Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆୟୁଷ୍ମାନ ଭାରତ ଯୋଜନା ଜରିଆରେ ମିଳିବ ଲକ୍ଷେ ଲୋକଙ୍କୁ ଚାକିରୀ : ପଢ଼ନ୍ତୁ ପୂରା ଖବର

5/09/2019 at 11:34 AM

ନୂଆଦିଲ୍ଲୀ ୫/୯: କେନ୍ଦ୍ର ସରକାରଙ୍କ ମହତ୍ତ୍ବପୂର୍ଣ୍ଣ ଯୋଜନା ଆୟୁଷ୍ମାନ ଭାରତ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଦିଆଯିବ। ଆୟୁଷ୍ମାନ ଭାରତକୁ ସୁଜାରୁ ରୂପେ ସମ୍ପାଦନ କରିବାକୁ ଏହି ନିଯୁକ୍ତି ଦିଆଯିବ। ଆସନ୍ତା ୫ବର୍ଷ ମଧ୍ୟରେ ୨ଲକ୍ଷ ପଦବୀରେ ନିଯୁକ୍ତି କରାଯିବ। ପ୍ରକୃତରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଲକ୍ଷ  ‘ଆୟୁଷ୍ମାନ ମିତ୍ର’ଙ୍କୁ ନିଯୁକ୍ତି ପାଇଁ କୌଶଳ ବିକାଶ ମନ୍ତ୍ରାଳୟ ସହ ଏକ ଚୁକ୍ତି କରିଛି। ଏକ ଅଧିକାରୀଙ୍କ କହିବାନୁସାରେ,‘ସମସ୍ତ ତାଲିକାଭୁକ୍ତ ହସ୍ପିଟାଲରେ ରୋଗୀଙ୍କ ସହାୟତା କରିବା ଲାଗି ‘ଆୟୁଷ୍ମାନ୍ ମିତ୍ର’ ରହିବେ, ଯେଉଁମାନେ ଲାଭାର୍ଥୀ ଏବଂ ହସ୍ପିଟାଲ ମଧ୍ୟରେ ସମନ୍ବୟ ସ୍ଥାପନ କରିବେ। ମୋଦି ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଯାହାକୁ ଜନ ଆରୋଗ୍ୟ ଯୋଜନା ମଧ୍ୟ କୁହାଯାଇଥାଏ,ଏହାର ଆରମ୍ଭ ୨୦୧୮ମସିହା ସେପ୍ଟେମ୍ବର ୨୫ତାରିଖରେ ହୋଇଥିଲା। ଏହି ଯୋଜନା ଜରିଆରେ ପ୍ରତ୍ୟେକ ପରିବାରକୁ ପ୍ରତି ବର୍ଷ ୫ଲକ୍ଷ ଟଙ୍କାର ବୀମା କଭର ଦିଆଯିବ,ପରିବାର ଯେତେ ବଡ଼ ହୋଇଥିଲେ ବି କୌଣସି ଫରକ ପଡ଼ିବ ନାହିଁ।

ଲାଭ ଉଠାଇବା ପାଇଁ ଏହି ସବୁ ନିୟମ କରନ୍ତୁ ପାଳନ: ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଯେ ଏହି ଯୋଜନା ଦ୍ବାରା ଆପଣଙ୍କୁ ଫାଇଦା ମିଳିବ କି ନାହିଁ, ତାହେଲେ ଆପଣଙ୍କୁ ନିମ୍ନଲିଖିତ ନିୟମଗୁଡ଼ିକୁ ପାଳନ କରିବାକୁ ପଡ଼ିବ।

