାତକଙ୍କ ଲାଗି ଅମାବାସ୍ୟାର ସଂଯୋଗ ଅନେକ ଶୁଭଫଳ ପ୍ରଦାନ କରିବ। ଜାତକଙ୍କ ଦୈନନ୍ଦିନ ଜୀବନରେ ନୂଆ ଖୁସିର ସୂଚନା ମିଳୁଥିବା ବେଳେ କ୍ଷତିକାରକ ଶକ୍ତିଙ୍କର ବିନାଶ ହେବ। ତେବେ ଏହି ରାଶି ଜାତକଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ନଚେତ ସବୁ ହୋଇଥିବା କାମ ବିଗିଡିଯିବାର ବି ସମ୍ଭାବନା ରହିଛି। ସେହିପରି ତୁଳା ରାଶି ଜାତକଙ୍କ ମଧ୍ୟ ମହାସଂଯୋଗରୁ ଲାଭାନ୍ୱୀତ ହେବାକୁ ଯାଉଥିବା ବେଳେ ଦିନକୁ ଦୁଇଗୁଣା ରାତି ୪ ଗୁଣଆ ଲାଭର ଆଶା କରାଯାଉଛି।

ଏହା ଛଡା ରାଶି ଚକ୍ରର ଆଉ ଦୁଇଟି ରାଶି ମକର ଓ କୁମ୍ଭ ରାଶି ଜାତକଙ୍କୁ ମଧ୍ୟ ବେଶ ଶୁଭ ଫଳ ମିଳିବ । ମୋଟ ଉପରେ ୬ଟି ରାଶିର ଲୋକଙ୍କ ଜୀବନରୁ ଶତ୍ରୁ, ରୋଗ, ଋଣ ଜନିତ ବାଧା ଦୂର ହେବା ସହ ସଫଳତାର ନୂଆ ଉଚ୍ଚତା ଛୁଇଁବେ। ଘରେ ଖୁସି ଖବର ସହ ଜମିଜମା ସମ୍ପତ୍ତି ପ୍ରସଙ୍ଗରେ ବେଶ ସୁଭଫଳ ପାଇବେ। କୋର୍ଟ କଚେରୀରେ ଅଟକି ଥିବା ମାମଲାର ନିଷ୍ପତ୍ତି ହୋଇଯିବା ସହ ଦୀର୍ଘ ଦିନରୁ ଚିନ୍ତାର କାରଣ ଥିବା ସମସ୍ୟାର ଦୂରିକରଣ ହେବ। ତେବେ ବିଳମ୍ବ କାହିଁକି ଆସନ୍ତକାଲି ଅର୍ଥାତ ଶନିବାର ପ୍ରତ୍ୟୁଷରେ ଦେବୀଙ୍କ ଦର୍ଶନ ସହ ଏହି ସବୁ ରାଶିର ଲୋକେ ନୂଆ ଜୀବନ ଯାତ୍ରା ଆରମ୍ଭ କରନ୍ତୁ। 

   Related Posts