ମୋବାଇଲ ଫୋନ ଫାଟି ଶ୍ରମିକଙ୍କ ମୄତ୍ୟୁ

Published By : Prameya-News7 Bureau | November 11, 2019 IST

ପାରାଦ୍ବୀପ ୧୧/୧୧: ମୋବାଇଲ ହେଲା କାଳ। ମୋବାଇଲ ଫୋନ ଫାଟି ଜଣେ ଶ୍ରମିକଙ୍କ ମୄତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଅଠରବାଙ୍କି ସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟରେ।

{"id":182278}

ସୂଚନା ମୁତାବକ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ପରିସରରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ସ୍ଥାନରୁ ଶ୍ରମିକ ମାନେ ଆସି କାମ କରୁଛନ୍ତି । ସେହିପରି ନୟାଗଡ ଜିଲ୍ଲାର ରଣ ପୁର ପଞ୍ଚାୟତର କୁନା ପ୍ରଧାନ ନାମକ ଶ୍ରମିକ ମଧ୍ୟ କାମ କରିବାକୁ ଆସିଥିଲେ ।

{"id":182280}

ତେବେ ଗତକାଲି ବିଳମ୍ବିତ ରାତିରେ ମୋବାଇଲ ଫୋନଟିକୁ ଛାତି ଉପରେ ଥୋଇ ଦେଖୁଥିବା ସମୟରେ କୌଣସି କାରଣରୁ ମୋବାଇଲ ଫାଟି ଥିଲା ।ଘଟଣା ସ୍ଥଳରେ କୁନା ପ୍ରଧାନଙ୍କ ମୄତ୍ୟୁ ଘଟିଥିଲା । ତେବେ ପାରାଦୀପ ଆଦର୍ଶ ଥାନା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.