ଟିଟୋର ଆଉ ଜଣେ ସହଯୋଗୀ ମାଛୁ ଗିରଫ

Published By : Prameya-News7 Bureau | August 01, 2018 IST

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ଗିରଫଦାରୀ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି | ଟିଟୋକୁ ମିଶାଇ ବର୍ତ୍ତମାନ ଯାଏଁ କ୍ରାଇମବ୍ରାଞ୍ଚ ଏସଟିଏଫ ୧୭ ଜଣଙ୍କୁ ଗିରଫ କରିସାରିଛି | ଟିଟୋର ଘନିଷ୍ଠ ସହଯୋଗୀ ଅସାଦିନ କାହିର ଓରଫ ମାଛୁକୁ ଗିରଫ କରାଯାଇଛି | ଗତକାଲି ରାତିରେ ମାଛୁକୁ ଉଠାଇନେଇଥିଲା କେନ୍ଦ୍ରାପଡା ପୋଲିସ | ଟିଟୋ ର ଆର୍ଥିକ କାରବାର ସହ ଠିକା କାମରେ ସହଯୋଗ କରୁଥିବା ଅଭିଯୋଗରେ ମାଛୁକୁ ପୋଲିସ ଗିରଫ କରିଛି | ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଭୟଭୀତ କାମ ହାତଉଥିଲା ମାଛୁ । ଗତକାଲି ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟଳୟରେ ରେଡ୍ କରିଥିଲା ଭିଜିଲାନ୍ସ । ସେପଟେ ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ମାମଲାରେ ଏସ୍ ଟିଏଫର ତନାଘନା । ଏସ୍ ଟିଏଫରେ ଆଇଓସିଏଲ ଅଧିକାରୀ ହାଜର ହୋଇଛନ୍ତି । ପେଟ୍ରୋଲ ପମ୍ପ ବାବଦରେ ଏସ୍ ଟିଏଫ ମାଗିଥିବା ତଥ୍ୟ ଦେବା ପାଇଁ ଆଇଓସିଏଲର ୫ ଜଣ ଅଧିକାରୀ ହାଜର ହୋଇଥିବା ସୂଚନା ମିଳିଛି । ସେପଟେ ଟିଟୋ ପାଇଁ ପୁଣି ଅଡୁଆ ବଢିଛି । ଦାଦାବଟି ଓ ଟେଣ୍ଡର ଫିକ୍ସି ମାମଲାରେ କଟକ SDJM କୋର୍ଟରେ ଟିଟୋକୁ ହାଜର ପାଇଁ ନିର୍ଦ୍ଦେଶ ହୋଇଛି । ୨୦୧୬ରେ ଦାଦାବଟି ଓ ଟେଣ୍ଡର ଫିକ୍ସି ନେଇ ଚାଉଳିଆଗଞ୍ଜ ଥାନାରେ ମାମଲା ହୋଇଥିଲା । ଟିଟୋର ଇସାରାରେ ସହଯୋଗୀ ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଆଦାୟ ହେଉଥିବା ଅଭି।ଯୋଗ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ୮ ଜଣ ଗିରଫ ହୋଇଥିଲେ । କଟକ-ପାରାଦୀପ ବସରୁ ଦାଦାବଟି ଆଦାୟ ସହ R& B ଏବଂ Drainage ଡିଭିଜନ ବିଭାଗରେ ଟେଣ୍ଡର ଫିକ୍ସିଂ ହୋଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.