Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଲକ୍ଷେ ଟଙ୍କା ଏସିର ମୂଲ୍ୟ ମାତ୍ର ୫,୯୦୦ ଟଙ୍କା, ଆମାଜନ ଭୁଲ୍ ଜାଣିବା ବେଳକୁ ଲୋକେ ଘରକୁ ବୋହି ନେଲେ

5/07/2021 at 11:16 PM

ନୂଆଦିଲ୍ଲୀ ୦୫।୦୭:  ଏସିର ମୂଲ୍ୟ ମାତ୍ର ୫,୯୦୦ ଟଙ୍କା। କିଣିବା ପାଇଁ ଲାଗିଲା ଲୋକଙ୍କ ଗହଳି। ଏତେ କମ ଦାମରେ ଏସି ପାଇ କାଳ ବିଳମ୍ବ ନକରି ଅର୍ଡର କରି ଦେଲେ। ନିଜର ଓ୍ଵେବସାଇଟ୍‌ରେ ଏସିର ମୂଲ୍ୟ ୫,୯୦୦ ଟଙ୍କା ତାଲିକାଭୁକ୍ତ କରିଥିଲା। ଏହି ଦାମରେ ଲୋକଙ୍କୁ ଆଜାଜନ ଏସି ବିକ୍ରି କରି ଦେଲା। ହେଲେ ଯେତେବେଳେ ନିଜ ଭୁଲ୍ ବୁଝି ପାରିଲା ସେତେବେଳକୁ ଅନେକ ଲୋକ ଏକ ଲକ୍ଷ ଟଙ୍କାର ଏହି ଏସିକୁ ମାତ୍ର କେତେ ହଜାର ଟଙ୍କାରେ କିଣି ସାରିଥିଲେ।

ଆମାଜନ ସୋମବାର ତୋସିବା କମ୍ପାନୀର ଶୀତତାପ ନିୟନ୍ତ୍ରକ (ଏସି) ତାଲିକା ଭୁକ୍ତ କରିଥିଲା। ୧.୮ ଟନର ୫ ଷ୍ଟାର ଇନଭଟରର ମୂଲ୍ୟ ୯୬,୭୦୦ ଟଙ୍କା ଥିଲା। ଏହା ଉପରେ କମ୍ପାନୀ ୯୪ ପ୍ରତିଶତ ଡିସକାଉଣ୍ଟରେ ୫,୯୦୦ ଟଙ୍କାରେ ବିକିବାକୁ ଓ୍ଵେବସାଇଟ୍‌ରେ ଡିସପ୍ଲେ କରିଥିଲା।

ତାଲିକାରେ ଏୟାର କଣ୍ଡିସନର ମୂଳ ମୂଲ୍ୟ ଉପରେ ୯୦,୮୦୦ ଟଙ୍କାର ଡିସକାଉଣ୍ଟ ରହିଥିଲା। ଏଥିସହ କମ୍ପାନୀର ଗ୍ରାହକଙ୍କୁ ମାସିକ ୨୭୮ ଟଙ୍କାର କିସ୍ତିରେ କିଣିବାର ଅଫର ଦିଆଯାଇଥିଲା। ଏହା ପରେ ଅନଲାଇନ୍‌ରେ କିଣିବାକୁ ଗ୍ରାହକଙ୍କ ଭିଡ ଜମି ଯାଇଥିଲା। ଆଜାମନ ନିଜର ଭୁଲ୍ ବୁଝିବା ବେଳକୁ ଅନେକ ଲୋକେ କିଣିବା ପାଇଁ ଅର୍ଡର ଦେଇ ସାରିଥିଲେ।

ହେଲେ ଆମାଜନ ଏବେ ତୋସିବାର ସେହି ମୋଡେଲର ଏସିକୁ ମୂଳ ମୂଲ୍ୟରେ ୨୦ ପ୍ରତିଶତ ରିହାତି ଦେଇ ୫୯,୪୯୦ ଟଙ୍କାରେ ବିକ୍ରି କରୁଛି। ଏଥିସହ ୨୮୦୦ ଟଙ୍କାର ଇଏମଆଇ ଅଫର ମଧ୍ୟ କରିଛି। ହେଲେ କିଛି ସମୟ ପାଇଁ ଆମାଜନ ଘାଟାରେ ପଡିଛି।

   Related Posts