Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ଭାରତୀୟ ସେନାରେ ଏକ ଲକ୍ଷ ହ୍ରାସ ପାଇବ ସୈନିକ ସଂଖ୍ୟା, ଏହି କାରଣରୁ ନିଆଯାଉଛି ବଡ ନିଷ୍ପତ୍ତି

6/04/2021 at 6:10 PM

ନୂଆଦିଲ୍ଲୀ ୦୬।୦୪: ଭାରତୀୟ ସେନା ଦୁନିଆରେ ନିଜକୁ ଆଧୁନିକ ଏବଂ ସବୁଠୁ ଶକ୍ତିଶାଳୀ କରିବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନାରେ ଆଗାମୀ କିଛି ବର୍ଷରେ ଏକ ଲକ୍ଷ ସୈନିକ ହ୍ରାସ କରାଯିବ। ଏଥିରେ ବଞ୍ଚିବାକୁ ଥିବା ଟଙ୍କାରେ ସେନାକୁ ନୂତନ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧ ଉପକରଣ ଯୋଗାଇ ଦିଆଯିବ। ବର୍ତ୍ତମାନ ସେନାରେ ପ୍ରାୟ ୧୪ ଲକ୍ଷ ସୈନିକ ଅଛନ୍ତି। ସଂଖ୍ୟା ହିସାବରେ ଭାରତ ଉପରେ କେବଳ ଚୀନ ରହିଛି। ଏବେ ସେହି ସୈନିକଙ୍କ ସଂଖ୍ୟା ହ୍ରାସ କରାଯିବ ଯେଉଁମାନେ ସିଧାସଳଖ ସୈନ୍ୟ କାର୍ଯ୍ୟାନୁଷ୍ଠାନରେ ସାମିଲ ନହୋଇ ସର୍ଭିସ, ମେକାନିକ ପରି କାମ କରନ୍ତି।

ଏମିତି କରାଯାଇ ସୀମାରେ ମୁତୟନ ସୈନିକଙ୍କୁ ଉନ୍ନତମାନର ଅସ୍ତ୍ର ଶସ୍ତ୍ର ଓ ନୂତନ ଉପକରଣ ଯୋଗାଇ ଦିଆଯାଇ ପାରିବ। ପ୍ରତିରକ୍ଷା ମାମଲାର ସଂସଦୀୟ ସମିତି ଗତ ମାସରେ ନିଜର ରିପୋର୍ଟ ଗୃହରେ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟରେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାଓ୍ଵତ ନିଜର ରାୟ ରଖି କହିଛନ୍ତି ଯେ, ଏବେ ସେନା ଅତ୍ୟାଧୁନିକ ଜ୍ଞାନ କୌଶଳ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛି ଏବଂ ନୂତନ ଶୈଳୀର ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ଚାହୁଁଛି।

ରାଓ୍ଵତ କହିଛନ୍ତି, ପୂର୍ବେ ସେନା ଅପହଞ୍ଚ ଇଲାକାରେ ମୁତୟନ ହେଉଥିଲେ ଏବଂ ନିଜର ସମସ୍ତ ବ୍ୟବସ୍ଥା ନିଜେ କରୁଥିଲେ। ମାତ୍ର ଏବେ ଭିତ୍ତିଭୂମି ସୁଦୃଢ ହେବା କାରଣରୁ ଏହାର ଆବଶ୍ୟକ ପଡୁନାହିଁ। ପୂର୍ବେ ସେନା ବେସ୍‌ରେ ମରାମତି ଡିପୋ ରହୁଥିଲା। ଏଥିରେ ଗାଡିର ମରାମତି କରାଯାଉଥିଲା। କିନ୍ତୁ ଏବେ ଏହାକୁ ଆଉଟ୍ ସୋର୍ସ କରାଯାଇପାରେ। ଯଦି ଟାଟା କମ୍ପାନୀର କୌଣସି ଗାଡି ହୋଇଥାଏ ତେବେ ଏହାର ମରାମତି ପାଇଁ ଟାଟାର ଓ୍ଵାର୍କସପ୍‌କୁ ପଠାଯାଇପାରେ। ତେଣୁ ଏବେ ଗାଡି ମରାମତି କାମରେ ନିୟୋଜିତ ସେନାକ ସଂଖ୍ୟା ହ୍ରାସ କରାଯାଇପାରେ।

   Related Posts