ପ୍ରଳୟଙ୍କରୀ ବାତ୍ୟା ଫୋନିକୁ ପୁରିଲା ମାସେ: ଏବେବି ଅଣ୍ଟା ସଳଖି ଛିଡା ହୋଇପାରି ନାହାନ୍ତି କ୍ଷତିଗ୍ରସ୍ତ, ପହଞ୍ଚିନି ମୌଳିକ ସୁବିଧା

Published By : Prameya-News7 Bureau | June 03, 2019 IST

ପ୍ରଳୟଙ୍କରୀ ବାତ୍ୟା ଫୋନିକୁ ପୁରିଲା ମାସେ । ଫୋନି ପ୍ରଭାବରେ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ପୁରୀ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବର, କଟକ, ଜଗତସିଂପୁର ଅଞ୍ଚଳ । ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ଜନ ଜୀବନ । ମାସକ ପରେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକେ ଏବେବି ଅଣ୍ଟା ସଳଖି ଛିଡା ହୋଇପାରି ନାହାନ୍ତି । କିଛି ଲୋକଙ୍କ ପାଖରେ ଏଯାଏଁ ବି ପହଞ୍ଚି ପାରି ନାହିଁ ମୌଳିକ ସୁବିଧା କି ପହଞ୍ଚି ପାରିନାହିଁ ପ୍ରଶାସନିକ ସହାୟତା ।…

{"id":119216}

ମାସକ ତଳେ ଆଜିର ଦିନରେ ପ୍ରଳୟ ରଚିଥିଲା ବାତ୍ୟା ପୋନି । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ନିକଟରେ ଲ୍ୟାଣ୍ଡଫଲ କରିଥିବା ପ୍ରଳୟଙ୍କାରୀ ଫୋନି । ହଜାର ହଜାର ଘରଦ୍ବାରା ଭାଙ୍ଗିବା ସହ ଗଛ, ବିଦ୍ୟୁତ ଖୁଣ୍ଟ ଉପାଡି ପକାଇଥିଲା । ବେସହାରା ହୋଇପଡିଥିଲେ ହଜାର ହଜାର ଲୋକେ, ଜୀବଜନ୍ତୁ ।

{"id":119220}

ଉଜୁଡି ଯାଇଥିଲା ଅନେକଙ୍କ ସଂସାର । ପୁରୀ ସମେତ ଜିଲ୍ଲାର, କୃଷ୍ଣପ୍ରସାଦ, ବ୍ରହ୍ମଗିରି, କୋଣାର୍କ, ନିମାପଡା ଓ ଭୁବନେଶ୍ବର, କଟକ, ଜଗତସିଂପୁର ଜିଲ୍ଲାରେ ବି ବେଶ ପ୍ରଭାବ ପକାଇଥିଲା ଫୋନି । ଫୋନିକୁ ଏ ମଧ୍ୟରେ ମାସେ ବିତି ଯାଇଥିଲେ ବି ସ୍ଥିତିର ଅନେକ ସୁଧାର ଆସିଛି । ହେଲେ ଏବେବି ପୁରୀ ଜିଲ୍ଲାର ଅନେକ ବସ୍ତି ବାସିନ୍ଦାଙ୍କ ପାଖରେ ପହଞ୍ଚି ପାରିନାହିଁ ପାନୀୟ ଜଳ, ବିଦ୍ୟୁତ କି ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା । ଅଳିଆ ଆବର୍ଜନା, ମାଛି ମଶାଙ୍କ ସହ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି ଫୋନି ପୀଡିତ ।

{"id":119221}

କେବଳ ଦୁଇ ହଜାର ଟଙ୍କା ଓ ପଚାଶ କେଜି ଚାଉଳ ଦେଇ ଚୁପ ବସିଛି ପ୍ରଶାସନ ।ସେହିପରି ଫୋନି ପ୍ରଭାବରେ ଅନେକ,ହୋଟେଲ ଭାଙ୍ଗି ଯାଇଥିବା ବେଳେ କିଛି ମାତ୍ରାରେ ସୁଧାର ଆସିଛି । ଏବେ ଅଳ୍ପ କିଛି ପର୍ଯ୍ୟକ ପୁରୀ ଆସିବାରେ ଲାଗିଲେଣି ।