  • ସର୍ବପ୍ରଥମେ ଆପଣଙ୍କୁ ଓ୍ବେବସାଇଟ mera.pmjay.gov.in ରେ ଲଗଇନ କରିବାକୁ ପଡ଼ିବ।
  • ଲଗଇନ୍ କରିଲେ ଆପଣଙ୍କୁ ହୋମ୍ ପେଜରେ ନିଜର ମୋବାଇଲ୍ ନମ୍ବର ଦେବାକୁ କୁହାଯିବ।
  • ଏହାର ଠିକ୍ ତଳେ ଆପଣଙ୍କୁ କ୍ୟାପଚା ଦେଖାଯିବ,ଯେଉଁଥିରେ ଦିଆଯାଇଥିବା ନମ୍ବରକୁ ଆପଣଙ୍କୁ ଖାଲି ବକ୍ସରେ ପୂର୍ଣ୍ଣ କରିବାକୁ ପଡ଼ିବ।
  • ଏହା ପରେ ଜେନେରେଟ ଓଟିପି ଅପ୍ସନରେ କ୍ଲିକ୍ କରନ୍ତୁ
  • କ୍ଲିକ୍ କଲେ ଆପଣଙ୍କ ମୋବାଇଲରେ ଏକ ଓଟିପି ନମ୍ବର ଯିବ, ଯାହାକୁ ଓ୍ବେବସାଇଟରେ ଯାଇ ଭେରିଫାଏ କରିବେ।
  • ଏବେ ଆପଣଙ୍କ ସାମନାରେ ଏକ ନୂଆ ପେଜ ଖୋଲିବ,ଯେଉଁଥିରେ ଆପଣଙ୍କୁ ନିଜ ରାଜ୍ୟର ନାଁ ଚୟନ କରିବାକୁ ପଡ଼ିବ।
  • ଏହା ପରେ ଆପଣ ନିଜ ମୋବାଇଲ୍ ନମ୍ବର କିମ୍ବା ଅନ୍ୟ କୌଣସି ସୂଚନା ଦେଇ ନିଜ ନାଁକୁ ସର୍ଚ୍ଚ କରି ପାରିବେ।
  • ଓ୍ବେବସାଇଟରେ ଥରେ ଆପଣଙ୍କ ନାଁ ରେଜିଷ୍ଟାର ହୋଇଗଲେ ଏହା ପରେ ଆପଣ ନିଜ ରାସନ କାର୍ଡ଼ କିମ୍ବା ମୋବାଇଲ୍ ନମ୍ବର ସାହାଯ୍ୟରେ ଏହା ଜାଣି ପାରିବେ ଯେ ଆପଣଙ୍କୁ ଏହି ଯୋଜନାର ଲାଭ ମିଳୁଛି କି ନାହିଁ।

ଓ୍ବେବସାଇଟରେ ନାଁ ଦେଖାଗଲେ କରିବେ ନିମ୍ନଲିଖିତ ଉପାୟ: ଯଦି ଓ୍ବେବସାଇଟରେ ଆପଣଙ୍କ ନାଁ ଦେଖାଯାଉନାହିଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏଥିପାଇଁ ଆପଣ ଏହି ନିୟମଗୁଡ଼ିକୁ ଫଲୋ କରନ୍ତୁ

  • ଏଥିପାଇଁ ଆପଣଙ୍କୁ ଡାଟାବେସରେ ନିଜ ନାଁ,ବାପାଙ୍କ ନାଁ,ଲିଙ୍ଗ ଏବଂ ରାଜ୍ୟର ନାଁ ଦେବାକୁ ପଡ଼ିବ।
  • ଏହା ପରେ ସର୍ଚ୍ଚ କଲେ ଆପଣଙ୍କ ନାଁ ଆସିଯିବ, ତା’ପରେ ଆପଣ ‘ଗେଟ ଏସଏମଏସ’ ଅପ୍ସନରେ କ୍ଲିକ୍ କରନ୍ତୁ।
  • ଏହା ପରେ ଆପଣଙ୍କ ପାଖକୁ ଏକ ମ୍ୟାସେଜ ଯିବ,ଯେଉଁଥିରେ ଆପଣଙ୍କୁ ଏକ ନମ୍ବର ମିଳିବ।
  • ଏହି ନମ୍ବରକୁ ଆପଣ ସମ୍ଭାଳି ରଖିବେ,କାରଣ ଏହା ଭବିଷ୍ୟତରେ ବହୁତ କାମରେ ଆସିବ।

ଆୟୁଷ୍ମାନ ମିତ୍ରଙ୍କ ସହ ସମ୍ପର୍କ କରନ୍ତୁ:

ଯଦି ଏସବୁ କରିବା ପରେ ମଧ୍ୟ ଆପଣଙ୍କ ନାଁ ସର୍ଚ୍ଚ କରିଲେ ଆସୁନାହିଁ ତେବେ ଆପଣ ‘ଆୟୁଷ୍ମାନ ମିତ୍ର’ ସହ ସମ୍ପର୍କ କରନ୍ତୁ ଏବଂ ଏଥିପାଇଁ ଜରୁରୀ ଦସ୍ତାବିଜ ଜମା କରନ୍ତୁ। ଏହା ପରେ ଆପଣ ଚେକ୍ କରି ପାରିବେ ଯେ ଆପଣଙ୍କୁ ଏହି ଯୋଜନାର ଲାଭ ମିଳିପାରିବ କି ନାହିଁ।

କିପରି ହେବ ଚୟନ :

