Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାରାମୂଳାରେ ପୁଣି ଆତଙ୍କବାଦୀ ଆକ୍ରମଣ : ଜଣେ ପୋଲିସ୍ ଅଫିସର ଏବଂ ୨ଯବାନ ଶହୀଦ

17/08/2020 at 10:36 AM

ନୂଆଦିଲ୍ଲୀ ୧୭/୮: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ସୋମବାର ବାରାମୂଳା ଜିଲ୍ଲାର କ୍ରେଇରି ଅଞ୍ଚଳରେ ସିଆରପିଏଫ ନାକା ପାର୍ଟି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ଏକ ସ୍ପେଶାଲ ପୋଲିସ୍ ଅଫିସର ଏବଂ ୨ଜଣ ସିଆରପିଏଫ ଯବାନ ଶହୀଦ ହୋଇଯାଇଛନ୍ତି।

ଆକ୍ରମଣ ପରେ ଆତଙ୍କବାଦୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ସମଗ୍ର ଅଞ୍ଚଳକୁ ଘେରାଉ କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଚଲାଯାଇଛି। ଆଜି ସକାଳେ କ୍ରେଇରୀ ଅଞ୍ଚଳରେ ନାକା ପାର୍ଟିରେ ଥିବା ଜାମ୍ମୁକାଶ୍ମୀର ପୋଲିସ୍ ଏବଂ ସିଆରପିଏଫ ଯବାନ ଉପରେ ଆଖିବୁଜା​‌ ଗୁଳି ଚାଳନା କରିଥିଲେ।

 ଏହି ଫାୟାରିଂରେ ସିଆରପିଏଫର ୧୧୯ ବାଟାଲିୟନର ୨ଜଣ ଯବାନ ଗୁରୁତର ହୋଇଥିଲେ,କିନ୍ତୁ ପରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ବ୍ୟତୀତ ଜାମ୍ମୁ-କାଶ୍ମୀର ପୋଲିସର ଜଣେ ଅଫିସରଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୩ଯବାନ ଶହୀଦ ହୋଇଯାଇଛନ୍ତି। ବର୍ତ୍ତମାନ ଆତଙ୍କବାଦୀମାନଙ୍କୁ ଖୋଜା ଯାଉଛି।

ଏହା ପୂର୍ବରୁ ଗତ ଶୁକ୍ରବାର ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିଥିଲେ। ଶୁକ୍ରବାର ସକାଳେ ଶ୍ରୀନଗରର ବାହାର ଅଞ୍ଚଳରେ ନୌଗାମ ବାଇପାସରେ ପୋଲିସ୍ ପାର୍ଟି ଉପରେ ଆକ୍ରମଣ କରିଥିଲେ। ଏଥିରେ ୨ଜଣ ପୋଲିସ୍ କର୍ମୀ ଶହୀଦ ହୋଇଯାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣ ପଛରେ ଜୈଶ-ଏ-ମହମ୍ମଦଙ୍କ ହାତ ଥିଲା।

   Related Posts