Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଲକ୍‌ଡାଉନ୍ କଲା ନିରାଶ, ନାଳିରେ ଭସାଇ ଦିଆଗଲା ୧ ଲକ୍ଷ ଲିଟର ବିୟର

22/04/2020 at 8:59 PM

ନୂଆଦିଲ୍ଲୀ ୨୨।୦୪: କରୋନା ଭାଇରସ୍‌ ସଂକ୍ରମଣର ପ୍ରତିରୋଧ ଲାଗି ଦେଶ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ରେ ରହିଛି। ଲୋକ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି। କାରବାର ସଂପୂର୍ଣ୍ଣ  ଠପ୍ ପଡିଛି। ନିଶାଖୋର  ବ୍ୟକ୍ତି ବା ନିୟମିତ ମଦ୍ୟପାନ କରୁଥିବା ଲୋକଙ୍କୁ ପିଇବାକୁ ମଦ ମିଳୁନାହିଁ। ଏହା ମଧ୍ୟରେ ଦିଲ୍ଲୀରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ  ବିୟରକୁ ନାଳିରେ ଭସାଇ ଦିଆଯାଉଛି।

ସୂଚନା ଅନୁଯାୟୀ ଦିଲ୍ଲୀ ଏନସିଆରରେ ପ୍ରାୟ ୧ ଲକ୍ଷ ଲିଟର୍ ପର୍ଯ୍ୟନ୍ତ ସଦ୍ୟ ବିୟର ଭସାଇ ଦିଆଯାଇଛି। ଏହାର କାରଣ ଏହି ବିୟର ପ୍ଲାଣ୍ଟରେ ତିଆରି ହୋଇ ରହିଥିଲା ମାତ୍ର ବୋତଲରେ ଭର୍ତ୍ତି ହୋଇ ପାରିନଥିଲା। ଏହାକୁ ଖରାପ ହେବାରୁ ରକ୍ଷା କରିବା ପାଇଁ ଅଧିକ ବ୍ୟୟ ଲାଗୁଥିବାରୁ ବିୟର  ପ୍ଲାଣ୍ଟ ଏହାକୁ ଫିଙ୍ଗି ଦେବାକୁ ବାଧ୍ୟ ହୋଇଛନ୍ତି।

ଷ୍ଟ୍ରାଇକର ଆଣ୍ଡ ସୋଇ ୭ର ଅଧିକାରୀ ଲଳିତ ଅହଲାବତ ନିଜର ଗୁରୁଗ୍ରାମର ସାଇବର-ହବ ଆଉଟଲେଟ୍‌ରୁ ୫୦୦୦ ଲିଟର  ବିୟର ନାଳରେ ଭସାଇ ଦେଇଛନ୍ତି। ଏହି ପରି  ପ୍ରେଙ୍କଷ୍ଟରର ପ୍ରମୋଟରଙ୍କୁ ୩ ହଜାର ଲିଟର  ବିୟର ଫିଙ୍ଗିବାକୁ ପଡିଛି। ବ୍ରୁଅରୀ କନସଲଟାଣ୍ଟ ଇଶାନ ଗ୍ରୋଭର କହିଛନ୍ତି ବିୟରକୁ ତାଜା ରଖିବା ଲାଗି ପ୍ଲାଣ୍ଟରେ ଏହାକୁ ନିର୍ଦ୍ଧାରିତ ତାପମାତ୍ରାରେ ରଖିବାକୁ ପଡେ ଏବଂ ପ୍ରତି ଦିନ ଏହାର ଅନୁଧ୍ୟାନ କରିବାକୁ ମଧ୍ୟ ପଡେ।

   Related Posts