୧ ଟଙ୍କାର ଏହି ସବୁ ସେୟାର ଦେଲା ପ୍ରଚୁର ଲାଭ, ନିବେଶକଙ୍କ ଉପରେ ହେଲା ଧନବର୍ଷା

Published By : Prameya-News7 Bureau | April 17, 2021 IST

ଚେନ୍ନାଇ,୧୭/୦୪:   କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ଦେଶରେ ସେୟାର ବଜାର ଅସ୍ଥିର ରହିଛି । କେତେବେଳେ ସେୟାରର ଦାମ୍ ଅଧିକ ରହୁଥିବା ବେଳେ କେତେବେଳେ ଏହା କମିଯାଉଛି । ଅନେକ ବଡବଡ କମ୍ପାନୀର ସେୟାର ଖରାପ ପ୍ରଦର୍ଶନ କରୁଥିଲା ବେଳେ ୧୦ ଟଙ୍କାରୁ କମ୍‌ର ଷ୍ଟକସ୍ ଭଲ ରିଟର୍ଣ୍ଣ ଦେଇଛି । ଏହାମଧ୍ୟରୁ ଗୋଟିଏ ହେଉଛି ବ୍ଲୁ ଚିପ୍ ଇଣ୍ଡିଆର ସେୟାର । ଗତ ଏକ ସପ୍ତାହରେ ଏହା ୧୫ ପଇସାରୁ ୪୦ ପଇସାରେ ପହଁଚି ଯାଇଛି । ଅର୍ଥାତ ଯିଏ ଗୋଟିଏ ସପ୍ତାହ ପୂର୍ବରୁ ଷ୍ଟକରେ ଏକ ଲକ୍ଷ ଟଙ୍କା ଲଗାଇଥିବେ ତାଙ୍କ ଟଙ୍କା ଆଜିର ଦିନରେ ୨୬୬୬୭୦ ହୋଇଯାଇଛି ।

ବ୍ଲୁ ଚିପ୍ ଇଣ୍ଡିଆ ବ୍ୟତୀତ ଏକ ଟଙ୍କାରୁ କମ୍ ସେୟାରରେ ଶେଖାଓ୍ୱତି ପୋଲି, କ୍ୟାସଟେକ୍ସ ଟେକନୋଲୋଜି, ଭିସାଗର ପଲିଟେକ୍, ସିଏଲସି ଇଣ୍ଡଷ୍ଟ୍ରୀ ଓ ୟୁନିଟି ଇନଫ୍ରାପ୍ରୋଜ ନିଜ ନିବେଶକଙ୍କ ପକେଟ୍ ଗରମ କରିଦେଇଛି । ଏକ ଟଙ୍କାରୁ କମ୍ ଦାମ୍ ଥିବା ଏହି ସେୟାର ନିବେଶକଙ୍କୁ ୧୨ରୁ ୧୬୬ ପ୍ରତିଶତ ଯାଏଁ ରିଟର୍ଣ୍ଣ ଦେଇଛି । ସେହିପରି ୫ ଟଙ୍କାରୁ କମ୍ ଦାମର ସେୟାର ପୁଞ୍ଜ୍ ଲାୟଡ, ଡିସିଏମ ଫିନାନସିଆଲ୍, ଇଷ୍ଟର୍ଣ୍ଣ ସିଲ୍କ, ବୋରା ଇଣ୍ଡଷ୍ଟ୍ରି, ଗିସକୋଲ୍ ଆଳୟ ଓ ରୋଲାଟେନର୍ସ ଆଦି ୧୨ରୁ ୨୪ ପ୍ରତିଶତ ଯାଏଁ ରିଟର୍ଣ୍ଣ ଦେଇଛନ୍ତି ।

ନିବେଶରେ ରହିଛି ରିସ୍କ

ପେନି ଷ୍ଟକ୍ସ୍ ବା ଛୋଟ ସେୟାରରେ ନିବେଶ ବହୁତ ରିସ୍କ ହୋଇଥାଏ । କାରଣ କେବଳ ନିବେଶକଙ୍କ ଧ୍ୟାନ ଆକର୍ଷଣ କରିବାକୁ ପ୍ରମୋଟର୍ସ ଏହାର ଦାମ୍ ବଢାଉଥିବା ଦେଖିବାକୁ ମିଳେ । ଯଦି ଆପଣ ପେନି ଷ୍ଟକସରେ ନିବେଶ କରିବାକୁ ଚାହାଁନ୍ତି ତେବେ ଏହାକୁ ଠିକ୍ ଭାବେ ବୁଝି ବିଚାରି ନିବେଶ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.