Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

କରୋନା ଯୋଦ୍ଧାଙ୍କ ସମ୍ମାନରେ ୧ ମିନିଟ୍ ନୀରବ ପ୍ରାର୍ଥନା, ରାଜ୍ୟବାସୀଙ୍କୁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ

4/08/2020 at 7:55 PM

ଭୁବନେଶ୍ବର୪/୮: ଅଗଷ୍ଟ ୫ ତାରିଖ ସନ୍ଧ୍ୟା ୬ଟାରେ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି।  ଯେଉଁଠି ଥିଲେ ବି ଛିଡ଼ା ହୋଇ ଗୋଟେ ମିନିଟ୍ ପ୍ରାର୍ଥନା କରିବେ।​‌ କରୋନା ମୁକାବିଲାରେ ଯେଉଁମାନେ ନିଜ ଜୀବନକୁ ପାଣି ଛଡ଼ାଇ ଦିନରାତି ଏକ କରି କାମ କରୁଛନ୍ତି, ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ଗୋଟେ ମିନିଟ୍ ନୀରବ ପ୍ରାର୍ଥନା କରିବେ। କୋଭିଡ୍ ମୁକାବିଲାରେ ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କ ପାଇଁ ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ତାଳି-ଥାଳି ବାଡ଼େଇ ଦେଶବାସୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ। ଠିକ୍‌ ତାର କିଛିିିଦିନ ପରେ ପ୍ରଧାମମନ୍ତ୍ରୀଙ୍କୁ ଆହ୍ବାନ କ୍ରମେ ଦୀପ ଜାଳି କରୋନା ଯୋଦ୍ଧାଙ୍କୁ ସାମ୍ମାନ ଜଣାଇଥିଲେ ଦେଶବାସୀ। ଏପରି କି ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କ୍ରମେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାଇ​‌ କୋଭିଡ୍ ଯୋଦ୍ଧାଙ୍କୁ ରାଜ୍ୟବାସୀ ସମ୍ମାନ ଜଣାଇଥିଲେ। ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ୧ ମିନିଟ୍‌ ନୀରବ ପ୍ରାର୍ଥନା କରି କରୋନା ଯୋଦ୍ଧାଙ୍କୁ ରାଜ୍ୟବାସୀ ସମ୍ମାନ ଜଣାଇବେ।

   Related Posts