ସରକାର ଆୟୁଷ୍ମାନ ମିତ୍ରଙ୍କୁ ସିଧାସଳଖ ନିଯୁକ୍ତ କରିବେ ନାହିଁ। ଏଥିପାଇଁ ସରକାର ସେହି କମ୍ପାନୀଗୁଡ଼ିକର ସହାୟତା ନେବେ,ଯେଉଁମାନେ ମୁଖ୍ୟ ପାଓ୍ବାର ସପ୍ଲାଏର କାମ କରନ୍ତି। ଏହା ପରେ ଏହି କମ୍ପାନୀର ଚୟନ ବିଡିଙ୍ଗ ଆଧାର​ରେ କରାଯିବ। ଭିନ୍ନ ଭିନ୍ନ ଅଞ୍ଚଳରେ ବିଡିଙ୍ଗ ଜରିଆରେ କମ୍ପାନୀକୁ ଏହି କାମ ଦିଆଯିବ। ବିଡିଙ୍ଗରେ ସଫଳ ହେଉଥିବା କମ୍ପାନୀ ହିଁ ସ୍ବାସ୍ଥ୍ୟ ମିତ୍ରଙ୍କୁ ନିଯୁକ୍ତ କରିବେ।

ଆସନ୍ତା ସପ୍ତାହରେ କମ୍ପାନୀକୁ ଟେଣ୍ଡର ଜାରି କରିଦିଆଯିବ। ଚଳିତ ମାସର ପ୍ରଥମ ସପ୍ତାହରେ କମ୍ପାନୀ ଚୟନ ହେବ। ଦ୍ବିତୀୟ ସପ୍ତାହରେ ଆୟୁଷ୍ମାନ ମିତ୍ରଙ୍କ ନିଯୁକ୍ତି ଆରମ୍ଭ ହେବ। ଯଦି କୌଣସି ବ୍ୟକ୍ତି ଆୟୁଷ୍ମାନ୍ ମିତ୍ର ହେବାକୁ ଇଚ୍ଛୁକ ଥିବେ ତେବେ ତାଙ୍କୁ ପ୍ରଥମେ ଏହି କମ୍ପାନୀଗୁଡ଼ିକଚ ଯୋଗାଯୋଗ କରିବାକୁ ପଡ଼ିବ।

ଦରମା :

ଏହି ଯୋଜନା ଜରିଆରେ ଘରୋଇ ଏବଂ ସରକାରୀ ହସ୍ପିଟାଲ ଉଭୟରେ ପାଖାପାଖି ଏକ ଲକ୍ଷ ଆୟୁଷ୍ମାନ ମିତ୍ରଙ୍କୁ ନିୟୋଜିତ କରାଯିବ। ଆୟୁଷ୍ମାନ ଭାରତ ପାଇଁ ଚୟନ କରାଯାଇଥିବା ଆୟୁଷ୍ମାନ ମିତ୍ରଙ୍କୁ ୧୫ହଜାର ଟଙ୍କାର ଦରମା ଦିଆଯିବ। ଆଶାୟୀଙ୍କ ନିଯୁକ୍ତି ସରକାରୀ ହସ୍ପିଟାଲ,ଘରୋଇ ହସ୍ପିଟାଲ,କଲ୍ ସେଣ୍ଟର,ରିସର୍ଚ୍ଚ ସେଣ୍ଟର ଏବଂ ବୀମା କମ୍ପାନୀରୁ କରାଯିବ।

ସରକାରଙ୍କଠୁ ମିଳିବ ଦକ୍ଷତା ବିକାଶର ପ୍ରଶିକ୍ଷଣ :

ଚୟନ ହୋଇଥିବା ଆଶାୟୀଙ୍କୁ ସରକାରଙ୍କ ତରଫରୁ ଦକ୍ଷତା ବିକାଶର ପ୍ରଶିକ୍ଷଣ ଦିଆଯିବ। ଏହା ପରେ ଏମାନଙ୍କୁ ଏହି ଯୋଜନା ଲାଗୁ କରାଇବାର କାମ ଦିଆଯିବ। ୨୦ହଜାର ସ୍ବାସ୍ଥ୍ୟ ମିତ୍ରଙ୍କ ନିଯୁକ୍ତି ଚଳିତ ବର୍ଷ ସୁଦ୍ଧା ହୋଇଯିବ। ଏହି ଯୋଜନା ଦ୍ବାରା ୧୦କୋଟିରୁ ଅଧିକ ଗରିବ ପରିବାର ଲାଭାନ୍ବିତ ହେବେ।

   Related Posts