{"id":119217}

ଆଉ ଏ ହେଉଛି ନିମାପଡା, ପିପିଲି ଓ ସତ୍ୟବାଦୀ  ଅଞ୍ଚଳର । ଫୋନିର ମାସକ ପରେ ବି ଲୋକେ ଫେରିନାହାନ୍ତି ନିଜ ଘରକୁ। ଗାଈ,ଗୋରୁ,ଛେଳି, ମେଣ୍ଢାଙ୍କ ସହ ସ୍କୁଲ ବାରଣ୍ଡାରେ ପଡି ରହିଛନ୍ତି । ଆଉ କେହି ନିଜ ହାତରୁ ଟଙ୍କା ଖର୍ଚ୍ଚକରି ପାଲ କିଣି କୁଡ଼ିଆ କରି ରହୁଛନ୍ତି । ସରକାରୀ ସ୍ତରରେ କ୍ଷୟକ୍ଷତିର ଆକଳନ ଚାଲିଛି ।

{"id":119223}

ଆକଳନ ଶେଷ ହେଲେ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରଶାସନ କହୁଛି । ହେଲେ କେବେ ଆକଳନ ସରିବ କାହାକୁ ଜଣାନାହିଁ । ସ୍କୁଲ ଖୋଲିଲେ ଲୋକେ କେଉଁଠି ରହିବେ ତାର ଉତ୍ତର ମଧ୍ୟ କାହା ପାଖରେ ନାହିଁ ।

{"id":119218}

ଆଉ ଏ ହେଉଛି କୃଷ୍ଣପ୍ରସାଦ ବ୍ଲକର ନୂଆପଡା ପଞ୍ଚାୟତ ବଡ଼ଝାଡ଼ର ବିଭିନ୍ନ ଗାଁର ଦୃଶ୍ୟ । ଲୋକେ ଏବେ ବି ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ଖଣ୍ଡିଏ ପାଲ ଏବଂ ଏକ ବସ୍ତା ଚାଉଳ ଦେଇ ପ୍ରଶାସନ ଚୁପ ହୋଇ ବସିପଡିଛି । ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

{"id":119222}

ସମାନ ଅବସ୍ଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଏବଂ ବାଲିଅନ୍ତା ବ୍ଲକର ଅନେକ ଗାଁରେ ।ଫୋନି ଯିବାର ମାସେ ପରେ ବି ସ୍ଥିତିରେ ସେତେଟା ସୁଧାର ଆସିନାହିଁ । ରାସନ କାର୍ଡଧାରୀଙ୍କୁ ଚାଉଲ ଓ ଟଙ୍କା ଧରାଇ ଦେଇ ପ୍ରଶାସନ ଡ୍ୟୁଟି ସାରି ଦେଇଛି । ଏବେବି ଲୋକଙ୍କ ଘରର କାନ୍ଥ ଭାଙ୍ଗି ପଡିଛି । ପଲିଥିନ୍ ତଳେ ଲୋକଙ୍କ ଜୀବନ ବିତୁଛି । ଲୋକଙ୍କ ଚାଷବାସ ସବୁ ଉଜୁଡିଯାଇଛି ।  

{"id":119219}

ସହରାଞ୍ଚଳରେ ବିଦ୍ୟୁତ ଆସି ସାରିଥିଲେ ବି ଗାଁରେ ଏ ପର୍ଯ୍ୟନ୍ତ ବି ବିଦ୍ୟୁତ ପହଞ୍ଚି ନାହିଁ । ଅସହ୍ୟ ଗୁଳୁଗୁଳି ଓ ଗରମରେ ସଢୁଛନ୍ତି ଲୋକେ । କେବେ ଏହି ଅବସ୍ଥାରୁ ଲୋକଙ୍କୁ ମୁକ୍ତି ମିଳିବ ତାକୁ ଚାହିଁ ବସିଛନ୍ତି କେବଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.