ଆଉ ଜଣେ କ୍ୟାବିନେଟ ମନ୍ତ୍ରୀ କରୋନା ପଜିଟିଭ : ୫ ଜଣ ଷ୍ଟାଫ ସଂକ୍ରମିତ

Published By : Prameya-News7 Bureau | June 12, 2020 IST

ମୁମ୍ବାଇ ୧୨/୦୬ : କରୋନା ଭାଇରସ ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯୫ ହଜାରରୁ ଅଧିକ ହୋଇସାରିଛି | ଶୁକ୍ରବାର ଦିନ ମହାରାଷ୍ଟ୍ର ସରକାରଙ୍କ ଆଉ ଜଣେ କ୍ୟାବିନେଟ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ମନ୍ତ୍ରୀଙ୍କ ସହ ଆଉ ୫ ଜଣ ଷ୍ଟାଫ ସଂକ୍ରମିତ ହୋଇଛନ୍ତି | ଗୁରୁବାର ଦିନ ସମସ୍ତଙ୍କର ଯାଞ୍ଚ କରାଯାଇଥିଲା | ଏହା ପୂର୍ବରୁ ମହାରାଷ୍ଟ୍ର ଆବାସ ମନ୍ତ୍ରୀ ଜିତେନ୍ଦ୍ର ଆହ୍ଵାଡ଼ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ମେ ୨୪ ତାରିଖରେ ଜଣେ କଂଗ୍ରେସ ନେତା ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଥିବା ଜଣାପଡିଥିଲା | 

ଗୁରୁବାର ଦିନ ମହାରାଷ୍ଟ୍ରରେ ୩ ହଜାର ୬୦୭ ନୂଆ ମାମଲା ସାମ୍ନାକୁ ଆସିଥିଲା | ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯୭ ହଜାର ୬୪୮ରେ ପହଞ୍ଚି ସାରିଛି | ଗୁରୁବାର ଦିନ ୧୫୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୩ ହଜାର ୫୯୦ ରେ ପହଞ୍ଚିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.