ପତ୍ନୀକୁ ଦେଖା କରି ଦିଲ୍ଲୀରୁ ଫେରିଥିବା ବ୍ୟକ୍ତି କରୋନା ପଜିଟିଭ : କ୍ଵାରେଣ୍ଟାଇନରେ ୯ ଜଣ
27/04/2020 at 7:13 PM

ଭୀଲବାଡା ୨୭/୦୪ : ରାଜସ୍ତାନ ଭୀଲବାଡାରୁ ପୁଣି ଏକ କରୋନା ମାମଲା ସାମ୍ନାକୁ ଆସିଛି | ଗତ ୬ ଦିନ ହେଲା ଭୀଲବାଡାରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇନଥିଲେ | ୬ ଦିନ ପରେ ପୁଣି ଜଣେ କରୋନା ପଜିଟିଭ ବାହାରିଛନ୍ତି | ଏହା ପୂର୍ବରୁ ଏପ୍ରିଲ ୨୧ ତାରିଖରେ ୪ ଜଣ ସଂକ୍ରମିତ ହୋଇଥିବା ଜଣାପଡିଥଲା | ଆଜି ଜଣେ ବ୍ୟକ୍ତିଙ୍କ ସାମ୍ପଲ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି | ବ୍ୟକ୍ତି ଜଣକ ଗୁଲାବବୁରା ଅନ୍ତର୍ଗତ ଟେଲିବାଡାର ବୋଲି ଜଣାପଡିଛି | ଏହାପରେ ସହରରେ ସଂକ୍ରମଣ ସଂଖ୍ୟା ୩୪ରେ ପହଞ୍ଚିଛି |
ରିପୋର୍ଟ ଅନୁଯାୟୀ, ଏପ୍ରିଲ ୨୧ ତାରିଖରେ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ଦେଖା କରିବାକୁ ଦିଲ୍ଲୀ ଯାଇଥିଲେ | ସ୍ୱାସ୍ଥ୍ୟ ବିଭାଗ ଟିମ ଏପ୍ରିଲ ୨୩ ତାରିଖରେ ତାଙ୍କ ନମୁନା ପରୀକ୍ଷା ପାଇଁ ନେଇଥିଲେ | ଆଜି ତାଙ୍କ ରିପୋର୍ଟ ଆସିଛି ଏବଂ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି | ବ୍ୟକ୍ତି ଜଣକ ୯ ଜଣଙ୍କ ସମ୍ପର୍କରେ ଆସିଥିଲେ | ସେହି ୯ ଜଣଙ୍କୁ ବର୍ତ୍ତମାନ କ୍ଵାରେଣ୍ଟାଇନରେ ରଖାଯାଇଛି |