Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବେଲଗାମ୍ କରୋନା : ଦୁଇ ଦିନରେ ଏକ ଲକ୍ଷ ନୂଆ ମାମଲା

25/07/2020 at 11:34 AM

ନୂଆଦିଲ୍ଲୀ ୨୫/୦୭ : କରୋନା ସଂକ୍ରମଣକୁ ବ୍ରେକ ଲାଗୁନି | ଦେଶରେ ହୁ ହୁ ହୋଇ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା | ଗତ ଦୁଇ ଦିନରେ ଏକ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଶୁକ୍ରବାର ଦେଶରେ ୪୮ ହଜାର ୯୧୬ ନୂଆ ମାମଲା ସାମ୍ନାକୁ ଆସିଥିଲା | ୭୫୭ ରୋଗୀ ପ୍ରାଣ ହରାଇଛନ୍ତି | ଦେଶରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାର ୮୬୧ରେ ପହଞ୍ଚିଛି |  ଗୁରୁବାର ଦିନ ୪୯ ହଜାର ୩୧୦ ମାମଲା ସାମ୍ନାକୁ ଆସିଥିବାବେଳେ ୭୪୦ ଜଣଙ୍କ ମୃତ୍ୟୁ ହୋଇଛି | 

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ୪ ଲକ୍ଷ ୫୬ ହଜାର ୭୧ ଆକ୍ଟିଭ ମାମଲା ରହିଛି | କରୋନା ମହାମାରୀ ଯୋଗୁଁ ଏବେ ସୁଦ୍ଧା ୩୧ ହଜାର ୩୫୮ ଜଣ ପ୍ରାଣ ହରାଇ ସାରିଛନ୍ତି | ତେବେ ଭଲ ଖବର ହେଲା ୮ ଲକ୍ଷ ୪୯ ହଜାର ୪୩୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି | ଦେଶରେ ସୁସ୍ଥହାର ୬୩.୫୦ ପ୍ରତିଶତ ରହିଛି | ସଂକ୍ରମଣ ମାମଲାରେ ଭାରତ ତୃତୀୟ ସ୍ଥାନରେ ରହିଛି | 

ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୯ ହଜାର ୬୧୫ ନୂଆ ମାମଲା ସାମ୍ନାକୁ ଆସିଛି | ଗୋଟିଏ ଦିନରେ ୨୭୮ ଜଣଙ୍କ ମୃତ୍ୟୁ ହୋଇଛି | ରାଜ୍ୟରେ ଏବେ ସୁଦ୍ଧା ୩ ଲକ୍ଷ ୫୭ ହଜାର ୧୧୭ ଜଣ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ମହାରାଷ୍ଟ୍ର ପରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ଗୁଜୁରାଟରେ ଗତ ୨୪ ଘଣ୍ଟାରେ ଏକ ହଜାର ୬୮ ନୂଆ ମାମଲା ସାମ୍ନାକୁ ଆସିଛି | ଶୁକ୍ରବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ପାର କରି ସାରିଥିଲା | 

   Related Posts