Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କୁ ଲୁଟି ପଳାଉଥିବା ବେଳେ ପୋଲିସ ଗାଡି ସହ ଲୁଟେରାଙ୍କ ବାଇକ ଧକ୍କା, ୧ ମୃତ, ୧ ଆହତ, ଲଙ୍କାଗୁଣ୍ଡ, ପିସ୍ତଲ ସମେତ ଭୁଜାଲି ଜବତ

30/10/2019 at 8:33 PM

ବନହରପାଲି ୩୦।୧୦: ଝାରସୁଗୁଡା  ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଖେରୁଆଲ ବାହାଲ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମାଇକ୍ରୋଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଟଙ୍କା ଲୁଟକରି ମୋଟର ବାଇକ୍ ରେ ଖସି ପଳାଉଥିବା ୨ ଜଣ ଲୁଟେରା ପୋଲିସ ଗାଡି ସହ ଧକ୍କା ଲାଗି ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି। ମୃତାହତ ଲୁଟେରାଙ୍କୁ ପୋଲିସ ଚିହ୍ନଟ କରିଛି। ସେମାନେ ହେଲେ ଧର୍ମେନ୍ଦ୍ର ଖଡିଆ (୨୯) ଓ ସପନ ରୋହିଦାସ। ଧର୍ମେନ୍ଦ୍ରର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୋଲିସ ସପନକୁ ଟିଆରଏଲ ହସ୍ପିଟାଲରେ ଭର୍ତ୍ତି କରିଛି। 

ମିଳିଥିବା ସୂଚନା ଅନୁସାରେ ଧର୍ମେନ୍ଦ୍ର ଓ ସପନ ଲଖନପୁର ଥାନା ଟାଙ୍ଗରପାଲି ଛକନିକଟରେ ବାଇକରେ ଆସୁଥିବା ମାଇକ୍ରୋଫାଇନାନ୍ସ କର୍ମଚାରୀ ରଞ୍ଜୁ ବାଦୀ ଓ ମହିଳା ସହକର୍ମୀଙ୍କୁ ଛୁରାମାଡ କରି ଟଙ୍କା ଲୁଟି ଏକ କଳା ପଲସର ମୋଟର ସାଇକେଲରେ ଖସି ପଳାଇଥିଲେ। ଏ ନେଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ତୁରନ୍ତ ଘଟଣା ସମ୍ପର୍କରେ ଲଖନପୁର ଥାନାକୁ ସୂଚିତ କରିବାରୁ ପୋଲିସ ସୀମାବର୍ତ୍ତି ସମସ୍ତ ଫାଣ୍ଡି ଓ ଥାନାକୁ ଜଣାଇ ଦେଇଥିଲା।

ଲଖନପୁର ଥାନାର ସୂଚନା ଅନୁସାରେ ସମସ୍ତ ଥାନା ଓ ଫାଣ୍ଡି ପୋଲିସ ଲୁଟେରାଙ୍କ ପିଛା କରୁଥିବା ବେଳେ ବନ୍ଧବହାଲ ଫାଣ୍ଡି ପୋଲିସ ଗାଡି ସହ ଲୁଟେରାଙ୍କ ମୋଟର ସାଇକେଲ ଖେରୁଆବାହାଲ ଗ୍ରାମ ନିକଟରେ ଧକ୍କା ଲାଗିଥିଲା। ଫଳରେ ଲୁଟେରା ୨ ଜଣ ମୋଟରସାଇକେଲରୁ ଛିଟକି ପଡି ଗୁରୁତର ଆହତ ହୋଇଥିଲେ। ଏଥିରେ ଧର୍ମେନ୍ଦ୍ର ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ସପନ ଗୁରୁତର ଆହତ ହୋଇଛି।

ଏ ନେଇ ସନ୍ଧ୍ୟାରେ ଝାରସୁଗୁଡା ଏସପି ସାମ୍ବାଦିକ ଏକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ ପୁଲିସ ଦୁର୍ଘଟଣା ସ୍ଥଳରୁ ଲୁଟ ଲାଗି ଲୁଟେରା ବ୍ୟବହାର କରିଥିବା କଳା ପଲସର ବାଇକ୍ ସମେତ ଗୋଟିଏ ୭ ଏମଏମ ମାଉଜର, ଭୁଜାଲି ଓ ଲଙ୍କାଗୁଣ୍ଡ ଜବତ କରିଥିବା କହିଛନ୍ତି |  

   Related Posts