ଫନି ବାତ୍ୟାକୁ ମାସେ ପୁରିଲା ହେଲେ ପ୍ରସ୍ତୁତ ହୋଇପାରିଲାଣି କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ : ସହରୀ ଅଂଚଳରେ ସୀମିତ ପୁନରୁଦ୍ଧାର ଓ ଥଇଥାନ

Published By : Prameya-News7 Bureau | June 02, 2019 IST

ଭୁବନେଶ୍ୱର ୨/୬ : ଫନି ବାତ୍ୟାକୁ ମାସେ ପୁରିଲା। ମୌସୁମି ମାଡି ଆସୁଥିବା ବେଳେ ଖୋଲା ଆକାଶ ତଳେ ଏବେ ବି ପଡି ରହିଛନ୍ତି ଲୋକେ । ଘର ଭଙ୍ଗା ତଦନ୍ତ ସରିନଥିବାରୁ ଘର କାମ ଆରମ୍ଭ କରିପାରୁନାହାନ୍ତି ।

{"id":118856}

ଏବେ ବି ପିଲାଛୁଆଙ୍କୁ ଧରି ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି କିଛି ପରିବାର। ସରାକରଙ୍କ ଏଭଳି ଉଦସିନତା ପାଇଁ ତାତିଲେଣି ବି​‌ରୋଧୀ। ଆନ୍ଦୋଳନ ପାଇଁ ବିରୋଧୀ ଧମକ ଦେଇଛନ୍ତି। ଏପ​‌ଟେ ରାଜସ୍ବ ମନ୍ତ୍ରୀଙ୍କ ଯୁକ୍ତି ଯୁଦ୍ଧ କାଳୀନ ଭତ୍ତିରେ କାମ ଚାଲିଛି। କ୍ଷୟକ୍ଷତି ଅଧିକ ହୋଇଥିବାରୁ ରିପୋର୍ଟ ପ୍ରସ୍ତୁତିରେ ବିଳମ୍ଭ ହେଉଛି। ….

{"id":118857}

ମାସେ ପୂରିଲା। ପ୍ରସ୍ତୁତ ହୋଇପାରିଲାନି କ୍ଷୟକ୍ଷତି ପୂର୍ଣ୍ଣାଙ୍ଗ ରିପୋର୍ଟ । ଜୁନ ପହିଲାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟଦେଶ ଦିଆଯିବା କଥା କିନ୍ତୁ ଏପର୍ଯ୍ୟନ୍ତ ତଦନ୍ତ ସରିପାରିଲାନି । ଆଉ ୭-୮ ଦିନ ଭିତରେ ଓଡିଶା ଛୁଇଁବ ମୌସୁମୀ । ଆରମ୍ଭ ହୋଇଯିବ ବର୍ଷା। ଏବେ ବି ଅନେକ ପରିବାର ଖୋଲା ଆକାଶ ତଳେ ପଡି ରହିଥିବା ବେଳେ ପାଖରେ ସରକାରୀ ସହାୟତା ବି  ପହଞ୍ଚି ପାରିନି ।

{"id":118858}

ରାସନ କାର୍ଡ ନଥିବା କ୍ଷତିଗ୍ରସ୍ତମାନେ ଆବେଦନ କରିଛନ୍ତି। ହେଲେ ଏଯାବତ ସେମାନଙ୍କୁ ସହାୟତା ମିଳିନି । ଏପଟେ ଘର ସମ୍ପୂଣ୍ଣ ଉଜୁଡି ଯାଇଥିବାରୁ କିଛି ପରିବାର ପରଘରେ କିମ୍ବା ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି। ଏମାନେ ହେଉଛନ୍ତି ମଙ୍ଗଳାଘାଟ ପ୍ରାଥମିକ ବିଦ୍ୟାଳୟରେ ଅଶ୍ରୟ ନେଇଥିବା ପରିବାର।

{"id":118859}

ସରକାରଙ୍କ ପୁନରୁଦ୍ଧାର ଓ ଥଇଥାନ କାମ ସହରୀ ଇଲାକାରେ ସୀମୀତ ରହିଯାଇଥିବା ଅଭିଯୋଗ ହୋଇଛି। ସରକାର ଉଦାସୀନ ହୋଇଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ। କଂଗ୍ରେସ ଆନ୍ଦୋଳନ ଧମକ ଦେଇଥିବା​‌ ବେଳେ ବିଜେପି କହିଛି କେବଳ ଲୋକଙ୍କୁ ଉଦ୍ଧାର କରିଦେଇ କାମ ସାରିଦେଇଛନ୍ତି  ରାଜ୍ୟ ସରକାର। ବାତ୍ୟା ପରେ କେମିତି ପରିଚାଳନା କରାଯିବ ସେଥିରେ ସରକାର ସମ୍ପୂଣ୍ଣ ଫେଲ ମାରିଛନ୍ତି।

{"id":118860}

ଏପଟେ ନୂଆ କରି ଦାୟୀତ୍ବ ନେଇଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି  ଫନିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏସବୁକୁ ଆକଳନ କରିବାକୁ ସମୟ ଲାଗୁଛି। ଯେମିତି କେହିଜଣେ କ୍ଷତିଗ୍ରସ୍ତ ବାଦ ନ ପଡନ୍ତି ତା ଉପରେ ଗୁରୁତ୍ବ ଦିଆଯାଉଛି। ଯୁଦ୍ଧ କାଳୀନ ଭତ୍ତିରେ  ପୁନରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ସେ କହିଛନ୍ତି।

{"id":118861}

ଫନିରେ  ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର  ଅଧିକ କ୍ଷୟକ୍ଷତି ହୋଇଛି । ବର୍ଷା  ଆସୁଥିବାବେଳେ ବର୍ତ୍ତମାନ ସୁଦ୍ଧା ସରକାର ଘର ଭଙ୍ଗା ତଦନ୍ତ ସାରିନଥିବାରୁ  ଚିନ୍ତାରେ  କ୍ଷତିଗ୍ରସ୍ତ। ହେଲେ ପ୍ରସ୍ତୁତ ହୋଇପାରିଲାନି ବାତ୍ୟା କ୍ଷୟକ୍ଷତି ପୂର୍ଣ୍ଣାଙ୍ଗ ରିପୋର୍ଟ କି ସରି ପାରିଲାନି ଘର ଭଙ୍ଗା ତଦନ୍ତ ।

{"id":118862}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.