ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ
28/07/2018 at 9:49 AM

ମାଓବାଦୀମାନେ ପାଳନ କରୁଛନ୍ତି ସହିଦ ସପ୍ତାହ | ସହିଦ ସପ୍ତାହର ଆରମ୍ଭରୁ ଦେଖୁବାକୁ ମିଳିଛି ହିଂସା | ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲାର କୁମକୁମପୁଡି ଗାଁରେ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣକୁ ଗୁଳି କରି ହତ୍ୟା କରିଛନ୍ତି | ମୃତକ ହେଲେ ଚୂକଗଇ ଗାଁର ଜୟରାମ | ଗତକାଲି ରାତିରେ ୨୦ ରୁ ୨୫ ଜଣ ମାଓବାଦୀ ଜୟରାମଙ୍କୁ ଘରୁ ଡ଼ାକିନେଇ ଗୁଳି କରି ହତ୍ୟା କରିଛନ୍ତି | ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି | ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି |
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021