ସିସିଟିଭିରେ ଭୟଙ୍କର ଦୁର୍ଘଟଣା: ବିଚ୍ ରାସ୍ତାରେ ବାଇକ ଓ ଲୋକଙ୍କ ଉପରେ ମାଡିଗଲା କାର, ଦେଖନ୍ତୁ ଛାତିଥରା ଭିଡିଓ

Published By : Prameya-News7 Bureau | November 10, 2021 IST

ଯୋଧପୁର ୧୦/୧୧: ବିଚ୍ ରାସ୍ତାରେ ପୁଣି ହିଟ ଆଣ୍ଡ ରନ୍ ମାମଲା । ସମସ୍ତଙ୍କୁ ବିଚଳିତ କରିବା ଭଳି ଆସିଛି ଏକ ଭିଡିଓ । ରାଜସ୍ଥାନର ଯୋଧପୁରରେ ଏକ ଅଡି କାର୍ ରାସ୍ତାରେ ଯାଉଥିବା ଏକାଧିକ ଲୋକ ଓ ବାଇକ ଉପରେ ମାଡ଼ି ଯାଇଛି। ପଛପଟୁ କାର୍ ଟି ଲୋକଙ୍କ ଉପରେ ମାଡ଼ି ଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

wp:html /wp:html

ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଅଛନ୍ତି । ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଯୋଧପୁରର ଏକ ବସ୍ତି ପାଖ ରାସ୍ତାରେ ଏପରି ଘଟଣା ଘଟିଛି। ସବୁ ଦିନ ଭଳି ଗତକାଲି ମଧ୍ୟ ଲୋକେ ଗାଡ଼ି ମୋଟରରେ ଯିବା ଆସିବା କରୁଥିଲେ। କିଛି ଲୋକ ଚାଲି ଚାଲି ବି ଯାଉଥିଲେ । ତେବ ହଠାତ୍ ଗୋଟିଏ ଧଳା ରଙ୍ଗର ଅଡି କାର୍ ଦ୍ରୁତ ଗତିରେ ରାସ୍ତାରେ ଆସିବା ସହ ଗୋଟିଏ ପରେ ଗୋଟିଏ ବାଇକକୁ ଧକ୍କା ଦେଇ ଆଗକୁ ମାଡ଼ି ଚାଲିଥିଲା ।

ରାସ୍ତାରେ ଯାଉଥିବା କିଛି ଲୋକଙ୍କୁ ମଧ୍ୟ ଗାଡ଼ିଟି ପଛପଟୁ ଧକ୍କା ଦେଇଥିଲା । ସିରିଜ୍ ଦୁର୍ଘଟଣା କରିବା ପରେ ଶେଷରେ ରାସ୍ତା କଡ଼ରେ ଥିବା ଗୋଟିଏ ଉଠା ଦୋକାନରେ ଗାଡ଼ିଟି ପିଟି ହୋଇଯଇଥିଲା । ଦୋକନାଟି ବି ଛିନଛତ୍ର ହୋଇଯାଇଥିଲା । ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ପରେ ଏପରି ଘଟିଥିବା କୁହାଯାଉଛି । ପୋଲିସ୍ ଗାଡ଼ି ଚାଳକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।…..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.